ଭୁବନେଶ୍ଵରଙ୍କ ଶାଣିତ ବୋଲିଂ, ରାଜସ୍ଥାନ ମୁହଁରୁ ବିଜୟ ଛଡ଼ାଇ ଆଣିଲା ହାଇଦ୍ରାବାଦ

ହାଇଦ୍ରାବାଦ: ଏଠାରେ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲ୍‌ର ୫୦ତମ ରୋମାଞ୍ଚକର ମୁକାବିଲାରେ ବାଜି ମାରି ନେଇଛି ସନରାଇଜର୍ସ ହାଇଦ୍ରାବାଦ। ଅନ୍ତିମ ବଲରେ ମ୍ୟାଚ୍‌ର ଫଇସଲା ହୋଇଥିବା ବେଳେ ୧ ରନରେ ରାଜସ୍ଥାନକୁ ହରାଇଛି ହାଇଦ୍ରାବାଦ।  ଶେଷ ଓଭରରେ ଭୁବନେଶ୍ଵର କୁମାରଙ୍କ ଶାଣିତ ବୋଲିଂ ବଳରେ ହାଇଦ୍ରାବାଦ ରାଜସ୍ଥାନ ହାତରୁ ବିଜୟ ଛଡ଼ାଇ ନେଇଛି। ହାଇଦ୍ରାବାଦ ଦ୍ଵାରା ଧାର୍ଯ୍ୟ ୨୦୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୨୦୦ ରନରେ ଅଟକି ଯାଇଛି ରାଜସ୍ଥାନ। ରିୟାନ ପରାଗଙ୍କ ୭୭ ରନ ଓ ଯଶସ୍ଵୀ ଜୟସ୍ଵାଲଙ୍କ ୬୭ ରନର ଲଢୁଆ ଅର୍ଦ୍ଧଶତକୀୟ ଇନିଂସ ବୃଥା ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ନୀତିଶ ରେଡ୍ଡୀଙ୍କ  ଅପରାଜିତ ବିସ୍ଫୋରକ ୭୬ ରନ, ଟ୍ରେଭିସ୍ ହେଡ୍‌ଙ୍କ ୫୮ ରନ ଓ ହେନରିକ କ୍ଲାସେନଙ୍କ ଅପରାଜିତ ୪୨ ରନ ବଳରେ ୩ ଓ୍ଵିକେଟ୍ ହରାଇ ୨୦୧ ରନ କରିଥିଲା। ରାଜସ୍ଥାନ ଦଶମ ମୁକାବିଲାରେ ୨ୟ ପରାଜୟ ଭୋଗିଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ୬ ଷଷ୍ଠ ବିଜୟ ହାସଲ କରି ପ୍ଲେ ଅଫ ଆଶାକୁ ଆହୁରି ମଜବୁତ କରିଛି। Also read; ହାର୍ଦ୍ଦିକ ପାଣ୍ଡ୍ୟା ଯାହା କରିପାରିବେ, ତାଙ୍କର କୌଣସି ବିକଳ୍ପ ନାହାନ୍ତି: ଅଜିତ ଅଗରକର୨୦୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନକୁ ପ୍ରଥମ ଓଭରରେ ଡବଲ୍ ଝଟକା ଦେଇଥିଲେ ଭୁବନେଶ୍ଵର କୁମାର। ଜୋସ ବଟଲର ଓ ସଞ୍ଜୁ ସାମସନ ଖାତା ଖୋଲି ପାରି ନ ଥିଲେ। ଏହା ପରେ ଯଶସ୍

ଭୁବନେଶ୍ଵରଙ୍କ ଶାଣିତ ବୋଲିଂ, ରାଜସ୍ଥାନ ମୁହଁରୁ ବିଜୟ ଛଡ଼ାଇ ଆଣିଲା ହାଇଦ୍ରାବାଦ

ହାଇଦ୍ରାବାଦ: ଏଠାରେ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲ୍‌ର ୫୦ତମ ରୋମାଞ୍ଚକର ମୁକାବିଲାରେ ବାଜି ମାରି ନେଇଛି ସନରାଇଜର୍ସ ହାଇଦ୍ରାବାଦ। ଅନ୍ତିମ ବଲରେ ମ୍ୟାଚ୍‌ର ଫଇସଲା ହୋଇଥିବା ବେଳେ ୧ ରନରେ ରାଜସ୍ଥାନକୁ ହରାଇଛି ହାଇଦ୍ରାବାଦ।  ଶେଷ ଓଭରରେ ଭୁବନେଶ୍ଵର କୁମାରଙ୍କ ଶାଣିତ ବୋଲିଂ ବଳରେ ହାଇଦ୍ରାବାଦ ରାଜସ୍ଥାନ ହାତରୁ ବିଜୟ ଛଡ଼ାଇ ନେଇଛି। ହାଇଦ୍ରାବାଦ ଦ୍ଵାରା ଧାର୍ଯ୍ୟ ୨୦୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୨୦୦ ରନରେ ଅଟକି ଯାଇଛି ରାଜସ୍ଥାନ। ରିୟାନ ପରାଗଙ୍କ ୭୭ ରନ ଓ ଯଶସ୍ଵୀ ଜୟସ୍ଵାଲଙ୍କ ୬୭ ରନର ଲଢୁଆ ଅର୍ଦ୍ଧଶତକୀୟ ଇନିଂସ ବୃଥା ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ନୀତିଶ ରେଡ୍ଡୀଙ୍କ  ଅପରାଜିତ ବିସ୍ଫୋରକ ୭୬ ରନ, ଟ୍ରେଭିସ୍ ହେଡ୍‌ଙ୍କ ୫୮ ରନ ଓ ହେନରିକ କ୍ଲାସେନଙ୍କ ଅପରାଜିତ ୪୨ ରନ ବଳରେ ୩ ଓ୍ଵିକେଟ୍ ହରାଇ ୨୦୧ ରନ କରିଥିଲା। ରାଜସ୍ଥାନ ଦଶମ ମୁକାବିଲାରେ ୨ୟ ପରାଜୟ ଭୋଗିଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ୬ ଷଷ୍ଠ ବିଜୟ ହାସଲ କରି ପ୍ଲେ ଅଫ ଆଶାକୁ ଆହୁରି ମଜବୁତ କରିଛି। 

Also read; ହାର୍ଦ୍ଦିକ ପାଣ୍ଡ୍ୟା ଯାହା କରିପାରିବେ, ତାଙ୍କର କୌଣସି ବିକଳ୍ପ ନାହାନ୍ତି: ଅଜିତ ଅଗରକର

୨୦୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନକୁ ପ୍ରଥମ ଓଭରରେ ଡବଲ୍ ଝଟକା ଦେଇଥିଲେ ଭୁବନେଶ୍ଵର କୁମାର। ଜୋସ ବଟଲର ଓ ସଞ୍ଜୁ ସାମସନ ଖାତା ଖୋଲି ପାରି ନ ଥିଲେ। ଏହା ପରେ ଯଶସ୍ଵୀ ଜୟସ୍ଵାଲ ଓ ରିୟାନ ପରାଗ ମଙ୍ଗ ସମ୍ଭାଳିଥିଲେ। ଦୁଇ ବ୍ୟାଟର ଆରମ୍ଭରୁ ସଂଯମତାର ସହ ବ୍ୟାଟିଂ କରିଥିଲେ। କ୍ରିଜରେ ଜମିବା ପରେ  ହାତ ଖୋଲିବା ଆରମ୍ଭ କରିଥିଲେ। ହାଇଦ୍ରାବାଦ ବୋଲରଙ୍କୁ ପ୍ରହାର କରି ଦ୍ରୁତ ରନ ନେବା ସହ ୩ୟ ଓ୍ଵିକେଟ୍ ପାଇଁ ୧୩୪ ରନ ଯୋଡ଼ି ଦଳକୁ ବିଜୟ ଆଡ଼କୁ ନେଇଥିଲେ।

ତେବେ ଜୟସ୍ଵାଲଙ୍କୁ ଆଉଟ୍ କରି ନଟରାଜନ ଏହି ଯୋଡ଼ି ଭାଙ୍ଗିଥିଲେ। ଜୟସ୍ଵାଲ ୪୦ ବଲରୁ ୭ ଚୌକା ଓ ୨ ଛକା ସହ ୬୭ ରନ କରିଥିଲେ। ଏହା ପରେ ରିୟାନ ପରାଗ ୭୭ ରନର ଦମଦାର ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ଶେଷ ଆଡ଼କୁ ରାଜସ୍ଥାନ ଓ୍ଵିକେଟ୍ ହରାଇବାରୁ ମ୍ୟାଚରେ ହାଇଦ୍ରାବାଦ ପ୍ରତ୍ୟାବର୍ତ୍ତନ କରିଥିଲା। ସିମରନ ହେଟମାୟର ୧୩ ରନ କରି ପାଭିଲିୟନ ଫେରିଥିଲେ। ଶେଷ ଓଭରରେ ଜିତିବା ପାଇଁ ୧୩ ରନ ଦରକାର ଥିଲେ ହେଁ ଭୁବନେଶ୍ଵର କୁମାର ଘାତକ ବୋଲିଂ କରିଥିଲେ। ଶେଷରେ ରାଜସ୍ଥାନ ୨୦୦ ରନରେ ଅଟକିଥିଲା। ଆଉ ମ୍ୟାଚ୍‌କୁ ଏକ ରନରେ ଜିତି ନେଇଛି ହାଇଦ୍ରାବାଦ।