ଭିନେଶ ଜିତିଲେ ସ୍ବର୍ଣ୍ଣ ପଦକ
ଜୟପୁର,୪ା୨: ଏସିଆନ୍ ଗେମ୍ସ ସ୍ବର୍ଣ୍ଣ ବିଜୟିନୀ ଭିନେଶ ଫୋଗଟ ଜାତୀୟ ରେସ୍ଲିଂ ଚାମ୍ପିୟନଶିପ୍ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ୍(ଆଇଓଏ) ଦ୍ୱାରା ଗଠିତ ଆଡହକ୍ କମିଟି ପକ୍ଷରୁ ଆୟୋଜିତ ଜାତୀୟ ସିନିୟର ରେସ୍ଲିଂ ଚାମ୍ପିୟନଶିପର ୫୫ କିଗ୍ରା ଓଜନ ବର୍ଗରେ ଭିନେଶ ସ୍ବର୍ଣ୍ଣ ଜିତିଛନ୍ତି। ମଧ୍ୟପ୍ରଦେଶର ଜ୍ୟୋତିଙ୍କୁ ସେ ୪-୦ରେ ପରାସ୍ତ କରିଥିଲେ। ରେଲଓ୍ବେଜର ପ୍ରତିନିଧିତ୍ୱ କରୁଥିବା ୨୯ ବର୍ଷୀୟା ଭିନେଶ ନିଜ ଓଜନ ବର୍ଗରୁ ଅଧିକ ଓଜନ ବର୍ଗରେ ଅଂଶଗ୍ରହଣ କରିଥିଲେ। ଭିନେଶ ୨୦୧୮ […] The post ଭିନେଶ ଜିତିଲେ ସ୍ବର୍ଣ୍ଣ ପଦକ appeared first on Dharitri Odia News.
ଜୟପୁର,୪ା୨: ଏସିଆନ୍ ଗେମ୍ସ ସ୍ବର୍ଣ୍ଣ ବିଜୟିନୀ ଭିନେଶ ଫୋଗଟ ଜାତୀୟ ରେସ୍ଲିଂ ଚାମ୍ପିୟନଶିପ୍ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ୍(ଆଇଓଏ) ଦ୍ୱାରା ଗଠିତ ଆଡହକ୍ କମିଟି ପକ୍ଷରୁ ଆୟୋଜିତ ଜାତୀୟ ସିନିୟର ରେସ୍ଲିଂ ଚାମ୍ପିୟନଶିପର ୫୫ କିଗ୍ରା ଓଜନ ବର୍ଗରେ ଭିନେଶ ସ୍ବର୍ଣ୍ଣ ଜିତିଛନ୍ତି। ମଧ୍ୟପ୍ରଦେଶର ଜ୍ୟୋତିଙ୍କୁ ସେ ୪-୦ରେ ପରାସ୍ତ କରିଥିଲେ। ରେଲଓ୍ବେଜର ପ୍ରତିନିଧିତ୍ୱ କରୁଥିବା ୨୯ ବର୍ଷୀୟା ଭିନେଶ ନିଜ ଓଜନ ବର୍ଗରୁ ଅଧିକ ଓଜନ ବର୍ଗରେ ଅଂଶଗ୍ରହଣ କରିଥିଲେ। ଭିନେଶ ୨୦୧୮ ଜାକର୍ତ୍ତା ଏସିଆନ୍ ଗେମ୍ସର ୫୦ କିଗ୍ରା ଓଜନ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତିଥିଲେ।
The post ଭିନେଶ ଜିତିଲେ ସ୍ବର୍ଣ୍ଣ ପଦକ appeared first on Dharitri Odia News.