ଇରାନ-ଇସ୍ରାଏଲ ଯୁଦ୍ଧ: ବିଶ୍ୱ ଅର୍ଥନୀତିରେ ଏହାର ପ୍ରଭାବ ଓ ଭାରତର ଉଦ୍ବେଗ
ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନର ପରମାଣୁ କେନ୍ଦ୍ରକୁ ଟାର୍ଗେଟ୍ କରି ଇସ୍ରାଏଲ ଆକ୍ରମଣ କରିବା ପରେ ଇରାନ ମଧ୍ୟ ଜବାବୀ ଆକ୍ରମଣ କରିଛି। ଫଳରେ ମଧ୍ୟପ୍ରାଚ୍ୟରେ ବ୍ୟପକ ଉତ୍ତେଜନା ଦେଖା ଦେଇଛି। ତେବେ ବଡ଼ କଥା ହେଉଛି ଇରାନ-ଇସ୍ରାଏଲ୍ ଯୁଦ୍ଧକୁ ନେଇ ଏବେ ସାରା ବିଶ୍ୱରେ ଟେନସନ ବଢ଼ିଯାଇଛି। କାରଣ ସମସ୍ତଙ୍କ ନଜର ଏବେ ଷ୍ଟ୍ରେଟ ଅଫ୍ ହରମୁଜ ଜଳପଥ ଉପରେ। ଯୁଦ୍ଧ ରାଗରେ ଯଦି ଇରାନ ଏହାକୁ ବନ୍ଦ କରିଦିଏ, ତେବେ ବିଶ୍ୱ ଅର୍ଥନୀତି ଉପରେ ଏହାର ଗଭୀର ପ୍ରଭାବ ପଡ଼ିବ। ବିଜନେଶ ବିଶେଷରେ ଆଜି ଆଲୋଚନା କରିବା ଏହି ଗୁରୁତ୍ୱପୂର୍ଣ୍ଣ ଷ୍ଟ୍ରେଟ୍ ଅଫ୍ ହରମୁଜ ଜଳପଥ ଉପରେ। ଏଥର ପରିସ୍ଥିତି କେବଳ ପଶ୍ଚିମ ଏସିଆ ନୁହେଁ, ବରଂ ଭାରତ ଭଳି ଦେଶଗୁଡ଼ିକୁ ମଧ୍ୟ ପ୍ରଭାବିତ କରିପାରେ। ଷ୍ଟ୍ରେଟ୍ ଅଫ୍ ହରମୁଜ୍, ଏହା ଏକ ସଂକୀର୍ଣ୍ଣ, କିନ୍ତୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଜଳପଥ, ଯାହା ମାଧ୍ୟମ ଦେଇ ବିଶ୍ୱର ପ୍ରାୟ ଏକ ପଞ୍ଚମାଂଶ ତୈଳ ଓ ତୈଳଜାତ ସାମଗ୍ରୀ ପରିବହନ ହେଉଛି। ଆଉ ଯଦି ଇରାନ ଏହାକୁ ବନ୍ଦ କଲା ତେବେ ଏଥିରେ ଭାରତ ସମେତ ବିଶ୍ୱ ଏନର୍ଜି ମାର୍କେଟ ପ୍ରଭାବିତ ହୋଇପାରେ। ପାରସ୍ୟ ଉପସାଗର ଏବଂ ଓମାନ ଉପସାଗରକୁ ସଂଯୋଗ କରୁଥିବା ଷ୍ଟ୍ରେଟ୍ ଅଫ୍ ହରମୁଜ ନାମକ ଏହି ସାମୁଦ୍ରିକ ସଂକୀର୍ଣ୍ଣ ଜଳ ପଥ ବିଶ୍ୱ ଶକ୍ତି ଯୋଗାଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଆଉ ଯୁଦ୍ଧ ଯୋଗୁ ଯଦି ଏହ
ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନର ପରମାଣୁ କେନ୍ଦ୍ରକୁ ଟାର୍ଗେଟ୍ କରି ଇସ୍ରାଏଲ ଆକ୍ରମଣ କରିବା ପରେ ଇରାନ ମଧ୍ୟ ଜବାବୀ ଆକ୍ରମଣ କରିଛି। ଫଳରେ ମଧ୍ୟପ୍ରାଚ୍ୟରେ ବ୍ୟପକ ଉତ୍ତେଜନା ଦେଖା ଦେଇଛି। ତେବେ ବଡ଼ କଥା ହେଉଛି ଇରାନ-ଇସ୍ରାଏଲ୍ ଯୁଦ୍ଧକୁ ନେଇ ଏବେ ସାରା ବିଶ୍ୱରେ ଟେନସନ ବଢ଼ିଯାଇଛି। କାରଣ ସମସ୍ତଙ୍କ ନଜର ଏବେ ଷ୍ଟ୍ରେଟ ଅଫ୍ ହରମୁଜ ଜଳପଥ ଉପରେ। ଯୁଦ୍ଧ ରାଗରେ ଯଦି ଇରାନ ଏହାକୁ ବନ୍ଦ କରିଦିଏ, ତେବେ ବିଶ୍ୱ ଅର୍ଥନୀତି ଉପରେ ଏହାର ଗଭୀର ପ୍ରଭାବ ପଡ଼ିବ। ବିଜନେଶ ବିଶେଷରେ ଆଜି ଆଲୋଚନା କରିବା ଏହି ଗୁରୁତ୍ୱପୂର୍ଣ୍ଣ ଷ୍ଟ୍ରେଟ୍ ଅଫ୍ ହରମୁଜ ଜଳପଥ ଉପରେ।
ଏଥର ପରିସ୍ଥିତି କେବଳ ପଶ୍ଚିମ ଏସିଆ ନୁହେଁ, ବରଂ ଭାରତ ଭଳି ଦେଶଗୁଡ଼ିକୁ ମଧ୍ୟ ପ୍ରଭାବିତ କରିପାରେ। ଷ୍ଟ୍ରେଟ୍ ଅଫ୍ ହରମୁଜ୍, ଏହା ଏକ ସଂକୀର୍ଣ୍ଣ, କିନ୍ତୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଜଳପଥ, ଯାହା ମାଧ୍ୟମ ଦେଇ ବିଶ୍ୱର ପ୍ରାୟ ଏକ ପଞ୍ଚମାଂଶ ତୈଳ ଓ ତୈଳଜାତ ସାମଗ୍ରୀ ପରିବହନ ହେଉଛି। ଆଉ ଯଦି ଇରାନ ଏହାକୁ ବନ୍ଦ କଲା ତେବେ ଏଥିରେ ଭାରତ ସମେତ ବିଶ୍ୱ ଏନର୍ଜି ମାର୍କେଟ ପ୍ରଭାବିତ ହୋଇପାରେ।

ପାରସ୍ୟ ଉପସାଗର ଏବଂ ଓମାନ ଉପସାଗରକୁ ସଂଯୋଗ କରୁଥିବା ଷ୍ଟ୍ରେଟ୍ ଅଫ୍ ହରମୁଜ ନାମକ ଏହି ସାମୁଦ୍ରିକ ସଂକୀର୍ଣ୍ଣ ଜଳ ପଥ ବିଶ୍ୱ ଶକ୍ତି ଯୋଗାଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଆଉ ଯୁଦ୍ଧ ଯୋଗୁ ଯଦି ଏହି ଜଳପଥ ଅବରୋଧ ହୁଏ ତେବେ ଏହା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିପାରେ। ତୈଳ ମୂଲ୍ୟ ବୃଦ୍ଧି ପାଇପାରେ ଏବଂ ଯୋଗାଣ ଶୃଙ୍ଖଳା ଅବରୋଧି ହୋଇପାରେ, ଯାହା ଭାରତ ସମେତ ବିଶ୍ୱବ୍ୟାପୀ ଶକ୍ତି-ନିର୍ଭରଶୀଳ ଅର୍ଥନୀତିକୁ ପ୍ରଭାବିତ କରିବ।
ପର୍ସିଆନ୍ ଉପସାଗରକୁ ଆରବ ସାଗର ସହିତ ସଂଯୋଗ କରୁଥିବା ହର୍ମୁଜ୍ ଜଳପଥ ଦେଇ ପ୍ରତିଦିନ ପ୍ରାୟ ୨୦ ନିୟୁତ ବ୍ୟାରେଲ ତୈଳ ଏବଂ ତୈଳ ଉତ୍ପାଦ ଆମଦାନୀ ଓ ରପ୍ତାନୀ କରାଯାଉଛି। ଯାହା ବିଶ୍ୱ ତୈଳ ବ୍ୟବହାରର ପ୍ରାୟ ୨୦% ଓ ବିଶ୍ୱ ତୈଳ ପରିବହନର ପ୍ରାୟ ଏକ-ପଞ୍ଚମାଂଶ ଭାଗ। ତେଣୁ ଏହି ଜଳପଥକୁ ଇରାନ ଅବରୋଧ କଲେ ବିଶ୍ୱ ଏନର୍ଜି ମାର୍କେଟ୍ରେ ଭୟଙ୍କର ଝଡ଼ ସୃଷ୍ଟି ହେବ। ବିଶ୍ୱ ବଜାର ମହଙ୍ଗା ହୋଇଯିବା ସହ ଅର୍ଥନୀତି ଦୁର୍ବଳ ହୋଇଯିବ।
ଇରାନ ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଉତ୍ପାଦନକାରୀ ଦେଶ। ଇରାନର ଭୌଗୋଳିକ ସ୍ଥିତି ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ଷ୍ଟ୍ରେଟ୍ ଅଫ୍ ହରମୁଜର ଉତ୍ତର କୂଳରେ ଅବସ୍ଥିତ। ଏହି ଜଳପଥ ଦେଇ ସାଉଦି ଆରବ, କୁୱେତ, ଇରାକ ଭଳି ଦେଶଗୁଡ଼ିକୁ ଅନ୍ୟ ଦେଶକୁ ତେଲ ରପ୍ତାନୀ କରନ୍ତି। ଯୁଦ୍ଧରେ କ୍ରୋଧିତ ହୋଇ ଯଦି ଇରାନ ଏହି ରାସ୍ତାକୁ ଅବରୋଧ କରେ, ତେବେ ବିଶ୍ୱର ୨୦% ତୈଳ ଯୋଗାଣ ବନ୍ଦ ହୋଇଯିବ। ତେଣୁ ଅଶୌଧିତ ତେଲ ଦାମ ବଢ଼ିବା ସହ ପେଟ୍ରୋଲ ଓ ଡିଜେଲ ଦାମ ମଧ୍ୟ ବଢ଼ିବାର ଆଶଙ୍କା ରହିଛି।

ଜୁଲିୟସ୍ ବେୟରର ଅର୍ଥନୀତିଜ୍ଞ ଏବଂ ପରବର୍ତ୍ତୀ ପିଢ଼ିର ଗବେଷଣା ମୁଖ୍ୟ ନର୍ବର୍ଟ ରକର ଏନେଇ ସାରା ବିଶ୍ୱକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଇରାନ ବିରୁଦ୍ଧରେ ଇସ୍ରାଏଲର ସାମରିକ ଆକ୍ରମଣ ଷ୍ଟ୍ରେଟ୍ ଅଫ୍ ହରମୁଜ୍ ଅଞ୍ଚଳରେ ବ୍ୟାପକ ଉତ୍ତେଜନା ସୃଷ୍ଟି କରିପାରେ। ତେଲ ସବୁବେଳେ ଏଭଳି ସଂଘର୍ଷର ଏକ ମାପକାଠି ହୋଇ ଆସିଛି। ଏବଂ ସେହି ଅନୁସାରେ ମୂଲ୍ୟ ବୃଦ୍ଧି ବି ହୋଇ ଆସିଛି। ତେଣୁ ଆଗାମୀ ଦିନମାନଙ୍କର ତେଲ ଦର ବଢ଼ିପାରେ ବୋଲି ନର୍ବର୍ଟ ରକର ଚେତାବନୀ ଦେଇଛନ୍ତି।
ସେହିପରି ଉତ୍ତେଜନା ପରେ ଯଦି ଏହି ଅଞ୍ଚଳ ବାଧାପ୍ରାପ୍ତ ହେଲା ତେବେ ତୈଳ ଦର ବ୍ୟାରେଲ ପିଛା ୧୨୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଫଳରେ ସାରା ବିଶ୍ୱରେ ମହଙ୍ଗା ସ୍ଥିତି ଦେଖା ଦେଇପାରେ ବୋଲି ବୋଲି ଆମେରିକୀୟ ବହୁରାଷ୍ଟ୍ରୀୟ ଆର୍ଥିକ ନିଗମ ଜେପିମୋର୍ଗାନ( JPMorgan) ଚେତାବନୀ ଦେଇଛି।
କେବଳ ସେତିକି ନୁହେଁ, ଅଶୋଧିତ ତେଲର ମୂଲ୍ୟ ବୃଦ୍ଧି ଯୋଗୁ ଶିପିଂ କମ୍ପାନୀଗୁଡ଼ିକର ପରିଚାଳନା ଖର୍ଚ୍ଚ ବି ବଢ଼ିଯିବ। କାରଣ ଯାହାଜଗୁଡ଼ିକୁ ତେଲ ଆମଦାନୀ ପାଇଁ ଅନ୍ୟ ମାର୍ଗ ଦେଇ ଯିବାକୁ ପଡ଼ିବ, ଏଥିରେ ରାସ୍ତା ଲମ୍ବା ହେଲେ ଇନ୍ଧନ ଅଧିକ ଖର୍ଚ୍ଚ ହେବ। ମାଲ ପରିବହନ ଶୁଳ୍କ ଏବଂ ବିତରଣ ସମୟ ମଧ୍ୟ ବୃଦ୍ଧି ପାଇବ। ତେଣୁ ଖର୍ଚ୍ଚ ବଢ଼ିବ। ଯୁଦ୍ଧ ପରେ ବିପଦପ୍ରବଣ ହୋଇଥିବା ଜଳପଥ ଦେଇ ଯାହାଜଗୁଡ଼ିକ ଗଲେ ସେମାନଙ୍କର ବୀମା ପ୍ରିମିୟମ ବୃଦ୍ଧି ପାଇବ। ଫଳରେ ଏହା ବିଶ୍ୱ ବାଣିଜ୍ୟ ଖର୍ଚ୍ଚ ଉପରେ ଆହୁରି ଚାପ ସୃଷ୍ଟି କରିବ। ପ୍ରକୃତରେ, ଏହି ସଂଘର୍ଷର ବ୍ୟାପକ ପ୍ରଭାବ ବିଶ୍ୱ ବାଣିଜ୍ୟର ପରସ୍ପର ସଂଯୁକ୍ତତା ଏବଂ ଆର୍ଥିକ ଅଭିବୃଦ୍ଧି ଉପରେ ପଡ଼ିବ।
ଇସ୍ରାଏଲ- ଇରାନ ଯୁଦ୍ଧରେ ସାରା ବିଶ୍ୱ ପ୍ରଭାବିତ ହେବା ଥୟ। ଏଥିରେ ଭାରତ ବି ବାଦ ଯିବ ନାହିଁ। କାରଣ ଭାରତ ଏହାର ଦୁଇ-ତୃତୀୟାଂଶରୁ ଅଧିକ ତୈଳ ଏବଂ ପ୍ରାୟ ଅଧା ତରଳ ପ୍ରାକୃତିକ ଗ୍ୟାସ ବା LNG ଏହି ହରମୁଜ ଜଳ ପଥ ଦେଇ ଆମଦାନୀ କରିଥାଏ।। ଆଉ ଯୁଦ୍ଧ ଯୋଗୁ ଯଦି ଏଠାରେ ଅବରୋଧ ଭଳି ପରିସ୍ଥିତି ସୃଷ୍ଟି ହେଲା ତେବେ ଭାରତ ବିକଳ୍ପ ଉତ୍ସ ଏବଂ ରାସ୍ତା ଖୋଜିବାକୁ ବାଧ୍ୟ ହୋଇପାରେ। ଫଳରେ ଅଧିକ ଖର୍ଚ୍ଚ ଏବଂ ଲଜିଷ୍ଟିକ୍ ଚ୍ୟାଲେଞ୍ଜ ବଢ଼ିଯିବ। ତେଣୁ ଭାରତକୁ ଏହା ମହଙ୍ଗା ପଡ଼ିପାରେ।

ହରମୁଜ ଜଳପଥ ଅବରୋଧ ହେଲେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୨୦ ୟୁଏସ ଡଲାର ହୋଇପାରେ ବୋଲି ଜେପିମୋର୍ଗାନ ଚେତାବନୀ ଦେଇଛି। ଯାହା ଦେଶର ମୁଦ୍ରାସ୍ଫୀତିକୁ ବୃଦ୍ଧି କରିବା ସହ ଭାରତର କରେଣ୍ଟ ଆକାଉଣ୍ଟ ଡେଫିସିଟ୍ ବଢ଼ାଇବ ବୋଲି ଜେପିମୋର୍ଗାନ ଚେତାବନୀ ଦେଇଛି।ସମସ୍ୟା ଯୋଗୁ ଯଦି ତେଲ ଦର ବଢ଼େ ତେବେ ଭାରତୀୟ ପରିବାର ଏବଂ ବ୍ୟବସାୟ ଉପରେ ଏହାର ଗଭୀର ପ୍ରଭାବ ପଡ଼ିବ। ଖର୍ଚ୍ଚ ବଢ଼ିଲେ ଜୀବନଯାପନ ମହଙ୍ଗା ହୋଇଯିବ। ତେଣୁ ଗ୍ରାହକ ଖର୍ଚ୍ଚ କମ୍ କରିବାକୁ କିଣାକିଣି କରିବା କମାଇ ଦେବେ। ଯାହା ଦେଶର ଅର୍ଥନୀତିର ଗତିକୁ ଦୁର୍ବଳ କରିଦେବ। ସେହିଭଳି ଶିଳ୍ପଗୁଡ଼ିକ କଞ୍ଚାମାଲ ଭାବରେ ତେଲ ଉପରେ ନିର୍ଭରଶୀଳ ଥିବାରୁ ଏହାର ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇବ। ଏଥିରେ ଉଦ୍ୟୋଗୁଡ଼ିକର ପ୍ରତିଯୋଗିତାମୂଳକ କାର୍ଯ୍ୟକଳାପ ପ୍ରଭାବିତ ହେବ। ତୈଳ ମୂଲ୍ୟ ବୃଦ୍ଧି ପାଇବା ଅର୍ଥ ମୁଦ୍ରାସ୍ଫୀତି ବୃଦ୍ଧି ପାଇବା। ଏହା ତେଲ ଆମଦାନୀ କରୁଥିବା ଦେଶଗୁଡ଼ିକର ଅର୍ଥନୀତି ଉପରେ ଖରାପ ପ୍ରଭାବ ପକାଇବ। ଆଉ ନିବେଶକମାନଙ୍କର ଭୟ ଯେ ଯଦି ତେଲ ମହଙ୍ଗା ହୁଏ, ତେବେ କମ୍ପାନୀଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇବ ଏବଂ ଲାଭ ହ୍ରାସ ପାଇବ। ତେଣୁ ଏହିସବୁ କାରଣରୁ ଯୁଦ୍ଧ ପରେ ଭାରତୀୟ ଷ୍ଟକ୍ ବଜାର ୧% ରୁ ଅଧିକ ହ୍ରାସ ପାଇଛି।
୧୩ ତାରିଖ ସକାଳେ ଇସ୍ରାଏଲ୍ ଇରାନ ଉପରେ ଆକ୍ରମଣ କରିବା ପରେ ବିଶ୍ୱ ବଜାରରେ ମାନ୍ଦାବସ୍ଥା ଦେଖା ଦେଇଥିଲା ଅଶୌଧିତ ତେଲ ଦର ବଢ଼ିବା ସହିତ ବିଭିନ୍ନ ଦେଶର ଷ୍ଟକ୍ ମାର୍କେଟ୍ ତଳକୁ ଖସିଥିଲା। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ସହିତ ଯୁଦ୍ଧ ପର ଠାରୁ ସୁନା ଓ ରୁପା ଦରରେ ବଢ଼ିଥିଲା। ବିଶ୍ୱରେ କଣ ସବୁ ପ୍ରଭାବ ପଢ଼ିଥିଲା ଦେଖନ୍ତୁ......
ଇସ୍ରାଏଲ୍ ଇରାନ ଉପରେ ଆକ୍ରମଣ କରିବା ପରେ ବ୍ରେଣ୍ଟ କ୍ରୁଡ୍ ତେଲ ୫.୨୫ ଡଲାର ବା ୭.୬% ବୃଦ୍ଧି ପାଇ ବ୍ୟାରେଲ ପିଛା ୭୪.୬୧ ଡଲାରରେ ପହଞ୍ଚିଥିଲା। ଯାହା ୨୭ ଜାନୁଆରୀ ୨୦୨୫ ପରଠାରୁ ଏହା ଥିଲା ସର୍ବାଧିକ ମୂଲ୍ୟ ବୃଦ୍ଧି। ସେହିପରି ୱେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ୍ ୫.୫୭ ବା ୮.୨% ବୃଦ୍ଧି ପାଇ ୭୩.୬୧ ଡଲାରରେ ହୋଇଥିଲା ଏହା ୨୧ ଜାନୁଆରୀ ୨୦୨୫ ପରେ ସର୍ବାଧିକ ସ୍ତରରେ ଛୁଇଁଥିଲା। ସେହିପରି ଶନିବାର ମଧ୍ୟ ବେଞ୍ଚମାର୍କ ବ୍ରେଣ୍ଟ କ୍ରୁଡ ଅଏଲ୍ ମୂଲ୍ୟ ୬ ଡଲାରରୁ ଅଧିକ ବୃଦ୍ଧି ପାଇ ପାଞ୍ଚ ମାସର ସର୍ବୋଚ୍ଚ ୭୮ ପ୍ରତି ବ୍ୟାରେଲ ଅତିକ୍ରମ କରିଛି। ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଇବା ଫଳରେ ଇନ୍ଧନ ଖର୍ଚ୍ଚ ବୃଦ୍ଧି ପାଇବ ଏବଂ ମାଲ ପରିବହନ ଖର୍ଚ୍ଚ ବୃଦ୍ଧି ପାଇବ। ବିଶ୍ୱ ବାଣିଜ୍ୟ ପାଇଁ ସମ୍ଭାବ୍ୟ ନକାରାତ୍ମକ ପ୍ରଭାବ ଯୋଗୁଁ ଆମେରିକାର ଇକ୍ୱିଟିରେ ମଧ୍ୟ ତୀବ୍ର ହ୍ରାସ ଘଟିବ।

ଏବେ ଆସନ୍ତୁ ଜାଣିବା ଯୁଦ୍ଧ ଯୋଗୁ ବଜାର ପ୍ରତିକ୍ରିୟା ଏବଂ ଅର୍ଥନୈତିକ ପ୍ରଭାବ-
୧. ଇସ୍ରାଏଲ୍ର ଆକ୍ରମଣ ପରେ ବିଶ୍ୱସ୍ତରୀୟ ଇକ୍ୱିଟି ହ୍ରାସ ପାଇଛି, ଆମେରିକାର ଫ୍ୟୁଚର୍ସ ୧.୫% ରୁ ୧.୮% ମଧ୍ୟରେ ହ୍ରାସ ପାଇଛି।
୨. ହଇଚଇ ମଧ୍ୟରେ ନିବେଶକମାନେ ସୁରକ୍ଷିତ ସ୍ଥାନରେ ନିଜ ପାଣ୍ଠି ସ୍ଥାନାନ୍ତର କରିଛନ୍ତି। ସୁନା, ଆମେରିକୀୟ ଟ୍ରେଜେରୀ, ସ୍ୱିସ୍ ଫ୍ରାଙ୍କ ଏବଂ ଆମେରିକୀୟ ଡଲାରରେ ନିବେଶ ବଢ଼ାଇଛନ୍ତି। ଫଳରେ ସୁନା ଓ ରୁପା ଦର ହୁ ହୁ ହୋଇ ବଢ଼ିଛି। ଶୁକ୍ରବାର ସୁନା ମୂଲ୍ୟରେ ୧୭୧୫ ଟଙ୍କା ବୃଦ୍ଧି ହୋଇଥିବା ବେଳେ ରୁପା ୭୪୨ ଟଙ୍କା ବଢ଼ିଛି।
୩. ଷ୍ଟ୍ରେଟ୍ ଅଫ୍ ହରମୁଜରେ ପରିବହନ ବିପଦ ସୃଷ୍ଟି ହେବାରୁ ଜାହାଜଗୁଡ଼ିକର ଯୁଦ୍ଧ-ବିପଦ ବୀମା ପ୍ରିମିୟମ ୩୦୦% ରୁ ଅଧିକ ବୃଦ୍ଧି ପାଇଛି। ଯାହା ଫଳରେ ପରିବହନ ଖର୍ଚ୍ଚ ବଢ଼ିବା ଆଶଙ୍କା ଦେଖା ଦେଇଛି।
୪. ଯୁଦ୍ଧ ପରେ ଭାରତୀୟ ଷ୍ଟକ୍ ବଜାର ୧% ରୁ ଅଧିକ ହ୍ରାସ ପାଇଛି। ସେହିପରି ଜାପାନର ନିକେଇ ୨୨୫ ସୂଚକାଙ୍କ ମଧ୍ୟ ୧.୨% ଏବଂ ହଂକଂର ହ୍ୟାଙ୍ଗ ସେଙ୍ଗ ସୂଚକାଙ୍କ ୦.୭% ହ୍ରାସ ପାଇଥିଲା। ଆକ୍ରମଣ ସମୟରେ ୱାଲ ଷ୍ଟ୍ରିଟ୍ ବନ୍ଦ ଥିଲା, କିନ୍ତୁ ଫ୍ୟୁଚର୍ସ ଟ୍ରେଡିଂ ସୂଚାଇ ଦେଇଥିଲା ଯେ ଆମେରିକାର ବଜାର ମଧ୍ୟ ୧% ରୁ ଅଧିକ ହ୍ରାସ ପାଇଛି। ସେପଟେ ସଂଘର୍ଷ ପରେ ଶୁକ୍ରବାର ଭାରତୀୟ ମୁଦ୍ରା ଡଲାର ତୁଳନାରେ ସର୍ବନିମ୍ନ ସ୍ତରକୁ ଖସିଛି। ଫରେନ ମନି ଏକ୍ସଚେଞ୍ଜ୍ ମାର୍କେଟ୍ରେ ଟଙ୍କା ୫୭ ପଇସା ଦୁର୍ବଳ ହୋଇ ୧ ଡଲାରର ମୂଲ୍ୟ ୮୬.୨୦ ପଇସା ହୋଇଛି।
ଷ୍ରେଟ୍ ଅଫ୍ ହରମୁଜ ଜଳପଥ କେତେ ଗୁରୁତ୍ୱପୂର୍ଣ୍ଣ ? ଏହା କେଉଁଠି ଅଛି ଏବଂ ଏହା ବନ୍ଦ ହେଲେ ଭାରତ ସମେତ ସାରା ବିଶ୍ୱରେ କଣ ପ୍ରଭାବ ପଢିବ ତାହା ତ ଜାଣିଲେ। ତେବେ ବିଶେଷଜ୍ଞଙ୍କ କହିବା କଥା ହେଲା ଇରାନ କେବେ ବି ଏହି ଜଳପଥକୁ ବନ୍ଦ କରିପାରିବ ନାହିଁ। ଇରାନ ଏଭଳି କଲେ ଏହା ତା’ପାଇଁ ବରଦାନ ନୁହେଁ ବରଂ ଅଭିଶାପ ହେବ। କେମିତି ଦେଖନ୍ତୁ....

ବଜାର ପର୍ଯ୍ୟବେକ୍ଷକମାନଙ୍କ ମତରେ ହରମୁଜ ଜଳପଥ ବନ୍ଦ କରି ବିଶ୍ୱ ତୈଳ ପ୍ରବାହରେ ସପୂର୍ଣ୍ଣ ବାଧା ସୃଷ୍ଟି କରିବା ପ୍ରାୟତଃ ଅସମ୍ଭବ। ଏନେଇ ଟ୍ରାନ୍ସଭର୍ସାଲ୍ କନସଲ୍ଟିଂର ସଭାପତି ଏଲେନ୍ ୱାଲ୍ଡ କହିଛନ୍ତି ଯେ ହର୍ମୁଜ୍ ଜଳପଥ ବନ୍ଦ କରିବା ଦ୍ୱାରା ଇରାନର କୌଣସି ଲାଭ ହେବ ନାହିଁ। ଏଇ ରାସ୍ତା ଦେଇ ଇରାନ ଚୀନକୁ ସର୍ବାଧିକ ତୈଳ ରପ୍ତାନୀ କରି ଅର୍ଥ ସଂଗ୍ରହ କରୁଛି। ତେଣୁ ସେ ଏହାକୁ ବନ୍ଦ କରି ନିଜ ଅର୍ଥନୀତି ଦୁର୍ବଳ କରିବାକୁ ଚାହିଁବନି, ସେପଟେ ଚୀନ ମଧ୍ୟ ଏହାକୁ ବନ୍ଦ କରିବାକୁ ନଦେବା ପାଇଁ ନିଜର ଆର୍ଥିକ ଭାର ଇରାନ ଉପରେ ଖର୍ଚ୍ଚ କରିପାରେ। ଏହା ବନ୍ଦ ହେଲେ ଶତ୍ରୁ ରାଷ୍ଟ୍ର ଅପେକ୍ଷା ମିତ୍ର ରାଷ୍ଟ୍ର ଅଧିକ ପ୍ରଭାବିତ ହେବେ ବୋଲି ୱାଲ୍ଡ କହିଛନ୍ତି।
ସେହିପରି ଏନର୍ଜି ଆଉଟଲୁକ୍ ଆଡଭାଇଜର୍ସର ମ୍ୟାନେଜିଂ ପାର୍ଟନର ଅନାସ ଆଲହାଜି କହିଛନ୍ତି, ଇରାନର ଅଧିକାଂଶ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଏହି ରାସ୍ତା ଦେଇ ଯାଆସ କରୁଛି, ତେଣୁ ସେହି ଦୃଷ୍ଟିରୁ ଏହି ଜଳପଥକୁ ବନ୍ଦ କରିବା ତେହେରାନ ପାଇଁ ବରଦାନ ଅପେକ୍ଷା ଅଭିଶାପ ହୋଇପାରେ। କାରଣ ପ୍ରଥମେ ସେମାନେ ହିଁ ଏହାଦ୍ୱାରା କ୍ଷତିଗ୍ରସ୍ତ ହେବେ।
ଷ୍ଟ୍ରେଟ୍ ଅଫ ହରମୁଜ୍ ଜଳପଥ ଅଞ୍ଚଳ ବିଭିନ୍ନ ଏରିଆ ଅନୁସାରେ, ୩୫ ରୁ ୬୦ ମାଇଲ୍ ବା ୫୫ ରୁ ୯୫ କିଲୋମିଟର ଚଉଡା ପାରସ୍ୟ ଉପସାଗର ଏବଂ ଆରବ ସାଗରକୁ ସଂଯୋଗ କରୁଛି। ଏହାକୁ ବନ୍ଦ କରିବାକୁ ଇରାନ ପୂର୍ବରୁ ଅନେକ ଥର ଧମକ ଦେଇ ସାରିଛି, ହେଲେ କେବେ ବନ୍ଦ କରି ନାହିଁ।ଅଲହାଜୀଙ୍କ କହିବା ଅନୁସାରେ, ହର୍ମୁଜ୍ ଜଳପଥର ଅଧିକାଂଶ ଭାଗ ଓମାନ ଅଧିନସ୍ତ ରହିଛି। ଏହା ଏତେ ପ୍ରଶସ୍ତ ଯେ ଇରାନୀମାନେ ଏହାକୁ ବନ୍ଦ କରିପାରିବେ ନାହିଁ। ସେହିପରି, ଟ୍ରାନ୍ସଭର୍ସାଲ୍ କନସଲ୍ଟିଂର ୱାଲ୍ଡ କହିଛନ୍ତି ଯେ ଯଦିଓ ଅନେକ ଜାହାଜ ଇରାନ ଜଳସୀମା ଦେଇ ଯାତାୟାତ କରନ୍ତି, ତଥାପି ଜାହାଜଗୁଡ଼ିକ ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଓମାନ ଦେଇ ବିକଳ୍ପ ରାସ୍ତା ଦେଇ ଯାଇପାରିବେ।
ଇସ୍ରାଏଲ ଓ ଇରାନ ଯୁଦ୍ଧ ଲାଗିବା ପରେ ଷ୍ଟ୍ରେଟ୍ ଅପ୍ ହରମୁଜ ବନ୍ଦ ହେବାର ଆଶଙ୍କା ଏଥିପାଇଁ ପ୍ରକାଶ ପାଇଛି କାରଣ ଇରାନ ପୂର୍ବରୁ ଏଭଳି ଧମକ ଅନେକ ଥର ଦେଇ ସାରିଛି। ଆମେରିକା ପରମାଣୁ ଚୁକ୍ତିରୁ ଓହରିଯିବା ଏବଂ ପୁନଃ କଟକଣା ଲାଗୁ କରିବାରୁ ଉତ୍ତେଜନା ବୃଦ୍ଧି ପାଇବା ପରେ ୨୦୧୮ରେ ଇରାନ ହରମୁଜ୍ ଜଳପଥ ବନ୍ଦ କରିବାକୁ ଧମକ ଦେଇଥିଲା। ତା ପୂର୍ବରୁ ୨୦୧୧ ଓ ୨୦୧୨ରେ ମଧ୍ୟ ଇରାନ ଏହାକୁ ବନ୍ଦ କରିବାର ଧମକ ଦେଇ ସାରିଛି।

ଏବେ ମୂଳ ବିଷୟକୁ ଆସିବା। ଇସ୍ରାଏଲ ଇରାନ ଉପରେ ଆକ୍ରମଣ କଲା କାହିଁକି ? ତା ଛଡ଼ା ଯୁଦ୍ଧ ଲାଗିବା ପରେ ଉଭୟ ଇରାନ ଓ ଇସ୍ରାଏଲ ଭାରତକୁ ଫୋନ୍ କରି କଣ କହିଲେ ଓ ଭାରତର ଆଭିମୁଖ୍ୟ ଏ ଦିଗରେ କଣ ରହିଛି ଆସନ୍ତୁ ଜାଣିବା।
ଶୁକ୍ରବାର ସକାଳେ ଇସ୍ରାଏଲ ଇରାନ ପରମାଣୁ ଘାଟି, ପରମାଣୁ ବୈଜ୍ଞାନିକ ଓ ସେନା ମୁଖ୍ୟଙ୍କ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣ ବିପଦ ପୂର୍ବରୁ ନିଜକୁ ସୁରକ୍ଷା ଦେବା ପାଇଁ କରାଯାଇଛି ବୋଲି ଇସ୍ରାଏଲ କହିଥିଲା। କାରଣ ଇରାନ ଏକ ମୌଳବାଦୀ ଇସ୍ଲାମିକ ଦେଶ ହୋଇଥିବାରୁ ଇସ୍ରାଏଲ ଏହାକୁ ନିଜ ପାଇଁ ଏକ ବିପଦ ଭାବେ ଦେଖେ। ତେଣୁ ଇରାନର ପରମାଣୁ ପ୍ରୋଗ୍ରାମକୁ ନିଜ ପାଇଁ ବଡ଼ ବିପଦ ବୋଲି ଭାବି ଏହାକୁ ନଷ୍ଟ କରିବାକୁ ଇସ୍ରାଏଲ ଏହି ଆଗୁଆ ଆକ୍ରମଣ କରିଥିଲା। ଇରାନକୁ ପରମାଣୁ ଅସ୍ତ୍ର ତିଆରି କରିବାରୁ ରୋକିବା ଆବଶ୍ୟକ, ନଚେତ୍ ବହୁତ ଡେରି ହୋଇଯିବ ବୋଲି ଇସ୍ରାଏଳ ପ୍ରଧାନମନ୍ରୀ ନେତାନ୍ୟାହୁ କହିଥିଲେ।
ଇସ୍ରାଏଲର ଏହି ଆକ୍ରମଣରେ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) କମାଣ୍ଡର ହୁସେନ ସଲାମି ନିହତ ହୋଇଛନ୍ତି। ଅଲ-ଜାଜିରା ଅନୁଯାୟୀ, ଆକ୍ରମଣରେ ଦୁଇ ଜଣ ପ୍ରମୁଖ ଇରାନୀ ପରମାଣୁ ବୈଜ୍ଞାନିକ ମହମ୍ମଦ ମେହଦି ତେହରାନଚି ଏବଂ ଫରଦୁନ ଆବାସି ମଧ୍ୟ ନିହତ ହୋଇଛନ୍ତି। ଏହାପରେ ଇରାନ ମଧ୍ୟ ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ କରିଛି। ଯେଉଁଥିରେ ଇସ୍ରାଏଲ୍ର ବହୁ କ୍ଷୟକ୍ଷତି ହୋଇଥିବା ଖବର ପ୍ରକାଶ ପାଇଛି।
ତେବେ ଯୁଦ୍ଧ ପରେ ଉଭୟ ଇସ୍ରାଏଲ ଓ ଇରାନ ଭାରତକୁ ଫୋନ୍ କରି ଉତ୍ତେଜନା ସମ୍ପର୍କରେ ଜଣାଇଛନ୍ତି। ଆଗ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିବା ପରେ ଇରାନ ମଧ୍ୟ ଭାରତକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲା। ଅନ୍ୟପଟେ ଭାରତ ମଧ୍ୟ ଶାନ୍ତି ବାର୍ତ୍ତା ଦେଇଛି। ଯୁଦ୍ଧ ନ କରି ଶାନ୍ତିର ବାଟ ଆପଣାଇବାକୁ ଦୁଇ ଦେଶକୁ ପରାମର୍ଶ ଦେଇଛି।