ଭୁବନେଶ୍ୱର ବିମାନବନ୍ଦରରେ ଭିସ୍ତାରା ବିମାନର ଜରୁରୀ ଅବତରଣ, ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ…
ଭୁବନେଶ୍ୱର,୧।୫: ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି ଭିସ୍ତାରାର ଏକ ବିମାନ। କୁଆପଥର ମାଡ଼ ଯୋଗୁ ବିମାନର ଓ୍ବିଣ୍ଡ ସିଲ୍ ଭାଙ୍ଗିଯାଇଥିଲା। ଏଣୁ ଟେକ୍ଅପ୍ କରିବାର ୧୦ ମିନିଟ୍ ପରେ ବିମାନଟି ଜରୁରୀ ଅବତରଣ କରିଥିଲା। ଏଥିରେ ପ୍ରାୟ ୧୭୧ ଜଣ ଯାତ୍ରୀ ଥିଲେ। ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଧରଣର ଦୁର୍ଘଟଣାରୁ ବିମାନଟି ଅଳ୍ପକେ ବର୍ତ୍ତି ଯାଇଛି। ସୂଚନାନୁଯାୟୀ, ଭିସ୍ତାରାର ଏକ ବିମାନ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ୧.୪୫ ଟେକ୍ ଅପ୍ […] The post ଭୁବନେଶ୍ୱର ବିମାନବନ୍ଦରରେ ଭିସ୍ତାରା ବିମାନର ଜରୁରୀ ଅବତରଣ, ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ… appeared first on Dharitri Odia News.
ଭୁବନେଶ୍ୱର,୧।୫: ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି ଭିସ୍ତାରାର ଏକ ବିମାନ। କୁଆପଥର ମାଡ଼ ଯୋଗୁ ବିମାନର ଓ୍ବିଣ୍ଡ ସିଲ୍ ଭାଙ୍ଗିଯାଇଥିଲା। ଏଣୁ ଟେକ୍ଅପ୍ କରିବାର ୧୦ ମିନିଟ୍ ପରେ ବିମାନଟି ଜରୁରୀ ଅବତରଣ କରିଥିଲା। ଏଥିରେ ପ୍ରାୟ ୧୭୧ ଜଣ ଯାତ୍ରୀ ଥିଲେ। ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଧରଣର ଦୁର୍ଘଟଣାରୁ ବିମାନଟି ଅଳ୍ପକେ ବର୍ତ୍ତି ଯାଇଛି।
ସୂଚନାନୁଯାୟୀ, ଭିସ୍ତାରାର ଏକ ବିମାନ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ୧.୪୫ ଟେକ୍ ଅପ୍ କରିଥିଲା। ହେଲେ ଏହାର ୧୦ ମିନିଟ୍ ପରେ କୁଆପଥର ବର୍ଷା ଯୋଗୁ ବିମାନଟିର ଓ୍ବିଣ୍ଡସିଲ୍। ପାଇଲଟ ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଶେଷରେ ବିମାନଟିକୁ ସୁରକ୍ଷିତ ଭାବେ ଅବତରଣ କରାଯାଇଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଅନ୍ୟଏକ ବିମାନ ଯୋଗେ ତାଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଯିବାକୁ ଉଦ୍ୟମ ଜାରି ରହିଥିବା ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି।
The post ଭୁବନେଶ୍ୱର ବିମାନବନ୍ଦରରେ ଭିସ୍ତାରା ବିମାନର ଜରୁରୀ ଅବତରଣ, ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ… appeared first on Dharitri Odia News.