ୟୁନୁସ ହଟିଲେ, ହିନ୍ଦୁ ସୁରକ୍ଷିତ ରହିବେ; ବାଂଲାଦେଶ ସରକାର ଉପରେ ବର୍ଷିଲେ ତସଲୀମା ନସରୀନ
ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ନେତା ଭାବେଶ ଚନ୍ଦ୍ର ରାୟଙ୍କ ହତ୍ୟାକୁ ନେଇ ଭାରତରେ ଜୋରଦାର ଆକ୍ରୋଶ ରହିଛି । ଭାରତ ଏହି ଘଟଣାକୁ ଜଘନ୍ୟ କହି ବାଂଲାଦେଶ ସରକାରକୁ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କହିଛି । ୟୁନୁସ ସରକାର ଏହି କ୍ଷେତ୍ରରେ କୌଣସି ବାହାନା ନକରିବା ଦରକାର ବୋଲି ଭାରତ କହିଛି । ଏହାରି ଭିତରେ ପ୍ରଖ୍ୟାତ ଲେଖିକା ତସଲୀମା ନସରୀନ ସଙ୍ଗୀନ ଅଭିଯୋଗ ଆଣି ୟୁନୁସଙ୍କୁ କ୍ଷମତାକୁ ହଟାଇବା ପାଇଁ ଦାବି କରିଛନ୍ତି । ସେ କହିଛନ୍ତି ଯେ ୟୁନୁସ ସରକାର କ୍ଷମତାରୁ ବିଦା ହେବା ପରେ ହିଁ ହିନ୍ଦୁ ସୁରକ୍ଷିତ ରହିପାରିବେ ।ଲେଖିକା ତସଲୀମା ନସରୀନ ସୋସିଆଲ୍ ମିଡିଆରେ ଲେଖିଛନ୍ତି, 'ହିନ୍ଦୁ ନେତା ଭାବେଶ ଚନ୍ଦ୍ରଙ୍କୁ ତାଙ୍କ ଘରୁ ଅପହରଣ କରି ନିଆଗଲା ଓ ପରେ ପିଟିପିଟି ହତ୍ୟା କରାଗଲା । ହତ୍ୟାକାରୀ କେଉଁମାନେ ଆମେ ନିଶ୍ଚିତ ରୂପେ ଅନୁମାନ କରିପାରିବା । ହିନ୍ଦୁ ହତ୍ୟାକୀରଙ୍କ ବିରୋଧରେ ୟୁନୁସ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ହିନ୍ଦୁ ସୁରକ୍ଷିତ ବୋଲି କେବଳ ପ୍ରଚାର କରୁଛନ୍ତି । ନିର୍ଯାତନାର ସବୁ ଖବରକୁ ମିଛ ବୋଲି କହୁଛନ୍ତି । ୟୁନୁସ କ୍ଷମତାରେ ରହିଲେ, ଦେଶରେ ଗୋଟିଏ ବି ହିନ୍ଦୁ ରହିପାରିବେ ନାହିଁ ।' ଉଲ୍ଲେଖଯୋଗ୍ୟ ଢାକାରୁ ପ୍ରାୟ ୩୩୦ କିଲୋମିଟର ଉତ୍ତର-ପଶ୍ଚିମରେ ଦିନାଜପୁରର ବସୁଦେବପୁର ଗାଁର ଭାବେଶଙ୍କ ମୃତ ଦେହ ଗୁରୁବାର ରାତିରେ ମିଳିଥିଲା । ରାୟଙ
ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ନେତା ଭାବେଶ ଚନ୍ଦ୍ର ରାୟଙ୍କ ହତ୍ୟାକୁ ନେଇ ଭାରତରେ ଜୋରଦାର ଆକ୍ରୋଶ ରହିଛି । ଭାରତ ଏହି ଘଟଣାକୁ ଜଘନ୍ୟ କହି ବାଂଲାଦେଶ ସରକାରକୁ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କହିଛି । ୟୁନୁସ ସରକାର ଏହି କ୍ଷେତ୍ରରେ କୌଣସି ବାହାନା ନକରିବା ଦରକାର ବୋଲି ଭାରତ କହିଛି । ଏହାରି ଭିତରେ ପ୍ରଖ୍ୟାତ ଲେଖିକା ତସଲୀମା ନସରୀନ ସଙ୍ଗୀନ ଅଭିଯୋଗ ଆଣି ୟୁନୁସଙ୍କୁ କ୍ଷମତାକୁ ହଟାଇବା ପାଇଁ ଦାବି କରିଛନ୍ତି । ସେ କହିଛନ୍ତି ଯେ ୟୁନୁସ ସରକାର କ୍ଷମତାରୁ ବିଦା ହେବା ପରେ ହିଁ ହିନ୍ଦୁ ସୁରକ୍ଷିତ ରହିପାରିବେ ।
ଲେଖିକା ତସଲୀମା ନସରୀନ ସୋସିଆଲ୍ ମିଡିଆରେ ଲେଖିଛନ୍ତି, 'ହିନ୍ଦୁ ନେତା ଭାବେଶ ଚନ୍ଦ୍ରଙ୍କୁ ତାଙ୍କ ଘରୁ ଅପହରଣ କରି ନିଆଗଲା ଓ ପରେ ପିଟିପିଟି ହତ୍ୟା କରାଗଲା । ହତ୍ୟାକାରୀ କେଉଁମାନେ ଆମେ ନିଶ୍ଚିତ ରୂପେ ଅନୁମାନ କରିପାରିବା । ହିନ୍ଦୁ ହତ୍ୟାକୀରଙ୍କ ବିରୋଧରେ ୟୁନୁସ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ହିନ୍ଦୁ ସୁରକ୍ଷିତ ବୋଲି କେବଳ ପ୍ରଚାର କରୁଛନ୍ତି । ନିର୍ଯାତନାର ସବୁ ଖବରକୁ ମିଛ ବୋଲି କହୁଛନ୍ତି । ୟୁନୁସ କ୍ଷମତାରେ ରହିଲେ, ଦେଶରେ ଗୋଟିଏ ବି ହିନ୍ଦୁ ରହିପାରିବେ ନାହିଁ ।'
ଉଲ୍ଲେଖଯୋଗ୍ୟ ଢାକାରୁ ପ୍ରାୟ ୩୩୦ କିଲୋମିଟର ଉତ୍ତର-ପଶ୍ଚିମରେ ଦିନାଜପୁରର ବସୁଦେବପୁର ଗାଁର ଭାବେଶଙ୍କ ମୃତ ଦେହ ଗୁରୁବାର ରାତିରେ ମିଳିଥିଲା । ରାୟଙ୍କ ପତ୍ନୀ ଶାନ୍ତନା କହିଥିଲେ ଯେ ଦୁଇଟି ବାଇକରେ ଚାରି ଜଣ ଦୁର୍ବୃତ୍ତ ଘରକୁ ଆସିଥିଲେ ଓ ଭାବେଶଙ୍କୁ ଅପହରଣ କରି ନେଲେ । ରାୟଙ୍କୁ ନାରାବରୀ ଗାଁକୁ ନିଆଗଲା ଏବଂ ସେଠାରେ ଅତି ନିର୍ମତାର ସହ ମାରପିଟ୍ କରାଗଲା । ଭାବେଶ ରାୟ ବାଂଲାଦେଶରେ ପୂଜା ଅଧ୍ୟାପନ ପରିଷଦର ଉପାଧ୍ୟକ୍ଷ ଓ ଜଣେ ପ୍ରମୁଖ ହିନ୍ଦୁ ନେତା ଥିଲେ ।
ଭାବେଶଙ୍କ ହତ୍ୟାକୁ ଭାରତ କଡ଼ା ନିନ୍ଦା କରିଥିଲା । ରଣଧୀର ଜୟସୱାଲ ଏକ୍ସରେ ଲେଖିଥିଲେ, 'ଏହି ନୃଶଂସ ହତ୍ୟାର ନିନ୍ଦା କରୁଛୁ ଓ ବାଂଲାଦେଶର ଅନ୍ତରୀଣ ସରକାରଙ୍କୁ ପୁଣି ଥରେ ମନେ ପକାଇ ଦେଉଛୁ ଯେ ବିନା କୌଣସି ବାହାନା କିମ୍ୱା ଭେଦଭାବରେ ହିନ୍ଦୁଙ୍କ ସମେତ ସବୁ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବାର ନିଜ ଦାୟିତ୍ୱକୁ ନିର୍ବାହ କରନ୍ତୁ ।'