ପଶ୍ଚିମବଙ୍ଗ ବନ୍ଦ ଭିତରେ ତେଜିଲା ହିଂସା, ଭାଜପା ନେତାଙ୍କ କାର୍‌ ଉପରକୁ ୬ରାଉଣ୍ଡ ଗୁଳି ଚଳାଇଲେ ଆକ୍ରମଣକାରୀ

କୋଲକାତା,୨୮।୮: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ନବାନ୍ନ ଅଭିଯାନ ସମୟରେ ବିକ୍ଷୋଭକାରୀଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ଭାଜପା ବୁଧବାର ରାଜ୍ୟବ୍ୟାପୀ ବନ୍ଦ ଘୋଷଣା କରିଛି। ବନ୍ଦ ସମୟରେ ଅନେକ ସ୍ଥାନରେ ଅନେକ ବିଶୃଙ୍ଖଳା ଦେଖିବାକୁ ମିଳୁଛି। ଏହି ସମୟରେ ଭାଜପା ନେତା ତଥା ପୂର୍ବତନ ଏମପି ଅର୍ଜୁନ ସିଂ ଅଭିଯୋଗ କରିଛନ୍ତି ଯେ ଉତ୍ତର ୨୪ ପ୍ରଗଣାର ଭଟ୍ଟାରା ଅଞ୍ଚଳରେ ଦଳର ନେତାଙ୍କ କାର ଉପରେ ଏକ ମର୍ମନ୍ତୁଦ ଆକ୍ରମଣ ହୋଇଛି ଯେଉଁଥିରେ ଜଣେ ବ୍ୟକ୍ତି ଆହତ […] The post ପଶ୍ଚିମବଙ୍ଗ ବନ୍ଦ ଭିତରେ ତେଜିଲା ହିଂସା, ଭାଜପା ନେତାଙ୍କ କାର୍‌ ଉପରକୁ ୬ରାଉଣ୍ଡ ଗୁଳି ଚଳାଇଲେ ଆକ୍ରମଣକାରୀ appeared first on Dharitri Odia News.

ପଶ୍ଚିମବଙ୍ଗ ବନ୍ଦ ଭିତରେ ତେଜିଲା ହିଂସା, ଭାଜପା ନେତାଙ୍କ କାର୍‌ ଉପରକୁ ୬ରାଉଣ୍ଡ ଗୁଳି ଚଳାଇଲେ ଆକ୍ରମଣକାରୀ

କୋଲକାତା,୨୮।୮: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ନବାନ୍ନ ଅଭିଯାନ ସମୟରେ ବିକ୍ଷୋଭକାରୀଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ଭାଜପା ବୁଧବାର ରାଜ୍ୟବ୍ୟାପୀ ବନ୍ଦ ଘୋଷଣା କରିଛି। ବନ୍ଦ ସମୟରେ ଅନେକ ସ୍ଥାନରେ ଅନେକ ବିଶୃଙ୍ଖଳା ଦେଖିବାକୁ ମିଳୁଛି। ଏହି ସମୟରେ ଭାଜପା ନେତା ତଥା ପୂର୍ବତନ ଏମପି ଅର୍ଜୁନ ସିଂ ଅଭିଯୋଗ କରିଛନ୍ତି ଯେ ଉତ୍ତର ୨୪ ପ୍ରଗଣାର ଭଟ୍ଟାରା ଅଞ୍ଚଳରେ ଦଳର ନେତାଙ୍କ କାର ଉପରେ ଏକ ମର୍ମନ୍ତୁଦ ଆକ୍ରମଣ ହୋଇଛି ଯେଉଁଥିରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।

ଭାଜପା ପଶ୍ଚିମବଙ୍ଗ ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଯାହାକୁ ନେଇ ଆଜି ସେଠାରେ ହିଂସା ଦେଖାଦେଇଛି। ଭାଜପା ନେତା ଅର୍ଜୁନ ସିଂ ଅଭିଯୋଗ କରିଛନ୍ତି ଯେ, ଭଟପାରରେ ଭାଜପା ନେତାଙ୍କ କାର ଉପରେ ୬ ରାଉଣ୍ଡ ଗୁଳି ଚଳା ଯାଇଛି। ଏହି ଘଟଣା କ୍ୟାମେରାରେ କଏଦ ହୋଇଛି। କିଛି ସ୍ଥାନୀୟ ଆକ୍ରମଣକାରୀ ଭଟପାରରେ ସ୍ଥାନୀୟ ନେତା ପ୍ରିୟଙ୍ଗୁ ପାଣ୍ଡେଙ୍କ କାରରେ ନିଆଁ ଲଗାଇ ଦେଇଛନ୍ତି। ଏହା ପରେ ସେମାନେ ସେଠାରୁ ପଳାୟନ କରିଛନ୍ତି। ଏହି ଗୁଳିରେ ଭାଜପା ନେତା ରବି ସିଂ ଆହତ ହୋଇଥିବା ଅର୍ଜୁନ ସିଂ ଅଭିଯୋଗ କରିଛନ୍ତି। ରାଜ୍ୟ ଭାଜପାର ୧୨ଘଣ୍ଟିଆ ବନ୍ଦ ଡାକରାରେ ପ୍ରିୟଙ୍ଗୁ ପାଣ୍ଡେଙ୍କ କାର ଉପରକୁ ଗୁଳି ବିନିମୟ ହୋଇଥିଲା।

The post ପଶ୍ଚିମବଙ୍ଗ ବନ୍ଦ ଭିତରେ ତେଜିଲା ହିଂସା, ଭାଜପା ନେତାଙ୍କ କାର୍‌ ଉପରକୁ ୬ରାଉଣ୍ଡ ଗୁଳି ଚଳାଇଲେ ଆକ୍ରମଣକାରୀ appeared first on Dharitri Odia News.