ଭୁବନେଶ୍ୱର ରାଜ୍ୟ ସଂଗ୍ରହାଳୟରେ ଖୋଲିଲା ସ୍ବତନ୍ତ୍ର ଗ୍ୟାଲେରୀ

ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଖୋଲିଲା ସ୍ବତନ୍ତ୍ର ଗ୍ୟାଲେରୀ। ଭୁବନେଶ୍ୱର ରାଜ୍ୟ ସଂଗ୍ରହାଳୟରେ ଏହି ଗ୍ୟାଲେରୀ ଖୋଲିଛି।  ଗ୍ୟାଲେରୀର... The post ଭୁବନେଶ୍ୱର ରାଜ୍ୟ ସଂଗ୍ରହାଳୟରେ ଖୋଲିଲା ସ୍ବତନ୍ତ୍ର ଗ୍ୟାଲେରୀ appeared first on .

ଭୁବନେଶ୍ୱର ରାଜ୍ୟ ସଂଗ୍ରହାଳୟରେ ଖୋଲିଲା ସ୍ବତନ୍ତ୍ର ଗ୍ୟାଲେରୀ

ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଖୋଲିଲା ସ୍ବତନ୍ତ୍ର ଗ୍ୟାଲେରୀ। ଭୁବନେଶ୍ୱର ରାଜ୍ୟ ସଂଗ୍ରହାଳୟରେ ଏହି ଗ୍ୟାଲେରୀ ଖୋଲିଛି।  ଗ୍ୟାଲେରୀର ନାମ ରହିଛି ଓଡ଼ିଶାରେ ମହାତ୍ମା ଗାନ୍ଧୀ। ଏହି ଗ୍ୟାଲେରୀକୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ବିନୀ ପାତ୍ର ଏବଂ ବିଭାଗୀୟ କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ ଲୋକାର୍ପଣ କରିଛନ୍ତି । ଇନଟାକ୍ ପକ୍ଷରୁ ୧ କୋଟି ୨୫ ଲକ୍ଷ ଟଙ୍କାରେ ଏହା ନିର୍ମାଣ କରାଯାଇଛି। ଏଥିରେ ଡିଜିଟାଲ ଡିସପ୍ଳେ, ଇଣ୍ଟରାକ୍ଟିଭ ଡିସପ୍ଳେ ଏବଂ ପ୍ରଥମ ଥର ପାଇଁ କ୍ୟୁଆର କୋଡ ଡିସପ୍ଳେ ମାଧ୍ୟମରେ ଗାନ୍ଧୀଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଦିଆଯାଇଛି। ମହାତ୍ମା ଗାନ୍ଧୀ ଓଡିଶାକୁ ଆଠଥର ଆସିଥିଲେ। ଗ୍ଯାଲେରୀରେ ଏସବୁର ଚିତ୍ର ସ୍ଥାନିତ ହୋଇଛି।

The post ଭୁବନେଶ୍ୱର ରାଜ୍ୟ ସଂଗ୍ରହାଳୟରେ ଖୋଲିଲା ସ୍ବତନ୍ତ୍ର ଗ୍ୟାଲେରୀ appeared first on .