‘ଭିଟୋ ପାୱାର’ ବନିବା ପାଇଁ ଭାରତକୁ ମିଳିଲା ଏହି ସବୁ ଦେଶଙ୍କ ସମର୍ଥନ

ନ୍ୟୁୟର୍କ ୨୮।୯: ଭୁଟ୍ଟାନ ପ୍ରଧାନମନ୍ତ୍ରୀ ସେରିଂ ତୋବଗେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)କୁ ଅତୀତର ଅବଶେଷ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଭାରତର ଆର୍ଥିକ ବୃଦ୍ଧି ଓ ଗ୍ଲୋବାଲ ସାଉଥର ନେତୃତ୍ୱ ପାଇଁ ତାକୁ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ଆସନ ମିଳିବା ଦରକାର। ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଲୁସ୍ ମୋଣ୍ଟେନେଗ୍ରୋ ମଧ୍ୟ ୟୁଏନଏସସି ସଂରଚନାକୁ ପୁରୁଣା ବୋଲି କହି ସୁଧାର ଆବଶ୍ୟକତା ଉପରେ  ଗୁରୁତ୍ୱ ଦେଇଛନ୍ତି। ସେ ସୁରକ୍ଷା ପରିଷଦରେ ଭାରତ ଓ ବ୍ରାଜିଲର ସ୍ଥାୟୀ ସଦସ୍ୟତା ପାଇଁ ମଧ୍ୟ ଓକିଲାତି କରିଛନ୍ତି। South Asian Solidarity: ???????? Bhutan Backs Permanent UNSC Seat for ???????? India"India, with its significant economic growth, large population, and leadership of the Global South, deserves a permanent seat on the UN Security Council," said Bhutan's Prime Minister Tshering Tobgay. pic.twitter.com/iiJJknQhLo— Sputnik India (@Sputnik_India) September 28, 2024ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ନିମନ୍ତେ ଭାରତର ଦାବିକୁ ସେତେବେଳେ ବଳ ମିଳିଲା ଯେତେବେଳେ ଭୁଟ୍ଟାନ ଓ ପର୍ତ୍ତୁଗାଲ ଜାତିସଂଘ ସାଧାରଣ ଅଧିବେଶନ (ୟୁଏନଜିଏ)ରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲେ। ଏହା ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ଦ୍

‘ଭିଟୋ ପାୱାର’ ବନିବା ପାଇଁ ଭାରତକୁ ମିଳିଲା ଏହି ସବୁ ଦେଶଙ୍କ ସମର୍ଥନ

ନ୍ୟୁୟର୍କ ୨୮।୯: ଭୁଟ୍ଟାନ ପ୍ରଧାନମନ୍ତ୍ରୀ ସେରିଂ ତୋବଗେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)କୁ ଅତୀତର ଅବଶେଷ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଭାରତର ଆର୍ଥିକ ବୃଦ୍ଧି ଓ ଗ୍ଲୋବାଲ ସାଉଥର ନେତୃତ୍ୱ ପାଇଁ ତାକୁ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ଆସନ ମିଳିବା ଦରକାର। ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଲୁସ୍ ମୋଣ୍ଟେନେଗ୍ରୋ ମଧ୍ୟ ୟୁଏନଏସସି ସଂରଚନାକୁ ପୁରୁଣା ବୋଲି କହି ସୁଧାର ଆବଶ୍ୟକତା ଉପରେ  ଗୁରୁତ୍ୱ ଦେଇଛନ୍ତି। ସେ ସୁରକ୍ଷା ପରିଷଦରେ ଭାରତ ଓ ବ୍ରାଜିଲର ସ୍ଥାୟୀ ସଦସ୍ୟତା ପାଇଁ ମଧ୍ୟ ଓକିଲାତି କରିଛନ୍ତି। 


ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ନିମନ୍ତେ ଭାରତର ଦାବିକୁ ସେତେବେଳେ ବଳ ମିଳିଲା ଯେତେବେଳେ ଭୁଟ୍ଟାନ ଓ ପର୍ତ୍ତୁଗାଲ ଜାତିସଂଘ ସାଧାରଣ ଅଧିବେଶନ (ୟୁଏନଜିଏ)ରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲେ। ଏହା ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ଦ୍ୱାରା ୟୁଏନଏସସିରେ ଭାରତର ପ୍ରାର୍ଥୀତ୍ୱକୁ ସମର୍ଥନ କରିବାର ଦିନକ ପରେ ହୋଇଛି। ଗତ କିଛି ବର୍ଷ ହେଲା ଭାରତ ଅନେକ ବୈଶ୍ୱିକ ମଞ୍ଚରେ ଜାତିସଂଘର ଏହି ଶକ୍ତିଶାଳୀ ସଂସ୍ଥାରେ ସ୍ଥାୟୀ ସଦସ୍ୟତା ନିମନ୍ତେ ଦାବି କରିଆସୁଛି। 


ତେବେ ୟୁଏନଏସସିରେ ଭିଟୋ କ୍ଷମତା ରଖୁଥିବା ଚୀନ୍‌ ଭାରତର ପ୍ରୟାସରେ ବାଧା ସୃଷ୍ଟି କରୁଛି। ଆମେରିକା, ବ୍ରିଟେନ, ଚୀନ, ଫ୍ରାନ୍ସ ଓ ଋଷିଆ ଜାତି ସଂଘ ସୁରକ୍ଷା ପରିଷଦର ୫ ସ୍ଥାୟୀ ସଦସ୍ୟ ଓ କୌଣସି ପ୍ରସ୍ତାବ ଅଥବା ନିଷ୍ପତ୍ତି ପାଇଁ ସେମାନଙ୍କର ଭିଟୋ କ୍ଷମତା ରହିଛି। ତେବେ ଜାତିସଂଘରେ ବ୍ୟାପକ ସୁଧାର ଆବଶ୍ୟକତାକୁ ରେଖାଙ୍କିତ କରି ଭୁଟ୍ଟାନ ପ୍ରଧାନମନ୍ତ୍ରୀ ସେରିଂ ତୋବଗେ ସୁରକ୍ଷା ପରିଷଦକୁ ଅତୀତର ଅବଶେଷ ବୋଲି କହିଛନ୍ତି। ଏହି ଅବସରରେ ସେ ଭୁଟ୍ଟାନକୁ ସ୍ୱଳ୍ପ ବିକଶିତ ଦେଶ (ଏଲଟିସି) ଶ୍ରେଣୀରୁ ବାହାରକୁ ବାହାର କରିବାରେ ଭାରତର ସହାୟତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। 


ତୋବଗେ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ମିଳିତ ଜାତିସଂଘକୁ ବର୍ତ୍ତମାନ ବିଶ୍ୱର ବାସ୍ତବିକତା ଅନୁରୂପ ବିକଶିତ ହେବା ଦରକାର। ଜାତିସଂଘ ସୁରକ୍ଷା ପରିଷଦ ବର୍ତ୍ତମାନ ଯେପରି ଅଛି ଏହା ଅତୀତର ଅବଶେଷ ହୋଇ ରହିଯାଇଛି। ଆମକୁ ଏପରି ଏକ ପରିଷଦର ଆବଶ୍ୟକତା ରହିଛି ଯାହା ବର୍ତ୍ତମାନର ଭୂ-ରାଜନୈତିକ, ଆର୍ଥିକ ପରିଦୃଶ୍ୟ ଓ ସାମାଜିକ ବାସ୍ତବିକତାର ପ୍ରତିବିମ୍ବିତ କରୁଥିବ। ସେହିପରି ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ମଧ୍ୟ ଅଧିକ ପ୍ରତିନିଧିତ୍ୱ ଓ ପ୍ରଭାବଶାଳୀତା ସୁନିଶ୍ଚିତ କରିବା ପାଇଁ ଅନୁଷ୍ଠାନରେ ସଂଶୋଧନର ଆବଶ୍ୟକତା ରହିଛି ଓ ପର୍ତ୍ତୁଗାଲ ଏପରି ସୁଧାରକୁ ସମର୍ଥନ କରୁଛି ବୋଲି ସେ କହିଛନ୍ତି।