ଭୁବନେଶ୍ୱର ବିମାନବନ୍ଦରରୁ ଅଜଣା ବ୍ୟାଗ ଠାବ; ତନାଘନା ଜାରି
ବିମାନବନ୍ଦରରେ ମୃତୟନ ହୋଇଥିବା ସିଆଇଏସଏଫ ପକ୍ଷରୁ ସନ୍ଧାନୀ କୁକୁର ସହାୟତାରେ ଉକ୍ତ ବ୍ୟାଗକୁ ଯାଞ୍ଚ କରାଯାଉଛି।
ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକ ପରେ ଭୁବନେଶ୍ୱର ବଜୁ ପଟ୍ଟନାୟକ ବିମାନ ବନ୍ଦର ଭିତରୁ ଠାବ ହୋଇଛି ଅଜଣା ବ୍ୟାଗ। ବିମାନବନ୍ଦରରେ ମୃତୟନ ହୋଇଥିବା ସିଆଇଏସଏଫ ପକ୍ଷରୁ ସନ୍ଧାନୀ କୁକୁର ସହାୟତାରେ ଉକ୍ତ ବ୍ୟାଗକୁ ଯାଞ୍ଚ କରାଯାଉଛି। ବ୍ୟାଗରେ କ’ଣ ଅଛି ତାହାର ତଦାରଖ ଚାଲିଛି।
ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକ ପରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କଡ଼ି କରାଯାଇଥିଲା। ସିଆଇଏସ୍ ଏଫ୍ ଓ ଡଗ୍ ସ୍କ୍ୱାଡ୍ ବିମାନ ବନ୍ଦର ବାହାର ଓ ଭିତରେ ଯାଞ୍ଚ କରୁଥିଲେ। ଏହି ସମୟରେ ବିମାନ ବନ୍ଦର ଭିତରେ ଏକ ନୀଳ ରଙ୍ଗର ଠାବ କରାଯାଇଥିଲା। ଯାହାକୁ ନେଇ ସନ୍ଦେହ ବଢ଼ିଛି। ବ୍ୟାଗଟି କାହାର ଓ କିଏ ଛାଡ଼ି ଦେଇଛି ପଳାଇଛି ନା ଆଉ କିଛି କାରଣ ରହିଛି ତାହା ଜଣାପଡ଼ିନାହିଁ। ଏହି ଅଜଣା ବ୍ୟାଗ ଠାବ ହେବା ତାକୁ ନେଇ ତନଘନା କରାଯାଇଛି।
ସୂଚନାଯୋଗ୍ୟ, ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଆଜି ଏକ ଧମକ ପୂର୍ଣ୍ଣ ଏକ ଇ-ମେଲ୍ ପଠାଇଥିଲା। ଯେଉଁଥିଲେ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରିଥିଲା। ଆସନ୍ତକାଲି ଭୁବନେଶ୍ୱର ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଇ-ମେଲ୍ ଅଡିଓ ମେସେଜ କରି ଚେତାବନୀ ଦେଇଥିଲା ଖଲିସ୍ତାନୀ ଆତଙ୍କୀ ପନ୍ନୁ। ଏଥିସହ ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଧମକ ଦିଆଯାଇଥିଲା।