ଭୁବନେଶ୍ୱର ବିମାନବନ୍ଦରରୁ କେଜିଏ ସୁନା ଜବତ, ମଳଦ୍ୱାରରେ ଲୁଚାଇ ନେଉଥିଲେ ଯାତ୍ରୀ
ଭୁବନେଶ୍ୱର,୧୭।୪(ସତ୍ୟଜିତ୍ ରାଉତ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କଷ୍ଟମ ବିଭାଗ ଚଢ଼ାଉ କରି ଜଣେ ଯାତ୍ରୀଙ୍କଠାରୁ ୧ କେଜି ସୁନା ଜବତ କରିଛି। ଚାଲାଣକାରୀ ଜଣକ ମହାରାଷ୍ଟ୍ରର ବାସିନ୍ଦା ବୋଲି ଜଣାପଡିଛି। ସେ ବ୍ୟାଙ୍କକ୍ରୁ ବିମାନ ଯୋଗେ ଆସି ମଙ୍ଗଳବାର ଅପରାହ୍ନରେ ଏଠାରେ ଓହ୍ଲାଇବା ପରେ ଧରାପଡ଼ିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ଜବତ ହୋଇଥିବା ସୁନା ମଧ୍ୟରେ ୩ଟି ସୁନା କ୍ୟାପସୁଲ ରହିଥିବାବେଳେ ତାହା ଅଭିଯୁକ୍ତଙ୍କ ମଳଦ୍ୱାରରୁ ବାହାରିଥିଲା। ଏଥିସହ ଆଉ ଏକ […] The post ଭୁବନେଶ୍ୱର ବିମାନବନ୍ଦରରୁ କେଜିଏ ସୁନା ଜବତ, ମଳଦ୍ୱାରରେ ଲୁଚାଇ ନେଉଥିଲେ ଯାତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୧୭।୪(ସତ୍ୟଜିତ୍ ରାଉତ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କଷ୍ଟମ ବିଭାଗ ଚଢ଼ାଉ କରି ଜଣେ ଯାତ୍ରୀଙ୍କଠାରୁ ୧ କେଜି ସୁନା ଜବତ କରିଛି। ଚାଲାଣକାରୀ ଜଣକ ମହାରାଷ୍ଟ୍ରର ବାସିନ୍ଦା ବୋଲି ଜଣାପଡିଛି। ସେ ବ୍ୟାଙ୍କକ୍ରୁ ବିମାନ ଯୋଗେ ଆସି ମଙ୍ଗଳବାର ଅପରାହ୍ନରେ ଏଠାରେ ଓହ୍ଲାଇବା ପରେ ଧରାପଡ଼ିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ଜବତ ହୋଇଥିବା ସୁନା ମଧ୍ୟରେ ୩ଟି ସୁନା କ୍ୟାପସୁଲ ରହିଥିବାବେଳେ ତାହା ଅଭିଯୁକ୍ତଙ୍କ ମଳଦ୍ୱାରରୁ ବାହାରିଥିଲା। ଏଥିସହ ଆଉ ଏକ ସୁନା ମୁଦି ଓ ଘଣ୍ଟା ତଳେ ଲୁଚାଯାଇଥିବା ଏକ ସୁନା ଖଣ୍ଡ ରହିଛି। ସୁନା ଚାଲାଣ ନେଇ ଖବର ପାଇବା ପରେ କଷ୍ଟମ ବିଭାଗର ଗୋଇନ୍ଦା ୟୁନିଟ୍ ବିମାନ ବନ୍ଦରରେ ଚଢ଼ାଉ କରି ଧରିବାରେ ସଫଳ ହୋଇଥିଲା। ଏନେଇ କଷ୍ଟମ ବିଭାଗ ତଦନ୍ତ ଜାରି ରଖିଥିବା ସୂଚନା ଦିଆଯାଇଛି।
The post ଭୁବନେଶ୍ୱର ବିମାନବନ୍ଦରରୁ କେଜିଏ ସୁନା ଜବତ, ମଳଦ୍ୱାରରେ ଲୁଚାଇ ନେଉଥିଲେ ଯାତ୍ରୀ appeared first on Dharitri Odia News.