ଭୁବନେଶ୍ବରରେ ଭୟାବହ ଅଗ୍ନିକାଣ୍ଡ, ଜଳି ପୋଡ଼ି ନଷ୍ଟ ହୋଇଗଲା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଗୋଦାମ
ଭୁବନେଶ୍ବର: ନିଆଁ ଲାଗି ଜଳିଗଲା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଗୋଦାମ ଘର। ଭୁବନେଶ୍ବର ସତ୍ୟନଗରଠାରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଗୋଦାମରେ ଲାଗିଛି ନିଆଁ। ସୂଚନା ଅନୁଯାୟୀ, ସନ୍ଧ୍ୟାରେ ଏହି ଗୋଦାମରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। କେହି କିଛି ବୁଝିବା ଆଗରୁ ହଠାତ୍ ନିଆଁର କରାଳ ରୂପ ପୂରା ଗୋଦାମକୁ ଗ୍ରାସ କରିଥିଲା। ଆଉ ଚାହୁଁ ଚାହୁଁ ନିଆଁରେ ପୋଡ଼ି ହୋଇଯାଇଥିଲା କୋଟି କୋଟି ଟଙ୍କାର ସାମଗ୍ରୀ।ବଡ଼ କଥା ହେଲା ନିଆଁର ଏତେ ଭୟାନକ ରହିଛି ଯେ, ଲିଭାଇବାକୁ ଅଗ୍ନିଶମ ବାହିନୀକୁ ନାକେଦମ ହେବାକୁ ପଡ଼ିଛି। ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ହୋଇଥିଲେବି ଏପର୍ଯ୍ୟନ୍ତ ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରାଯାଇପାରିନାହିଁ। ଅଗ୍ନିଶମ ବାହିନୀ ଏବେବି ନିଆଁ ଲିଭାଇବାକୁ ଜାରି ରଖିଛନ୍ତି ଜୋରଦାର ଉଦ୍ୟମ। ପ୍ରାୟ ୨୫୦ ଫାୟାର ଫାଇଟର ଏବଂ ଅଧିକାରୀ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। ରୋବଟର ସହାୟତା ମଧ୍ୟ ନିଆଯାଉଛି।ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିଲେବି ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ହୋଇଥିବା ନେଇ ଆଶଙ୍କା କରାଯାଉଛି।
ଭୁବନେଶ୍ବର: ନିଆଁ ଲାଗି ଜଳିଗଲା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଗୋଦାମ ଘର। ଭୁବନେଶ୍ବର ସତ୍ୟନଗରଠାରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଗୋଦାମରେ ଲାଗିଛି ନିଆଁ।
ସୂଚନା ଅନୁଯାୟୀ, ସନ୍ଧ୍ୟାରେ ଏହି ଗୋଦାମରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। କେହି କିଛି ବୁଝିବା ଆଗରୁ ହଠାତ୍ ନିଆଁର କରାଳ ରୂପ ପୂରା ଗୋଦାମକୁ ଗ୍ରାସ କରିଥିଲା। ଆଉ ଚାହୁଁ ଚାହୁଁ ନିଆଁରେ ପୋଡ଼ି ହୋଇଯାଇଥିଲା କୋଟି କୋଟି ଟଙ୍କାର ସାମଗ୍ରୀ।
ବଡ଼ କଥା ହେଲା ନିଆଁର ଏତେ ଭୟାନକ ରହିଛି ଯେ, ଲିଭାଇବାକୁ ଅଗ୍ନିଶମ ବାହିନୀକୁ ନାକେଦମ ହେବାକୁ ପଡ଼ିଛି। ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ହୋଇଥିଲେବି ଏପର୍ଯ୍ୟନ୍ତ ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରାଯାଇପାରିନାହିଁ। ଅଗ୍ନିଶମ ବାହିନୀ ଏବେବି ନିଆଁ ଲିଭାଇବାକୁ ଜାରି ରଖିଛନ୍ତି ଜୋରଦାର ଉଦ୍ୟମ। ପ୍ରାୟ ୨୫୦ ଫାୟାର ଫାଇଟର ଏବଂ ଅଧିକାରୀ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। ରୋବଟର ସହାୟତା ମଧ୍ୟ ନିଆଯାଉଛି।
ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିଲେବି ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ହୋଇଥିବା ନେଇ ଆଶଙ୍କା କରାଯାଉଛି।