ଭୀଷଣ ତାତିରେ ଜଳୁଛି ବୌଦ୍ଧ ସହର, ମଙ୍ଗଳବାର ବି ପାରା ୪୩ ଡିଗ୍ରୀ ଉପରେ
ଭୁବନେଶ୍ବର: ଭୀଷଣ ତାତିରେ ଜଳୁଛି ବୌଦ୍ଧ ସହର । ପ୍ରଚଣ୍ଡ ତାତିରେ ଏବେଠାରୁ ହିଁ ସନ୍ତୁଳି ହେଲେଣି ସହରବାସୀ । ମଙ୍ଗଳବାର ତାତିରୁ ତ୍ରାହି ମିଳିନି ବୌଦ୍ଧବାସୀଙ୍କୁ। ପାଣିପାଗର ବିଭାଗର ତଥ୍ୟ ଅନୁଯାୟୀ ମଙ୍ଗଳବାର ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।ସେହିଭଳି ବଲାଙ୍ଗିରରେ ତାପମାତ୍ରା ୪୦.୪ ଡିଗ୍ରୀ, ଝାରସୁଗୁଡ଼ା ୩୯.୮, ସମ୍ବଲପୁର ୩୯.୭, ମାଲକାନଗିରି ୩୯.୫, ହୀରାକୁଦ ୩୯.୧, ଟିଟିଲାଗଡ଼ ୩୯.୦, ସୁନ୍ଦରଗଡ଼ ୩୮.୯, ତାଳଚେର ୩୮.୬, ଭବାନୀପାଟଣା ୩୮.୫, ବରଗଡ଼ ୩୮.୪, ଭୁବନେଶ୍ବର ୩୪.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।ସେପଟେ, ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୧୯ ତାରିଖରୁ କାଳବୈଶାଖୀ ପ୍ରଭାବ କ୍ରମଶଃ ବଢ଼ିବ। ଫଳରେ ତାପମାତ୍ରା ୩ରୁ ୫ ଡିଗ୍ରୀ କମିପାରେ । ଏହା ସହ ୨୦ରୁ ୨୧ ତାରିଖରେ କାଳବୈଶାଖୀ ନେଇ ୧୫ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ଏଥିରେ ୫ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ କରାଯାଇଥିବାବେଳେ ୧୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। କିଛି ସ୍ଥାନରେ କୁଆ ପଥର ବର୍ଷ ନେଇ ଚେତାବନୀ। ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜର କି
ଭୁବନେଶ୍ବର: ଭୀଷଣ ତାତିରେ ଜଳୁଛି ବୌଦ୍ଧ ସହର । ପ୍ରଚଣ୍ଡ ତାତିରେ ଏବେଠାରୁ ହିଁ ସନ୍ତୁଳି ହେଲେଣି ସହରବାସୀ । ମଙ୍ଗଳବାର ତାତିରୁ ତ୍ରାହି ମିଳିନି ବୌଦ୍ଧବାସୀଙ୍କୁ। ପାଣିପାଗର ବିଭାଗର ତଥ୍ୟ ଅନୁଯାୟୀ ମଙ୍ଗଳବାର ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।
ସେହିଭଳି ବଲାଙ୍ଗିରରେ ତାପମାତ୍ରା ୪୦.୪ ଡିଗ୍ରୀ, ଝାରସୁଗୁଡ଼ା ୩୯.୮, ସମ୍ବଲପୁର ୩୯.୭, ମାଲକାନଗିରି ୩୯.୫, ହୀରାକୁଦ ୩୯.୧, ଟିଟିଲାଗଡ଼ ୩୯.୦, ସୁନ୍ଦରଗଡ଼ ୩୮.୯, ତାଳଚେର ୩୮.୬, ଭବାନୀପାଟଣା ୩୮.୫, ବରଗଡ଼ ୩୮.୪, ଭୁବନେଶ୍ବର ୩୪.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।
ସେପଟେ, ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୧୯ ତାରିଖରୁ କାଳବୈଶାଖୀ ପ୍ରଭାବ କ୍ରମଶଃ ବଢ଼ିବ। ଫଳରେ ତାପମାତ୍ରା ୩ରୁ ୫ ଡିଗ୍ରୀ କମିପାରେ । ଏହା ସହ ୨୦ରୁ ୨୧ ତାରିଖରେ କାଳବୈଶାଖୀ ନେଇ ୧୫ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ଏଥିରେ ୫ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ କରାଯାଇଥିବାବେଳେ ୧୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। କିଛି ସ୍ଥାନରେ କୁଆ ପଥର ବର୍ଷ ନେଇ ଚେତାବନୀ।
ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ଅଛି । କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଏବଂ ସୁନ୍ଦରଗଡ଼ରେ ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ଏବଂ ଧୂଳିଝଡ଼ ଆଶଙ୍କା ଅଛି । ୧୧ ଜିଲ୍ଲାରେ ଘଡ଼ଘଡ଼ି ନେଇ ସତର୍କ ସୂଚନା ଜାରି ହୋଇଛି । ଶୁକ୍ରବାର କାଳବୈଶାଖୀ ଆହୁରି ବଢ଼ିବ । ଉତ୍ତର, ଉପକୂଳ ସହ ପଶ୍ଚିମରେ ବି ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ । ପବନ ବେଗ ୫୦-୬୦ କିମି ରହିପାରେ ।