ଭୀରକୁପଡ଼ାରେ ଝାଡ଼ାବାନ୍ତି, ସ୍ବାସ୍ଥ୍ୟ ଟିମ୍‌ର ଦେଖା ନାହିଁ

ପାଇକମାଳ,୨୯ା୭(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଭୂତମୁଣ୍ଡା ଗ୍ରାମର ଭୀରକୁପଡ଼ାରେ ତିନିଦିନ ହେଲା ଝାଡ଼ାବାନ୍ତି ଲାଗି ରହିଛି। ଶନିବାରଠାରୁ ଭୀରକୁପଡ଼ାରେ ଝାଡ଼ାବାନ୍ତି ଲାଗି ରହିଥିବା ବେଳେ ଆମ୍ବୁଲାନ୍ସ ଗାଁକୁ ଆସିପାରୁନାହିଁ। ଫଳରେ ଭୂତମୁଣ୍ଡା ଗ୍ରାମରେ ଅଟକି ଥିବା ଆମ୍ବୁଲାନ୍ସ ପାଖକୁ ଖଟିଆରେ ପ୍ରାୟ ୧ କିଲୋମିଟର ରୋଗୀ ବିଦ୍ୟାଧର ମାଝିଙ୍କୁ (୪୬) ବୁହାହୋଇ ନିଆଯାଇଯାଇଥିଲା। ସେଠାରୁ ତାଙ୍କୁ ନୂଆପଡ଼ା ସରକାରୀ ଚିକିତ୍ସାଳୟ ନେଇ ଭର୍ତ୍ତି କରାଯାଇଛି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବା ବେଳେ ସୋମବାର […] The post ଭୀରକୁପଡ଼ାରେ ଝାଡ଼ାବାନ୍ତି, ସ୍ବାସ୍ଥ୍ୟ ଟିମ୍‌ର ଦେଖା ନାହିଁ appeared first on Dharitri Odia News.

ଭୀରକୁପଡ଼ାରେ ଝାଡ଼ାବାନ୍ତି, ସ୍ବାସ୍ଥ୍ୟ ଟିମ୍‌ର ଦେଖା ନାହିଁ

ପାଇକମାଳ,୨୯ା୭(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଭୂତମୁଣ୍ଡା ଗ୍ରାମର ଭୀରକୁପଡ଼ାରେ ତିନିଦିନ ହେଲା ଝାଡ଼ାବାନ୍ତି ଲାଗି ରହିଛି। ଶନିବାରଠାରୁ ଭୀରକୁପଡ଼ାରେ ଝାଡ଼ାବାନ୍ତି ଲାଗି ରହିଥିବା ବେଳେ ଆମ୍ବୁଲାନ୍ସ ଗାଁକୁ ଆସିପାରୁନାହିଁ। ଫଳରେ ଭୂତମୁଣ୍ଡା ଗ୍ରାମରେ ଅଟକି ଥିବା ଆମ୍ବୁଲାନ୍ସ ପାଖକୁ ଖଟିଆରେ ପ୍ରାୟ ୧ କିଲୋମିଟର ରୋଗୀ ବିଦ୍ୟାଧର ମାଝିଙ୍କୁ (୪୬) ବୁହାହୋଇ ନିଆଯାଇଯାଇଥିଲା। ସେଠାରୁ ତାଙ୍କୁ ନୂଆପଡ଼ା ସରକାରୀ ଚିକିତ୍ସାଳୟ ନେଇ ଭର୍ତ୍ତି କରାଯାଇଛି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବା ବେଳେ ସୋମବାର ସକାଳେ ଆଉ ୪ ଜଣ ବେଲମତି ମାଝି(୩୨)ସାନ୍ତରା ମାଝି (୫୬)ନବୀନା ମାଝି(୨୫)ମାନସିଂ ମାଝି (୨୭)ଙ୍କୁ ଝାଡ଼ାବାନ୍ତି ହେବାରୁ ପୂଣି ଆମ୍ବୁଲାନ୍ସରେ ସେମାନଙ୍କୁ ନୂଆପଡ଼ା ପଠାଯାଇଛି। ଆଶା ଦିଦି ତିଳୋତ୍ତମା ସେଠ ଆମ୍ବୁଲାନ୍ସ ଡକାଇ ତାଙ୍କୁ ନୂଆପଡ଼ା ଚିକିତ୍ସା ପାଇଁ ପଠାଇ ଥିବା ବେଳେ ଏହି ପଡ଼ାରେ ରହୁଥିବା ୯ଟି ପରିବାରର ସମସ୍ତଙ୍କୁ ଓଆର୍‌ଏସ୍‌ ପାଉଡର ସହ ଔଷଧ ବଣ୍ଟନ କରିଛନ୍ତି। ତାଙ୍କୁ ସମାଜସେବୀ ଭଗବାନ ମାଝି ସାହାଯ୍ୟ କରିଥିଲେ। ତେବେ ଏଠାରେ କୌଣସି ଡାକ୍ତରୀ ଟିମ୍‌ ପହଞ୍ଚି ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

The post ଭୀରକୁପଡ଼ାରେ ଝାଡ଼ାବାନ୍ତି, ସ୍ବାସ୍ଥ୍ୟ ଟିମ୍‌ର ଦେଖା ନାହିଁ appeared first on Dharitri Odia News.