ଭୁବନେଶ୍ୱର ରେଳ ଷ୍ଟେସନ୍ ନିକଟରେ ଅଘଟଣ, ଟ୍ରାକ୍ରୁ ଖସିଲା ମାଲବାହୀ ଟ୍ରେନ୍
ଭୁବନେଶ୍ୱର ୨୬।୦୭: ମାଲବାହୀ ଟ୍ରେନ ଲାଇନଚ୍ୟୁତ । ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ । ଯାହାଫଳରେ କିଛି ସମୟ ପାଇଁ ଟ୍ରେନ୍ ଚଳାଚଳାରେ ବାଧାପ୍ରାପ୍ତ ହୋଇଛି । ଖବର ଅନୁଯାୟୀ, ଶୁକ୍ରବାର ସକାଳ ସମୟରେ ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ଟି ଲାଇନ୍ଚ୍ୟୁତ ହୋଇଥିଲା । କଟକ ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନ୍ର ଦୁଇଟି ବଗି ଟ୍ରାକ୍ରୁ ଖସିଥିଲା । ଯାହାଫଳରେ କିଛି ସମୟ ପାଇଁ ଟ୍ରେନ୍ ଚଳାଚଳାରେ ବାଧାପ୍ରାପ୍ତ ହୋଇଥିଲା । ସେପଟେ ଅଘଟଣ ସଂପର୍କରେ ଖବର ରେଳବାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଏହି ଅଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି । ଖୁବଶୀଘ୍ର ଟ୍ରେନ୍ ଲାଇନ୍ରୁ ଖସିଥିବା ମାଲବାହୀ ଟ୍ରେନ୍ର ବଗିକୁ ଟ୍ରାକ୍କୁ ଆଣିବାକୁ ଉଦ୍ୟମ ଜାରି ରଖିଛି ରେଳବାଇ ।
ଭୁବନେଶ୍ୱର ୨୬।୦୭: ମାଲବାହୀ ଟ୍ରେନ ଲାଇନଚ୍ୟୁତ । ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ । ଯାହାଫଳରେ କିଛି ସମୟ ପାଇଁ ଟ୍ରେନ୍ ଚଳାଚଳାରେ ବାଧାପ୍ରାପ୍ତ ହୋଇଛି ।
ଖବର ଅନୁଯାୟୀ, ଶୁକ୍ରବାର ସକାଳ ସମୟରେ ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ଟି ଲାଇନ୍ଚ୍ୟୁତ ହୋଇଥିଲା । କଟକ ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନ୍ର ଦୁଇଟି ବଗି ଟ୍ରାକ୍ରୁ ଖସିଥିଲା । ଯାହାଫଳରେ କିଛି ସମୟ ପାଇଁ ଟ୍ରେନ୍ ଚଳାଚଳାରେ ବାଧାପ୍ରାପ୍ତ ହୋଇଥିଲା । ସେପଟେ ଅଘଟଣ ସଂପର୍କରେ ଖବର ରେଳବାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଏହି ଅଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି । ଖୁବଶୀଘ୍ର ଟ୍ରେନ୍ ଲାଇନ୍ରୁ ଖସିଥିବା ମାଲବାହୀ ଟ୍ରେନ୍ର ବଗିକୁ ଟ୍ରାକ୍କୁ ଆଣିବାକୁ ଉଦ୍ୟମ ଜାରି ରଖିଛି ରେଳବାଇ ।