ଭିନେଶ ପାଇବେ କି ରୌପ୍ୟ ପଦକ, କୋର୍ଟ କରିବେ ଫୈସଲା..!

ପ୍ୟାରିସ୍ ଅଲିମ୍ପିକରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା ଏବଂ ସ୍ୱର୍ଣ୍ଣ ହାସଲ ପାଇଁ ଆଶା ବାନ୍ଧିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗଟ କୁସ୍ତିରୁ ସନ୍ୟାସ ନେଇ ବଡ଼ ଘୋଷଣା କରିସାରିଛନ୍ତି। 

ଭିନେଶ ପାଇବେ କି ରୌପ୍ୟ ପଦକ, କୋର୍ଟ କରିବେ ଫୈସଲା..!

୫୦ କେଜି ରେସଲିଂ ଓଜନ ବର୍ଗରେ ଫାଇନାଲ୍ ପୂର୍ବରୁ ଅଯୋଗ୍ୟ ଘୋଷିତ ଭିନେଶ୍ ଫୋଗଟଙ୍କ କ’ଣ ହେବ ରୌପ୍ୟ ପଦକ ଆବେଦନର ଭାଗ୍ୟ ? କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ-CAS ଭିନେଶଙ୍କ ଯୁଗ୍ମ ରୌପ୍ୟ ପାଇଁ କରିଥିବା ଆବେଦନକୁ ଗ୍ରହଣ କରିଛନ୍ତି। ଏହାର ଶୁଣାଣି ଆଜିି ଭାରତୀୟ ସମୟ ଅନୁସାରେ ଦିନ ୧ଟା ୩୦ ବେଳକୁ ହେବ । ଭାରତ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏବଂ କ୍ରୀଡ଼ା ଆଇନ ବିଶେଷଜ୍ଞ ବିଧୁସ୍ପତ ସିଂହାନିଆ ଉପସ୍ଥିତ ରହିବେ ଏହି ଶୁଣାଣିବେଳେ। ସେହିପରି ପ୍ୟାରିସ ପଟୁ ୪ ଜଣ ଓକିଲ ମଧ୍ୟ ଉପସ୍ଥିତ ରହିବେ।

୫୦ କିଲୋଗ୍ରାମ ରେସଲିଂ ଓଜନ ବର୍ଗରେ ଫାଇନାଲରେ ପ୍ରବେଶ କରିବା ପରେ ଅଯୋଗ୍ୟ ହେବାରୁ ଫୋଗଟ ଯୁଗ୍ମ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ। CAS ଏହି ଆବେଦନକୁ ଗ୍ରହଣ କରିଛନ୍ତି। ତେବେ ନିଷ୍ପତ୍ତି ଯଦି ଭିନେଶଙ୍କ ସପକ୍ଷରେ ଆସେ ତେବେ ସେ ରୌପ୍ୟ ପଦକ ପାଇବେ।

ଅଧିକ ପଢ଼ନ୍ତୁ: ଜାଭେଲିନ୍ ଥ୍ରୋରେ ନୀରଜଙ୍କୁ ରୌପ୍ୟ, ଭାରତର ପଦକ ସଂଖ୍ୟା ୫

ପ୍ୟାରିସ୍ ଅଲିମ୍ପିକରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା ଏବଂ ସ୍ୱର୍ଣ୍ଣ ହାସଲ ପାଇଁ ଆଶା ବାନ୍ଧିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗଟ କୁସ୍ତିରୁ ସନ୍ୟାସ ନେଇ ବଡ଼ ଘୋଷଣା କରିସାରିଛନ୍ତି। 

ଅନ୍ୟପଟେ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ରୌପ୍ୟ ଜିତିଛନ୍ତି ନୀରଜ ଚୋପ୍ରା। ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ନୀରଜଙ୍କୁ ମିଳିଛି ରୌପ୍ୟ ପଦକ। ଦ୍ୱିତୀୟ ଥ୍ରୋରେ ୮୯.୪୫ ମିଟର ଫୋପାଡି ଜିତିଛନ୍ତି ସିଲଭର ମେଡାଲ। ନୀରଜଙ୍କ ୬ଟି ଥ୍ରୋ ମଧ୍ୟରୁ ୪ଟି ଫାଉଲ୍ ହୋଇଥିଲା। ତେବେ ଦ୍ୱିତୀୟ ଥ୍ରୋରେ ଶ୍ରେଷ୍ଠ ପ୍ରଦର୍ଶନ ତାଙ୍କୁ ରୌପ୍ୟ ପଦକ ପାଇଁ ଦାବିଦାର କରିଥିଲା। ଏଥିସହ ଚତୁର୍ଥ ଭାରତୀୟ ଭାବେ ବ୍ୟକ୍ତିଗତ ଦୁଇଟି ଅଲିମ୍ପିକ୍ ମେଡାଲ ଜିତିବାରେ ରେକର୍ଡ କରିଛନ୍ତି ନୀରଜ। ଏହାପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣପଦକ ଜିତିଥିଲେ। ସେପଟେ ପାକିସ୍ତାନର ଅର୍ସଦ ନଦୀମ୍ ୯୨.୯୭ ମିଟର ଫୋପାଡି ସ୍ୱର୍ଣ୍ଣପଦକ ଜିତିଛନ୍ତି। 

ତେବେ ଅଲମ୍ପିକ୍ସରେ ଦେଶ ପାଇଁ ରୌପ୍ୟ ପଦକ ଆଣି ଗର୍ବିତ କରିଥିବା ନୀରଜ ଚୋପ୍ରାଙ୍କ ପ୍ରତି ଛୁଟୁଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରଜଙ୍କୁ ଶୁଭେଛା ଜଣାଇଛନ୍ତି । ଭବିଷ୍ୟତ ପୀଢି ପାଇଁ ନୀରଜ ଆଦର୍ଶ ହୋଇ ରହିବେ ବୋଲି ମୋଦି କହିଛନ୍ତି।

ଅଧିକ ପଢ଼ନ୍ତୁ: Paris Olympics 2024: ହକିରେ ବ୍ରୋଞ୍ଜ୍‌ ମେଡାଲ ଜିତିଲା ଭାରତ