ଭିନେଶଙ୍କ ସପକ୍ଷରେ ବାହାରିଲେ ସଚ୍ଚିନ ତେନ୍ଦୁଲକର, ନିୟମରୁ କାଢିଲେ ବଡ଼ ତ୍ରୁଟି, କହିଦେଲେ ବଡ଼ କଥା…

ନୂଆଦିଲ୍ଲୀ,୯।୮: ଗତ କିଛି ଦିନ ହେଲା ଭାରତର ତାରକା ରେସଲର ଭିନେଶ ଫୋଗଟଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ହେବାରେ ଲାଗିଛି। ଏବେ ଭେଟେରାନ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ଭିନେଶଙ୍କ ସମର୍ଥନରେ ବାହାରିଛନ୍ତି। କହିରଖୁଛୁ ଯେ, ମହିଳା ରେସଲିଂ ୫୦ କିଲୋଗ୍ରାମ ବର୍ଗର ଅନ୍ତିମ ମ୍ୟାଚ ପୂର୍ବରୁ ଭିନେଶଙ୍କ ଓଜନ ନିର୍ଦ୍ଧାରିତ ଓଜନଠାରୁ ୧୦୦ ଗ୍ରାମ ଅଧିକ ବୋଲି ଜଣାପଡିଛି। ଯେଉଁଥିପାଇଁ ସେ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ହୋଇଥିଲେ। ବର୍ତ୍ତମାନ ସଚିନ ଏହି ପ୍ରସଙ୍ଗରେ ନିଜର ଅସନ୍ତୋଷ […] The post ଭିନେଶଙ୍କ ସପକ୍ଷରେ ବାହାରିଲେ ସଚ୍ଚିନ ତେନ୍ଦୁଲକର, ନିୟମରୁ କାଢିଲେ ବଡ଼ ତ୍ରୁଟି, କହିଦେଲେ ବଡ଼ କଥା… appeared first on Dharitri Odia News.

ଭିନେଶଙ୍କ ସପକ୍ଷରେ ବାହାରିଲେ ସଚ୍ଚିନ ତେନ୍ଦୁଲକର, ନିୟମରୁ କାଢିଲେ ବଡ଼ ତ୍ରୁଟି, କହିଦେଲେ ବଡ଼ କଥା…

ନୂଆଦିଲ୍ଲୀ,୯।୮: ଗତ କିଛି ଦିନ ହେଲା ଭାରତର ତାରକା ରେସଲର ଭିନେଶ ଫୋଗଟଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ହେବାରେ ଲାଗିଛି। ଏବେ ଭେଟେରାନ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ଭିନେଶଙ୍କ ସମର୍ଥନରେ ବାହାରିଛନ୍ତି। କହିରଖୁଛୁ ଯେ, ମହିଳା ରେସଲିଂ ୫୦ କିଲୋଗ୍ରାମ ବର୍ଗର ଅନ୍ତିମ ମ୍ୟାଚ ପୂର୍ବରୁ ଭିନେଶଙ୍କ ଓଜନ ନିର୍ଦ୍ଧାରିତ ଓଜନଠାରୁ ୧୦୦ ଗ୍ରାମ ଅଧିକ ବୋଲି ଜଣାପଡିଛି। ଯେଉଁଥିପାଇଁ ସେ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ହୋଇଥିଲେ। ବର୍ତ୍ତମାନ ସଚିନ ଏହି ପ୍ରସଙ୍ଗରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି ଯେ ଭିନେଶ ସମ୍ପୂର୍ଣ୍ଣ ରୂପେ ରୋପ୍ୟ ପଦକ ପାଇବାକୁ ଯୋଗ୍ୟ।

ସଚିନ ତେନ୍ଦୁଲକର ଭିନେଶଙ୍କୁ ସମର୍ଥନ କରି କହିଛନ୍ତି, ପ୍ରତ୍ୟେକ ଖେଳର ନିୟମ ରହିଛି ଏବଂ ସେହି ନିୟମଗୁଡିକ ପ୍ରସଙ୍ଗରେ ଦେଖାଯିବା ଉଚିତ ଏବଂ ବେଳେବେଳେ ପୁନ ସମୀକ୍ଷା କରାଯିବା ଉଚିତ। ତେଣୁ ମୁଁ ଭାବୁଛି ତାଙ୍କୁ ରୋପ୍ୟ ପଦକ ନ ଦେବା ଅତ୍ୟନ୍ତ ଅସାଧୁତା ହେବ ଏବଂ ଏହିପରି ନିୟମଗୁଡ଼ିକର କୌଣସି ଅର୍ଥରହିବ ନାହିଁ।

ପ୍ରଥମ ରାଉଣ୍ଡରେ ଡିଫେଣ୍ଡିଂ ଅଲିମ୍ପିକ ଚାମ୍ପିଅିନଙ୍କୁ ପରାସ୍ତ କରି ଭିନେଶ ଫୋଗଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଏହା ପରେ ସେ କ୍ୱାର୍ଟର ଫାଇନାଲରେ ଏବଂ ଫାଇନାଲରେ ମଧ୍ୟ ସଫଳତାର ସହ ପ୍ରବେଶ କରିଥିଲେ। ଏଭଳି ପରିସ୍ଥିତିରେ ତାଙ୍କୁ ଅତି କମରେ ରୋପ୍ୟ ପଦକ କାହିଁକି ଦେବେ ନାହିଁ? ନିୟମ ଅନୁଯାୟୀ ତାଙ୍କୁ ଫାଇନାଲରେ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦିଆଯାଇ ନ ଥିଲା, କିନ୍ତୁ ତାଙ୍କୁ ରୋପ୍ୟ ପଦକରୁ ମଧ୍ୟ ବଞ୍ଚିତ କରିବା ସମ୍ପୂର୍ଣ୍ଣ ଅନ୍ୟାୟ ବୋଲି ମନେହୁଏ।

ସଚିନ ତେନ୍ଦୁଲକର ମଧ୍ୟ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ଯଦି ଜଣେ ଆଥଲେଟ ଡ୍ରଗ୍ସ ନେଉଛନ୍ତି କିମ୍ବା ଅସାଧୁତା କରୁଛନ୍ତି ତେବେ ତାଙ୍କୁ ଅଯୋଗ୍ୟ ହେବାକୁ ପଡିବ କିନ୍ତୁ ଭିନେଶଙ୍କ କ୍ଷେତ୍ରରେ ଏହିପରି କିଛି ଘଟି ନାହିଁ। ସେ କହିଛନ୍ତି, କିନ୍ତୁ ଭିନେଶ କୌଣସି ଛଳ ନ କରି ତାଙ୍କର ସମସ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିଛନ୍ତି, ତେଣୁ ସେ ରୋପ୍ୟ ପଦକ ପାଇବାକୁ ଯୋଗ୍ୟ।

The post ଭିନେଶଙ୍କ ସପକ୍ଷରେ ବାହାରିଲେ ସଚ୍ଚିନ ତେନ୍ଦୁଲକର, ନିୟମରୁ କାଢିଲେ ବଡ଼ ତ୍ରୁଟି, କହିଦେଲେ ବଡ଼ କଥା… appeared first on Dharitri Odia News.