ଭିଭିଆଇପି ମୁଖ୍ୟ ମୁକେଶ ସାହାଣିଙ୍କ ପିତାଙ୍କୁ ନିର୍ମମ ହତ୍ୟା

ପାଟନା,୧୬।୭: ବିହାରର ପୂର୍ବତନ ସରକାରୀ ମନ୍ତ୍ରୀ ତଥା ଭିଭିଆଇପି ମୁଖ୍ୟ ମୁକେଶ ସାହାଣିଙ୍କ ପିତା ଜିତନ ସାହାଣିଙ୍କୁ ଦରଭଙ୍ଗାଠାରେ ହତ୍ୟା କରାଯାଇଛି। ମଙ୍ଗଳବାର ସକାଳେ ଘରେ ମୃତଦେହ ମିଳିବା ମାତ୍ରେ ଉତ୍ତେଜନା ଦେଖାଦେଇଥିଲା। ଏହି ହତ୍ୟାକାଣ୍ଡକୁ ଦରଭଙ୍ଗା ଏସଏସପି ଜଗୁନାଥ ରେଡ୍ଡୀ ନିଶ୍ଚିତ କରିଛନ୍ତି। ଜିତନଙ୍କୁ ପ୍ରାୟ ୬୫ ବର୍ଷ ବୟସ ହୋଇଥିଲା। ଏହି ଘଟଣା ଦରଭଙ୍ଗାର ବିରାଉଲ ସବଡିଭିଜନର ଆଫଜାଲା ପଞ୍ଚାୟତର ସୁପୌଲ ବଜାରରେ ଅବସ୍ଥିତ ପୈତୃକ ଘରେ ଘଟିଛି। ଘରୁ ଜିତନ ସାହାଣିଙ୍କ ମୃତଦେହ […] The post ଭିଭିଆଇପି ମୁଖ୍ୟ ମୁକେଶ ସାହାଣିଙ୍କ ପିତାଙ୍କୁ ନିର୍ମମ ହତ୍ୟା appeared first on Dharitri Odia News.

ଭିଭିଆଇପି ମୁଖ୍ୟ ମୁକେଶ ସାହାଣିଙ୍କ ପିତାଙ୍କୁ ନିର୍ମମ ହତ୍ୟା

ପାଟନା,୧୬।୭: ବିହାରର ପୂର୍ବତନ ସରକାରୀ ମନ୍ତ୍ରୀ ତଥା ଭିଭିଆଇପି ମୁଖ୍ୟ ମୁକେଶ ସାହାଣିଙ୍କ ପିତା ଜିତନ ସାହାଣିଙ୍କୁ ଦରଭଙ୍ଗାଠାରେ ହତ୍ୟା କରାଯାଇଛି। ମଙ୍ଗଳବାର ସକାଳେ ଘରେ ମୃତଦେହ ମିଳିବା ମାତ୍ରେ ଉତ୍ତେଜନା ଦେଖାଦେଇଥିଲା। ଏହି ହତ୍ୟାକାଣ୍ଡକୁ ଦରଭଙ୍ଗା ଏସଏସପି ଜଗୁନାଥ ରେଡ୍ଡୀ ନିଶ୍ଚିତ କରିଛନ୍ତି। ଜିତନଙ୍କୁ ପ୍ରାୟ ୬୫ ବର୍ଷ ବୟସ ହୋଇଥିଲା।
ଏହି ଘଟଣା ଦରଭଙ୍ଗାର ବିରାଉଲ ସବଡିଭିଜନର ଆଫଜାଲା ପଞ୍ଚାୟତର ସୁପୌଲ ବଜାରରେ ଅବସ୍ଥିତ ପୈତୃକ ଘରେ ଘଟିଛି। ଘରୁ ଜିତନ ସାହାଣିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ପରେ ବହୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।
ମୁକେଶ ସାହନି ବିକାଶଶୀନ ଇନସାନ ପାର୍ଟିର ପ୍ରତିଷ୍ଠାତା। ତାଙ୍କ ଦଳ ବିହାରର ୩ଟି ଲୋକ ସଭା ଆସନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ତେବେ ଦଳ ତିନୋଟି ସ୍ଥାନରେ ହାରି ଯାଇଥିଲା।

The post ଭିଭିଆଇପି ମୁଖ୍ୟ ମୁକେଶ ସାହାଣିଙ୍କ ପିତାଙ୍କୁ ନିର୍ମମ ହତ୍ୟା appeared first on Dharitri Odia News.