ଭିତର ରତ୍ନଭଣ୍ଡାରରେ କ’ଣ ରହିଛି, ଜଷ୍ଟିସ ବିଶ୍ୱନାଥ ରଥ କଲେ ଖୁଲାସା
ପୁରୀ,୧୪।୭: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଆଜି ଖୋଲିଛି। ପ୍ରଥମେ ବାହାର ଏବଂ ପରେ ଭିତର ରତ୍ନଭଣ୍ଡାରକୁ ଖୋଲାଯାଇଛି। ଏସ୍ଓପି ଅନୁସାରେ ତାଲା ଭାଙ୍ଗି ଭିତର ରତ୍ନଭଣ୍ଡାର ଖୋଲାଯାଇଛି। ଟ୍ରେଜେରିରୁ ଯେଉଁ ଚାବି ଆସିଥିଲା, ସେଥିରେ ତାଲା ଖୋଲି ପାରି ନ ଥିଲା। ଫଳରେ ତାଲା ଭଙ୍ଗାଯାଇଥିଲା। ଜଷ୍ଟିସ ବିଶ୍ୱନାଥ ରଥଙ୍କ ଉପସ୍ଥିତିରେ ବାହାର ଭଣ୍ଡାରରେ ଥିବା ଅଳଙ୍କାରଗୁଡିକ ଚାଙ୍ଗଡା ଘର ଏବଂ ଫୁଲ ଘରକୁ ସ୍ଥାନାନ୍ତର କରାଯାଇଛି। ତେବେ ଭିତର ରତ୍ନଭଣ୍ଡାରରେ କ’ଣ ରହିଛି, ତାହା ଏବେ […] The post ଭିତର ରତ୍ନଭଣ୍ଡାରରେ କ’ଣ ରହିଛି, ଜଷ୍ଟିସ ବିଶ୍ୱନାଥ ରଥ କଲେ ଖୁଲାସା appeared first on Dharitri Odia News.
ପୁରୀ,୧୪।୭: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଆଜି ଖୋଲିଛି। ପ୍ରଥମେ ବାହାର ଏବଂ ପରେ ଭିତର ରତ୍ନଭଣ୍ଡାରକୁ ଖୋଲାଯାଇଛି। ଏସ୍ଓପି ଅନୁସାରେ ତାଲା ଭାଙ୍ଗି ଭିତର ରତ୍ନଭଣ୍ଡାର ଖୋଲାଯାଇଛି। ଟ୍ରେଜେରିରୁ ଯେଉଁ ଚାବି ଆସିଥିଲା, ସେଥିରେ ତାଲା ଖୋଲି ପାରି ନ ଥିଲା। ଫଳରେ ତାଲା ଭଙ୍ଗାଯାଇଥିଲା। ଜଷ୍ଟିସ ବିଶ୍ୱନାଥ ରଥଙ୍କ ଉପସ୍ଥିତିରେ ବାହାର ଭଣ୍ଡାରରେ ଥିବା ଅଳଙ୍କାରଗୁଡିକ ଚାଙ୍ଗଡା ଘର ଏବଂ ଫୁଲ ଘରକୁ ସ୍ଥାନାନ୍ତର କରାଯାଇଛି।
ତେବେ ଭିତର ରତ୍ନଭଣ୍ଡାରରେ କ’ଣ ରହିଛି, ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ଏନେଇ ବିଶ୍ୱନାଥ ରଥ କହିଛନ୍ତି, ଭିତର ରତ୍ନଭଣ୍ଡାରର ତାଲା କାଟି ଭିତରେ ପ୍ରବେଶ କରିଥିଲେ ମଧ୍ୟ ସମୟ ଅଭାବରୁ ସେଠାରେ କ’ଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ। ଭିତର ଓ ବାହାର ରତ୍ନଭଣ୍ଡାର ଭିତରେ ନୂଆ ତାଲା ପକାଯାଇଛି। ବାହୁଡା ଓ ସୁନାବେଶ ପରେ ପୁଣି ଦିନେ ଭିତର ରତ୍ନଭଣ୍ଡାର ଖୋଲି ସେଠାରେ ଥିବା ସାମଗ୍ରୀକୁ ସ୍ଥାନାନ୍ତର କରାଯିବ।
ସେହିପରି ଭିତର ଅବସ୍ଥା ଦେଖିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ଟ୍ରେଜେରିରୁ ଯେଉଁ ଚାବି ଆସିଥିଲା, ସେଥିରେ ତାଲା ଖୋଲି ପାରି ନ ଥିଲା। ଫଳରେ ଏସ୍ଓପି ଅନୁସାରେ ତାଲା ଭଙ୍ଗାଯାଇ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ବାହାର ରତ୍ନଭଣ୍ଡାର ଅଳଙ୍କାର ଚାଙ୍ଗଡା ଘର ଏବଂ ଫୁଲ ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯିବା ପରେ ତାହାକୁ ସିଲ୍ କରାଯାଇଛି। ଭିତର ରତ୍ନଭଣ୍ଡାର ସିନ୍ଦୁକରେ ସୁନା ରହିଛି। ରଥଯାତ୍ରା ପରେ ତାହା ଗଣନା ହେବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
ମୁଖ୍ୟ ପ୍ରଶାସକ ଆହୁରି ମଧ୍ୟ କହିଛନ୍ତି, ଭିତର ଭଣ୍ଡାର ଅଳଙ୍କାର ଆଜି ଖୋଲାଗଲାନି। ବାହାର ଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ କାମ ବହୁତ ସମୟ ଲାଗିଗଲା। କାଲି ବାହୁଡ଼ା ଯାତ୍ରା ଥିବାରୁ ଅନେକ ନୀତିକାନ୍ତି ରହିଛି। ତେଣୁ ବାହୁଡ଼ା, ସୁନାବେଶ ପରେ ରତ୍ନଭଣ୍ଡାର ଖୋଲିବା ନେଇ ଆଉ ଏକ ଦିନ ନିର୍ଦ୍ଧାରଣ କରାଯାଇ ଖୋଲାଯିବ। ଭିତର ଭଣ୍ଡାର ଅଳଙ୍କାରକୁ ଖଟଶେଯ ଘରକୁ ସ୍ଥାନାନ୍ତର କରାଯିବ। ଅଳଙ୍କାର ସ୍ଥାନାନ୍ତରଣ ପରେ ଏଏସଆଇ ରକ୍ଷଣାବେକ୍ଷଣ କାମ ଆରମ୍ଭ କରିବ।
The post ଭିତର ରତ୍ନଭଣ୍ଡାରରେ କ’ଣ ରହିଛି, ଜଷ୍ଟିସ ବିଶ୍ୱନାଥ ରଥ କଲେ ଖୁଲାସା appeared first on Dharitri Odia News.