ଭୁବନେଶ୍ବର ବିମାନବନ୍ଦରରୁ ପୁଣି ଜବତ ହେଲା ସୁନା
ଭୁବନେଶ୍ବର : ବିମାନବନ୍ଦରରୁ ପୁଣି ସୁନା ଅଳଙ୍କାର ଜବତ । ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରୁ ୨୦ କେଜି ସୁନା ଜବତ କରିଛି CT & GST। ତେବେ ଜବତ ସୁନା ଅଳଙ୍କାର ଭିତରୁ ୪ କେଜି ସୁନାର ତଥ୍ୟ ପାଉନି CT GST ବିଭାଗ । ଟ୍ୟାକ୍ସ ଇନ୍ ଭଏସ ଓ ଉପଯୁକ୍ତ ବିଲ୍ ନ ଦେଖାଇ ପାରିବାରୁ ସୁନା ଅଳଙ୍କାର ଜବତ ହୋଇଛି । ଏହି ମାମଲାରେ କିଛି ବ୍ୟବସାୟୀଙ୍କୁ ପଚରାଉଚରା କରାଯାଇଛି। ସୂଚନାନୁସାରେ,ମୁମ୍ବାଇରୁ […]

ଭୁବନେଶ୍ବର : ବିମାନବନ୍ଦରରୁ ପୁଣି ସୁନା ଅଳଙ୍କାର ଜବତ । ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରୁ ୨୦ କେଜି ସୁନା ଜବତ କରିଛି CT & GST। ତେବେ ଜବତ ସୁନା ଅଳଙ୍କାର ଭିତରୁ ୪ କେଜି ସୁନାର ତଥ୍ୟ ପାଉନି CT GST ବିଭାଗ । ଟ୍ୟାକ୍ସ ଇନ୍ ଭଏସ ଓ ଉପଯୁକ୍ତ ବିଲ୍ ନ ଦେଖାଇ ପାରିବାରୁ ସୁନା ଅଳଙ୍କାର ଜବତ ହୋଇଛି । ଏହି ମାମଲାରେ କିଛି ବ୍ୟବସାୟୀଙ୍କୁ ପଚରାଉଚରା କରାଯାଇଛି।
ସୂଚନାନୁସାରେ,ମୁମ୍ବାଇରୁ ବିମାନରେ ସୁନାଗହଣା ଭୁବନେଶ୍ୱର ଆସିଥିବା GST ବିଭାଗ ଖବର ପାଇଥିଲା। ‘ସିକୁଏଲ ଲଜିଷ୍ଟିକ’ ନାମ ଏକ ସଂସ୍ଥା ସୁନା ନେଇ ଆସୁଥିଲା। ବିମାନବନ୍ଦର ସାମ୍ନାରେ ସିଟି GST ଅଧିକାରୀମାନେ ଉକ୍ତ ଗାଡିକୁ ଅଟକାଇଥିଲା। ଗାଡିକୁ ଯାଞ୍ଚ କରିବା ପରେ ସେଥିରୁ ୨୦ କିଲୋ ସୁନା ଅଳଙ୍କାର ମିଳିଥିଲା। ସେଥିରୁ ୪ କିଲୋର ହିସାବ ମିଳି ପାରୁନଥିଲେ। ଏହି ସୁନା ରାଜସ୍ଥାନରୁ ଆସିଥିବା ବେଳେ ତଦନ୍ତ ଜାରି ରହିଥିବା CT GST ସୂତ୍ରରୁ ଜଣାପଡ଼ିଛି। ତେଣୁ ଏହା ଉପରେ ମୋଟା ଅଙ୍କର ଜରିମାନା ପକାଇବା ଲାଗି ଯୋଜନା ହୋଇଛି। ଗତ ୨୬ ତାରିଖରେ ମଧ୍ୟ ୩୦ କେଜି ସୁନା, ୨୦୦କେଜି ରୁପା CT &GST ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ କରାଯାଇଥିଲା। ସେଥିମଧ୍ୟରୁ ଅଢେଇ କେଜି ସୁନାର ତଥ୍ୟ ମିଳିପାରିନଥିଲା ବେଳେ, ତାକୁ ଟ୍ରେଜେରୀରେ ରଖାଯାଇଛି।