ଭିସୁଟ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ଆତ୍ମହତ୍ୟା ମାମଲାରେ ସୋମବାର ବୁର୍ଲା ପୋଲିସ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ(୨୭)ଙ୍କୁୁ ଗିରଫ କରଛି। ଏହି ଘଟଣାକୁ ନେଇ ଗତ ୨୦୨୩ରେ ବୁର୍ଲା ଥାନାରେ କେସ ନମ୍ବର ୯୬/୨୦୨୩ରେ ଦଫା ୩୦୬ର ରୁଜୁ ମାମଲାରେ ପ୍ରୀତିମାନଙ୍କୁ ଗିରଫ କରି ପୋଲିସ କୋର୍ଟଚାଲାଣ କରିଛି। ସୂଚନାଯୋଗ୍ୟ ଯେ, ଗତ ୨୦୨୩ ଫେବୃଆରୀ ୨୮ ତାରିଖ ଭିସୁଟ୍‌ରେ ସମାବର୍ତ୍ତନ ଉତ୍ସବ ଉପକକ୍ଷେ ଜାରି ରହିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ […] The post ଭିସୁଟ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ appeared first on Dharitri Odia News.

ଭିସୁଟ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ଆତ୍ମହତ୍ୟା ମାମଲାରେ ସୋମବାର ବୁର୍ଲା ପୋଲିସ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ(୨୭)ଙ୍କୁୁ ଗିରଫ କରଛି। ଏହି ଘଟଣାକୁ ନେଇ ଗତ ୨୦୨୩ରେ ବୁର୍ଲା ଥାନାରେ କେସ ନମ୍ବର ୯୬/୨୦୨୩ରେ ଦଫା ୩୦୬ର ରୁଜୁ ମାମଲାରେ ପ୍ରୀତିମାନଙ୍କୁ ଗିରଫ କରି ପୋଲିସ କୋର୍ଟଚାଲାଣ କରିଛି।

ସୂଚନାଯୋଗ୍ୟ ଯେ, ଗତ ୨୦୨୩ ଫେବୃଆରୀ ୨୮ ତାରିଖ ଭିସୁଟ୍‌ରେ ସମାବର୍ତ୍ତନ ଉତ୍ସବ ଉପକକ୍ଷେ ଜାରି ରହିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ରାତି ପ୍ରାୟ ପାଖାପାଖି ୯ଟା ସମୟରେ ଚିନ୍ମୟୀ ପାୱାର କେନାଲକୁ ଡେଇଁ ଆତ୍ମହତ୍ୟା କରିଥିଲେ । ସେ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ସହ ବୁର୍ଲା ପାୱାର ଚେନାଲ ବ୍ରିଜକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ କୌଣସି କଥାରେ ବ୍ୟଥିତ ହୋଇ ସେ ଆତ୍ମହତ୍ୟା କରିଥିଲେ ବୋଲି ଚର୍ଚ୍ଚା ହୋଇଥିଲା । ସେହିପରି ମୃତା ଚିନ୍ମୟୀଙ୍କ ମାତା ମଧ୍ୟ ତାଙ୍କ ଆତ୍ମହତ୍ୟା ପାଇଁ ପ୍ରୀତିମାନଙ୍କୁ ଦାୟୀ କରିଥିଲେ । ତେବେ ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଫଳରେ ହାଇକୋର୍ଟ ଏହି ଘଟଣାର ପୁନଃତଦନ୍ତ ପାଇଁ ସମ୍ବଲପୁର ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଏହି ମାମଲାର ତଦନ୍ତ ଦୁଇମାସ ମଧ୍ୟରେ ଶେଷ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାର ପୁନଃ ଖୋଳତା ଆରମ୍ଭ ହୋଇ କେନ୍ଦ୍ରୀୟ ଫରେନସିକ ଲାବରୋଟାରୀ(ଏସଏଫଏସଏଲ) ପକ୍ଷରୁ ଗତ ଫେବୃଆରୀରେ ମୃତା ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପୀତିମାନଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ଏସଏଫଏସଏଲ ପକ୍ଷରୁ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟକୁ ଏକ ବନ୍ଦ ଲିଫାପାରେ ସମ୍ବଲପୁର ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ସେହି ଅନୁସାର ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହାକୁ ନେଇ ପଚାର ଉଚରା ପାଇଁ ବୁର୍ଲା ପୋଲିସ ପକ୍ଷରୁ ପ୍ରୀତିମାନଙ୍କୁ ବୁର୍ଲାକୁ ଡକାଯାଇଥିଲା । ସେ ଭୁବନେଶ୍ୱରରୁ ଆସି ସୋମବାର ବୁର୍ଲା ଥାନାରେ ପହଞ୍ଚତ୍ଲା ପରେ ପୋଲିସ ପଚାରଉଚରା କରି ବିଭିନ୍ନ ତଥ୍ୟ ପ୍ରମାଣ ଆଧାରରେ ପୀତିମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

The post ଭିସୁଟ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ appeared first on Dharitri Odia News.