ଭୀମକୁଣ୍ଡରେ ଅଘଟଣ: ଭୋଜି କରିବାକୁ ଆସି ଭାସିଗଲେ ଯୁବକ

ପାଟଣା/ଠାକୁରମୁଣ୍ଡା,୨୬।୧(ବୀର କିଶୋର ଦାଶ/ତାରାକାନ୍ତ ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଘାଟବାଲି ଯୋଡ଼ିସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଭୀମକୁଣ୍ଡକୁ ଭୋଜି କରିବାକୁ ଆସି ସାନକୁଣ୍ଡ ଉପରେ ଥିବା ଗଭୀର ଗଣ୍ଡରେ ରବିବାର ଅପରାହ୍ନରେ ଭାସି ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ହେଲେ ଜଗତସିଂହପୁର ଜିଲା ବାଲିକୁଦା ଗାଁର ନିତ୍ୟାନନ୍ଦ ଦାସଙ୍କ ପୁଅ ବିଶ୍ୱଜିତ୍‌ ଦାସ। ମିଳିଥିବା ସୂଚନା ମୁତାବକ, ବିଶ୍ୱଜିତ୍‌ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ମାରୁତି ସୁଜୁକି ସର୍ଭିସ ସେଣ୍ଟର୍‌ରେ କାର୍ଯ୍ୟ […] The post ଭୀମକୁଣ୍ଡରେ ଅଘଟଣ: ଭୋଜି କରିବାକୁ ଆସି ଭାସିଗଲେ ଯୁବକ appeared first on Dharitri Odia News.

ଭୀମକୁଣ୍ଡରେ ଅଘଟଣ: ଭୋଜି କରିବାକୁ ଆସି ଭାସିଗଲେ ଯୁବକ

ପାଟଣା/ଠାକୁରମୁଣ୍ଡା,୨୬।୧(ବୀର କିଶୋର ଦାଶ/ତାରାକାନ୍ତ ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଘାଟବାଲି ଯୋଡ଼ିସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଭୀମକୁଣ୍ଡକୁ ଭୋଜି କରିବାକୁ ଆସି ସାନକୁଣ୍ଡ ଉପରେ ଥିବା ଗଭୀର ଗଣ୍ଡରେ ରବିବାର ଅପରାହ୍ନରେ ଭାସି ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ହେଲେ ଜଗତସିଂହପୁର ଜିଲା ବାଲିକୁଦା ଗାଁର ନିତ୍ୟାନନ୍ଦ ଦାସଙ୍କ ପୁଅ ବିଶ୍ୱଜିତ୍‌ ଦାସ।

ମିଳିଥିବା ସୂଚନା ମୁତାବକ, ବିଶ୍ୱଜିତ୍‌ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ମାରୁତି ସୁଜୁକି ସର୍ଭିସ ସେଣ୍ଟର୍‌ରେ କାର୍ଯ୍ୟ କରୁଥିଲେ। ଅଫିସ ଷ୍ଟାଫଙ୍କ ସହ ସେ ଭୀମକୁଣ୍ଡକୁ ଭୋଜି କରିବାକୁ ଆସିଥିଲେ। ଭୀମକୁଣ୍ଡର ଠାକୁରମୁଣ୍ଡା ପାର୍ଶ୍ୱରେ ଭୋଜି ପାଇଁ ରୋଷେଇ ଚାଲିଥିଲା। ସେତିକିବେଳେ ବିଶ୍ୱଜିତ୍‌ ସାନ କୁଣ୍ଡ ଉପରେ ଥିବା ଗଣ୍ଡରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିବା ବେଳେ ସନ୍ଧ୍ୟା ସୁଦ୍ଧା ବିଶ୍ୱଜିତଙ୍କ କୌଣସି ସନ୍ଧାନ ମିଳି ନ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

The post ଭୀମକୁଣ୍ଡରେ ଅଘଟଣ: ଭୋଜି କରିବାକୁ ଆସି ଭାସିଗଲେ ଯୁବକ appeared first on Dharitri Odia News.