ଭିନେଶଙ୍କୁ ମିଳିପାରେ ରୌପ୍ୟ ପଦକ, ଆସନ୍ତାକାଲି ସକାଳେ ବଡ଼ ଘୋଷଣା କରିପାରେ IOC
ନୂଆଦିଲ୍ଲୀ: ଭାରତର କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ୍ଙ୍କ ସଂପର୍କିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭିନେଶ ଫୋଗାଟ୍ଙ୍କୁ ଏବେ ମଧ୍ୟ ରୌପ୍ୟ ପଦକ ମିଳିପାରେ। କୋର୍ଟ ଅଫ ଅର୍ବିଟ୍ରେସନ ଭିନେଶ ଫୋଗାଟ୍ଙ୍କ ଆବେଦନକୁ ଗ୍ରହଣ କରିଛି। ନିର୍ଦ୍ଧାରିତଠୁ ଅଧିକ ଓଜନ ହେବା କାରଣରୁ ଭିନେଶ ଫୋଗାଟ୍ଙ୍କୁ ଅଯୋଗ୍ୟ ଘୋଷିତ କରିଛି ଆଇଓଏ। ଭିନେଶ ଦୁଇଟି ପ୍ରସଙ୍ଗରେ କୋର୍ଟଙ୍କ ଧ୍ୟାନ ଆକର୍ଷିତ କରିଥିଲେ। ଏଥିରୁ ଗୋଟିଏରେ କୋର୍ଟଙ୍କ ଉତ୍ତର ମିଳି ସାରିଥିବା ବେଳେ ଆଉ ଗୋଟିଏ ମାମଲା ବିଚାରଧୀନ ରହିଛି, ଯାହା ଉପରେ ଆସନ୍ତାକାଲି ସକାଳେ ନିଷ୍ପତ୍ତି ଆସିପାରେ। ଏପରିକି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି(ଆଇଓସି)କୁ ଭିନେଶ ଫୋଗାଟ୍ଙ୍କୁ ରୌପ୍ୟ ପଦକ ଦେବାକୁ ପଡ଼ିପାରେ।ଭିନେଶ ଫୋଗାଟଙ୍କୁ ଅଗଷ୍ଟ ୭ ତାରିଖରେ ମହିଳା କୁସ୍ତିର ୫୦ କିଗ୍ରା ବର୍ଗର ଫାଇନାଲ୍ ଖେଳିବାର ଥିଲା। ଅଗଷ୍ଟ ୬ ତାରିଖରେ ସେ ପ୍ରି କ୍ଵାର୍ଟର ଫାଇନାଲ୍, କ୍ଵାର୍ଟର ଫାଇନାଲ୍ ଓ ସେମି ଫାଇନାଲ୍ ଜିତି ଫାଇନାଲରେ ପହଞ୍ଚିବା ସହ ରୌପ୍ୟ ପଦକ ସୁନିଶ୍ଚିତ କରିଥିଲେ। କିନ୍ତୁ ଫାଇନାଲ୍ ମ୍ୟାଚ୍ର ସକାଳେ ତାଙ୍କ ଓଜନ ମପା ଯିବାରୁ ୧୦୦ ଗ୍ରାମ ଅଧିକ ରହିଥିଲା। ଫଳରେ ଭିନେଶଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲ। ଫାଇନାଲ୍ରେ ସେହି ଖେଳାଳିଙ୍କୁ ପ୍ରବେଶ ଅନୁମତି ମିଳିଛି ଯାହାଙ୍କୁ ଭିନେଶ ସେମି ଫାଇନାଲ୍ରେ ହରାଇଥିଲେ। ଅଲିମ୍ପି
ନୂଆଦିଲ୍ଲୀ: ଭାରତର କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ୍ଙ୍କ ସଂପର୍କିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭିନେଶ ଫୋଗାଟ୍ଙ୍କୁ ଏବେ ମଧ୍ୟ ରୌପ୍ୟ ପଦକ ମିଳିପାରେ। କୋର୍ଟ ଅଫ ଅର୍ବିଟ୍ରେସନ ଭିନେଶ ଫୋଗାଟ୍ଙ୍କ ଆବେଦନକୁ ଗ୍ରହଣ କରିଛି। ନିର୍ଦ୍ଧାରିତଠୁ ଅଧିକ ଓଜନ ହେବା କାରଣରୁ ଭିନେଶ ଫୋଗାଟ୍ଙ୍କୁ ଅଯୋଗ୍ୟ ଘୋଷିତ କରିଛି ଆଇଓଏ। ଭିନେଶ ଦୁଇଟି ପ୍ରସଙ୍ଗରେ କୋର୍ଟଙ୍କ ଧ୍ୟାନ ଆକର୍ଷିତ କରିଥିଲେ। ଏଥିରୁ ଗୋଟିଏରେ କୋର୍ଟଙ୍କ ଉତ୍ତର ମିଳି ସାରିଥିବା ବେଳେ ଆଉ ଗୋଟିଏ ମାମଲା ବିଚାରଧୀନ ରହିଛି, ଯାହା ଉପରେ ଆସନ୍ତାକାଲି ସକାଳେ ନିଷ୍ପତ୍ତି ଆସିପାରେ। ଏପରିକି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି(ଆଇଓସି)କୁ ଭିନେଶ ଫୋଗାଟ୍ଙ୍କୁ ରୌପ୍ୟ ପଦକ ଦେବାକୁ ପଡ଼ିପାରେ।
ଭିନେଶ ଫୋଗାଟଙ୍କୁ ଅଗଷ୍ଟ ୭ ତାରିଖରେ ମହିଳା କୁସ୍ତିର ୫୦ କିଗ୍ରା ବର୍ଗର ଫାଇନାଲ୍ ଖେଳିବାର ଥିଲା। ଅଗଷ୍ଟ ୬ ତାରିଖରେ ସେ ପ୍ରି କ୍ଵାର୍ଟର ଫାଇନାଲ୍, କ୍ଵାର୍ଟର ଫାଇନାଲ୍ ଓ ସେମି ଫାଇନାଲ୍ ଜିତି ଫାଇନାଲରେ ପହଞ୍ଚିବା ସହ ରୌପ୍ୟ ପଦକ ସୁନିଶ୍ଚିତ କରିଥିଲେ। କିନ୍ତୁ ଫାଇନାଲ୍ ମ୍ୟାଚ୍ର ସକାଳେ ତାଙ୍କ ଓଜନ ମପା ଯିବାରୁ ୧୦୦ ଗ୍ରାମ ଅଧିକ ରହିଥିଲା। ଫଳରେ ଭିନେଶଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲ। ଫାଇନାଲ୍ରେ ସେହି ଖେଳାଳିଙ୍କୁ ପ୍ରବେଶ ଅନୁମତି ମିଳିଛି ଯାହାଙ୍କୁ ଭିନେଶ ସେମି ଫାଇନାଲ୍ରେ ହରାଇଥିଲେ। ଅଲିମ୍ପିକ୍ସରୁ ପଦକ ହାତଛଡ଼ା ହେବା ପରେ ଭିନେଶ ଓ ତାଙ୍କ ସପୋର୍ଟ ଷ୍ଟାଫ ସ୍ଵର ଉଠାଇଥିଲେ।
ଭିନେଶ ଫୋଗାଟ୍ ଏବଂ ତାଙ୍କ ଦଳ କୋର୍ଟ ଅଫ ଅର୍ବିଟ୍ରେଶନରେ ନିଜର ମାମଲା ଦାୟର କରିଥିଲେ। ଏହି କୋର୍ଟ କ୍ରୀଡ଼ା ସଂପର୍କିତ ସବୁ ପ୍ରସଙ୍ଗର ଶୁଣାଣି କରିଥାଏ। ଅଗଷ୍ଟ ୭ ତାରିଖ ରାତି ପ୍ରାୟ ୮ଟାରେ ଫୋଗାଟ୍ ଦୁଇଟି ପ୍ରସଙ୍ଗକୁ ନେଇ କୋର୍ଟଙ୍କୁ ମେଲ୍ କରିଛନ୍ତି। ଭିନେଶ ନିଜର ପ୍ରଥମ ଅଭିଯୋଗରେ ଏହା କହିଛନ୍ତି ଯେ, ଏବେ ତାଙ୍କ ଓଜନ ମପା ଯାଉ କାରଣ ଫାଇନାଲ୍ ଆରମ୍ଭ ହେବାକୁ ଆହୁରି ୪ ଘଣ୍ଟାର ସମୟ ବାକି ରହିଛି। ଦ୍ଵିତୀୟ ଅଭିଯୋଗ ଏହା ଥିଲା ଯେ, ମୁଁ ସେମି ଫାଇନାଲ୍ ପର୍ଯ୍ୟନ୍ତ ଜିତିଛି ଏବଂ ସେହି ସମୟରେ ମୋର ଓଜନ ନିର୍ଦ୍ଧାରିତଠୁ ଅଧିକ ନ ଥିଲା। ତେଣୁ ଏମିତି ସ୍ଥିତିରେ ଅତି କମରେ ରୌପ୍ୟ ପଦକ ତ ମିଳିବା ଉଚିତ୍। ଏହି ଦୁଇଟି ପ୍ରସଙ୍ଗରୁ କୋର୍ଟ ଗୋଟିଏର ଉତ୍ତର ଦେଇ ସାରିଛନ୍ତି ଏବଂ କହିଛନ୍ତି ଫାଇନାଲ୍ ମ୍ୟାଚ୍ ତ ନିର୍ଦ୍ଧାରିତ ହୋଇ ସାରିଛି। ତେଣୁ ଏଥିରେ କିଛି କରାଯାଇ ପାରିବ ନାହିଁ। କିନ୍ତୁ ଦ୍ଵିତୀୟ ପ୍ରସଙ୍ଗରେ ୨୪ ଘଣ୍ଟା ଭିତରେ ଅର୍ଥାତ ଆସନ୍ତାକାଲି ଭାରତୀୟ ସମୟ ଦିନ ୧୧ଟାରେ କୋର୍ଟଙ୍କ ରାୟ ଆସିପାରେ।
ଯଦି କୋର୍ଟ ହୃଦବୋଧ କରିବେ ଯେ ତାଙ୍କ ଯୁକ୍ତି ଠିକ୍। ତେବେ ଭିନେଶଙ୍କୁ ରୌପ୍ୟ ପଦକ ଦେବାକୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିକୁ ନିର୍ଦ୍ଦେଶ ଦେଇ ପାରନ୍ତି। ଯଦି ନିଷ୍ପତ୍ତି ଭିନେଶଙ୍କ ପକ୍ଷରେ ଆସେ ତେବେ ତାଙ୍କୁ ରୌପ୍ୟ ପଦକ ମିଳିପାରେ।