ଭୁବନେଶ୍ୱର କ’ଣ ପ୍ରକୃତରେ ସ୍ମାର୍ଟସିଟି, କାହିଁକି ଏପରି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧ା୮: ଭୁବନେଶ୍ୱର କ’ଣ ପ୍ରକୃତରେ ସ୍ମାର୍ଟସିଟି ବୋଲି ଶନିବାର ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ସମସ୍ତ ଆଧୁନିକୀକରଣ ଲୋକଙ୍କ ନିକଟରେ ପହଞ୍ଚିଛି କି? ସାମାନ୍ୟ ବର୍ଷା ହେଲେ ଇସ୍କନ ନିକଟରେ କୃତ୍ରିମ ବନ୍ୟା ହେଉଛି। ମୁକୁଳା ଡ୍ରେନ୍‌ରେ ପଡ଼ି ଲୋକଙ୍କ ଜୀବନ ଯାଉଛି। ସ୍ମାର୍ଟସିଟିର ସମସ୍ତ ମାଷ୍ଟର ପ୍ଲାନ୍‌ ପୂରଣ ହୋଇପାରିନି। ଯଦ୍ଦ୍ବାରା ଏପରି ଘଟଣାମାନ ଘଟୁଛି। ଏନେଇ […] The post ଭୁବନେଶ୍ୱର କ’ଣ ପ୍ରକୃତରେ ସ୍ମାର୍ଟସିଟି, କାହିଁକି ଏପରି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ଭୁବନେଶ୍ୱର କ’ଣ ପ୍ରକୃତରେ ସ୍ମାର୍ଟସିଟି, କାହିଁକି ଏପରି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧ା୮: ଭୁବନେଶ୍ୱର କ’ଣ ପ୍ରକୃତରେ ସ୍ମାର୍ଟସିଟି ବୋଲି ଶନିବାର ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ସମସ୍ତ ଆଧୁନିକୀକରଣ ଲୋକଙ୍କ ନିକଟରେ ପହଞ୍ଚିଛି କି? ସାମାନ୍ୟ ବର୍ଷା ହେଲେ ଇସ୍କନ ନିକଟରେ କୃତ୍ରିମ ବନ୍ୟା ହେଉଛି। ମୁକୁଳା ଡ୍ରେନ୍‌ରେ ପଡ଼ି ଲୋକଙ୍କ ଜୀବନ ଯାଉଛି।

ସ୍ମାର୍ଟସିଟିର ସମସ୍ତ ମାଷ୍ଟର ପ୍ଲାନ୍‌ ପୂରଣ ହୋଇପାରିନି। ଯଦ୍ଦ୍ବାରା ଏପରି ଘଟଣାମାନ ଘଟୁଛି। ଏନେଇ କାର୍ଯ୍ୟ କରିବାକୁ ପଡ଼ିବ। ରାଜନୀତିରୁ ଊର୍ଦ୍ଧ୍ୱରେ ରହି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଏଥିସହିତ ସମସ୍ତେ ଏଥିପ୍ରତି ନିରପେକ୍ଷ ଭାବରେ ଧ୍ୟାନ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

The post ଭୁବନେଶ୍ୱର କ’ଣ ପ୍ରକୃତରେ ସ୍ମାର୍ଟସିଟି, କାହିଁକି ଏପରି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.