ଭିଣୋଇ ଚୋରି କଲା ଶାଳୀର ଟଙ୍କା, ନ୍ୟାୟ ପାଇଁ ଏସପିଙ୍କ ଦ୍ଵାରସ୍ଥ ହେଲେ ମହିଳା

ସୁବର୍ଣ୍ଣପୁର: ବଡ଼ ଭଉଣୀ ଘରକୁ ଯାଇଥିଲା ସାନ ଭଉଣୀ । ଭଉଣୀ ଘରୁ ଫେରିବା ପରେ ଭିଣୋଇ ନାଁରେ ଏତଲା ଦେଲା ଶାଳୀ । ନ୍ୟାୟ ନମିଳିବାରୁ ଏସପିଙ୍କ ଦ୍ଵାରସ୍ଥ ହୋଇଛନ୍ତି ମହିଳା। ତେବେ ଆପଣ ଭାବୁଥିବେ ଅବିବାହିତ ଭଉଣୀ ଭିଣୋଇ ନାଁ ରେ କିଏ ବା ଅଭିଯୋଗ ଆଣେ । ଏମିତି କଣ ଘଟିଲା ଯେ, ପରିବାର ଲୋକଙ୍କ ନାଁରେ ଅଭିଯୋଗ କରିବାକୁ ବାଧ୍ୟ ହୋଇଗଲେ ମହିଳା । କଥା ଆଗକୁ ଏତେ ବାଟ ପଳାଇଗଲା […] The post ଭିଣୋଇ ଚୋରି କଲା ଶାଳୀର ଟଙ୍କା, ନ୍ୟାୟ ପାଇଁ ଏସପିଙ୍କ ଦ୍ଵାରସ୍ଥ ହେଲେ ମହିଳା appeared first on KNews Odisha.

ଭିଣୋଇ ଚୋରି କଲା ଶାଳୀର ଟଙ୍କା, ନ୍ୟାୟ ପାଇଁ ଏସପିଙ୍କ ଦ୍ଵାରସ୍ଥ ହେଲେ ମହିଳା

ସୁବର୍ଣ୍ଣପୁର: ବଡ଼ ଭଉଣୀ ଘରକୁ ଯାଇଥିଲା ସାନ ଭଉଣୀ । ଭଉଣୀ ଘରୁ ଫେରିବା ପରେ ଭିଣୋଇ ନାଁରେ ଏତଲା ଦେଲା ଶାଳୀ । ନ୍ୟାୟ ନମିଳିବାରୁ ଏସପିଙ୍କ ଦ୍ଵାରସ୍ଥ ହୋଇଛନ୍ତି ମହିଳା। ତେବେ ଆପଣ ଭାବୁଥିବେ ଅବିବାହିତ ଭଉଣୀ ଭିଣୋଇ ନାଁ ରେ କିଏ ବା ଅଭିଯୋଗ ଆଣେ । ଏମିତି କଣ ଘଟିଲା ଯେ, ପରିବାର ଲୋକଙ୍କ ନାଁରେ ଅଭିଯୋଗ କରିବାକୁ ବାଧ୍ୟ ହୋଇଗଲେ ମହିଳା । କଥା ଆଗକୁ ଏତେ ବାଟ ପଳାଇଗଲା ଯେ, ଶେଷରେ ଏସ୍ପିଙ୍କ ନିକଟରେ ପହଞ୍ଚିଲା ଅଭିଯୋଗ ।

ହଁ ଆଜ୍ଞା, ଏକଥା ଶୁଣି ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ଘଟଣାଟି ସେତିକି ବିସ୍ମୟକର ମଧ୍ୟ । ବଡ଼ ଭଉଣୀ ଘରେ ସାନ ଭଉଣୀ ସହ ଏପରି କିଛି ଘଟିଗଲା ଯେଉଁଥି ପାଇଁ ଘର କଥା ଦାଣ୍ଡରେ ପଡ଼ିଲା । ଏ ମହିଳା ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେଞିରିଆ ପାଲି ଗାଁର ଆଇସା ଖାଜୁନ। ଗତ ୨୯ ତାରିଖରେ ନିଜ ବଡ ଭଉଣି ଘର ତରଭା ବୁଲିବାକୁ ଯାଇଥିଲେ। ରାତି ଅଧିକା ହେବାରୁ ସେଠାରେ ରହିଯାଇଥିଲେ । ସକାଳୁ ପୁଣି ସୋନପୁରକୁ ଫେରିଆସି ଦେଖିଲା ବେଳକୁ ତାଙ୍କ ଭେନିଟି ବ୍ୟାଗରୁ ୧୭ ହଜାର ଟଙ୍କା ଗାଏବ ହୋଇଯାଇଛି ।

ଟଙ୍କା ନ ମିଳିବାରୁ ବଡ ଭଉଣୀକୁ ପଚାରିଥିଲେ । ବଡ଼ ଭଉଣୀ ସାନ ଭଉଣୀକୁ ଉତ୍ତର ଦେଇ ପ୍ରଥମେ କହିଥିଲେ ଟଙ୍କା ବିଷୟରେ ଆମେ ସ୍ବାମୀ ସ୍ତ୍ରୀ ଜାଣିନୁ । ପରେ ସତ ମାନ କହିଥିଲେ ଟଙ୍କା ତୋ ଭାଇ ନେଇଛନ୍ତି । କଥା ଏତିକି ରେ ସରି ନଥିଲା । ତୋ ଭାଇ ୧୦ ହଜାର ଟଙ୍କା ନେଇଛନ୍ତି ବାକି ଟଙ୍କା ତୋର କୁଆଡ଼େ ଗଲା ମୁଁ ଜାଣିନି । ଏକଥା ଶୁଣି ଟଙ୍କା ଫେରସ୍ତ ମାଗିଥିଲେ ଆଇସା ଟଙ୍କା ନ ଦେଲେ କେସ୍ କରିବେ ବୋଲି କହିଥିଲେ । ଆଇସାଙ୍କ କଥା ଶୁଣି ବଡ଼ ଭଉଣୀ ମଧ୍ୟ ଧମକ ଚମକ ଦେଇଥିଲେ।

ଏନେଇ ମହିଳା ଜଣକ ତରଭା ଥାନାରେ ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା ଦାଇତ୍ଵରେ ଥିବା ଥାନା ଅଧିକାରୀ ତାଙ୍କ କଥାକୁ ନ ଶୁଣି ଫେରାଇ ଦେଇଥିଲେ। ଏହାପରେ ନିଜ ଭିଣୋଇ ପ୍ରତିଶୋଧ ନେବା ପାଇଁ ତାଙ୍କୁ ଖୋଜିବା ସହ ଫୋନରେ ଅସଭ୍ୟ ଭାଷାରେ ଗାଲି ଗୁଲଜ କରି ଜୀବନରୁ ମାରି ଦେବାକୁ ଧମକ ଚମକ ଦେଇଥିଲେ। ଏନେଇ ସେ ସୋନପୁର ଥାନାରେ ଲିଖିତ ଭାବେ ପୁନର୍ବାର ଜଣାଇଥିଲେ ସୁଦ୍ଧା ନ୍ୟାୟ ପାଇପାରି ନଥିଲେ। ନ୍ୟାୟ ଆଶାରେ ଆଜି ଏସପିଙ୍କୁ ଭେଟି ଗୁହାରି କରିଛନ୍ତି । ଯଦି ତାଙ୍କ କଥାକୁ ଗୁରୁତର ସହ ନିଆ ନଯାଏ ତାହେଲେ ସାମୁହିକ ଭାବେ ଗୋଷ୍ଠୀ ହୋଇ ମହିଳାମାନେ ଧାରଣ ଦେବେ ବୋଲି ଜଣାଇଛନ୍ତି । ସେପଟେ ଏସ୍ପି ମଧ୍ୟ କହିଛନ୍ତି ଯିଏ ପ୍ରକୃତ ଦୋଷୀ ତାକୁ ଉଚିତ୍ ଦଣ୍ଡ ମିଳିବ ।

The post ଭିଣୋଇ ଚୋରି କଲା ଶାଳୀର ଟଙ୍କା, ନ୍ୟାୟ ପାଇଁ ଏସପିଙ୍କ ଦ୍ଵାରସ୍ଥ ହେଲେ ମହିଳା appeared first on KNews Odisha.