ଭୁବନେଶ୍ୱରରେ ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସ ଉଦଘାଟନ କଲେ ରାଷ୍ଟ୍ରପତି, ୧୭୦କୋଟି ଟଙ୍କାରେ ବ୍ୟୟରେ ନିର୍ମିତ
ଭୁବନେଶ୍ବର ୫।୧୨: ଭୁବନେଶ୍ୱରରେ ଉଦଘାଟିତ ହେଲା ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସ । ନବନିର୍ମିତ କମ୍ପ୍ଲେକ୍ସକୁ ଉଦ୍ଘାଟନ କଲେ ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁ । ରାଜ୍ୟପାଳ, ହାଇକୋର୍ଟ ମୁଖ୍ୟ ବିଚାରପତି ଉପସ୍ଥିତ ଅଛନ୍ତି ।ଏହି ଅତ୍ୟାଧୁନିକ କୋର୍ଟ କମ୍ପ୍ଲେକ୍ସରେ ରହିଛି ଅନେକ ସୁବିଧା । ଭାରତର ପ୍ରଥମ ଜିଲ୍ଲା କୋର୍ଟ ମଧ୍ୟରେ ଭୁବନେଶ୍ୱରର ଏହି ଜୁଡ଼ିସିଆଲ କୋର୍ଟ ରହିଛି । ୧୭୦ କୋଟି ଟଙ୍କାରେ ନିର୍ମିତ ଏହି ଅତ୍ୟାଧୁନିକ କୋର୍ଟ ବିଲ୍ଡିଂରେ ୫୫ଟି କୋର୍ଟ ରୁମ୍ ରହିଛି । ଭିଜିଲାନ୍ସ, ସିବିଆଇ, ସିଭିଲ, ଦୁଇଟି ଫ୍ୟାମିଲି କୋର୍ଟ, ଲେବର, ଶିଳ୍ପ କୋର୍ଟ, ଟ୍ରିବୁନାଲ କୋର୍ଟ, କନଫରେନ୍ସ, ପୋକ୍ସୋ କୋର୍ଟ, ସିଏସଆଇ ଅଫିସ, ଅଭ୍ୟର୍ଥନା କକ୍ଷ, ପ୍ରତୀକ୍ଷା କକ୍ଷ, ସିଭିଲ ଏଡିଜେ, କ୍ରିମିନାଲ ଏଡିଜେ ଭଳି ଅତ୍ୟାଧୁନିକ କୋର୍ଟ ରୁମ୍ ରହିଛି । ଏହା ସହିତ ଜଜ୍ ମାନଙ୍କ ପାଇଁ ୫୫ଟି ଚାମ୍ବର ରହିଛି । ପୂରା କୋଠାରେ ସେଣ୍ଟ୍ରାଲ ଏୟାର କଣ୍ଡିସନର ବ୍ୟବସ୍ଥା ହୋଇଛି । ହଜାରେ ଗାଡ଼ି ପାର୍କିଂ ପାଇଁ ସ୍ଥାନ ରହିଛି । ଏହା ସହିତ ଲାଇବ୍ରେରୀ, ବ୍ୟାଙ୍କ୍ ଓ ପୋଷ୍ଟ ଅଫିସ୍ ରହିଛି ।
ଭୁବନେଶ୍ବର ୫।୧୨: ଭୁବନେଶ୍ୱରରେ ଉଦଘାଟିତ ହେଲା ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସ । ନବନିର୍ମିତ କମ୍ପ୍ଲେକ୍ସକୁ ଉଦ୍ଘାଟନ କଲେ ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁ । ରାଜ୍ୟପାଳ, ହାଇକୋର୍ଟ ମୁଖ୍ୟ ବିଚାରପତି ଉପସ୍ଥିତ ଅଛନ୍ତି ।
ଏହି ଅତ୍ୟାଧୁନିକ କୋର୍ଟ କମ୍ପ୍ଲେକ୍ସରେ ରହିଛି ଅନେକ ସୁବିଧା । ଭାରତର ପ୍ରଥମ ଜିଲ୍ଲା କୋର୍ଟ ମଧ୍ୟରେ ଭୁବନେଶ୍ୱରର ଏହି ଜୁଡ଼ିସିଆଲ କୋର୍ଟ ରହିଛି । ୧୭୦ କୋଟି ଟଙ୍କାରେ ନିର୍ମିତ ଏହି ଅତ୍ୟାଧୁନିକ କୋର୍ଟ ବିଲ୍ଡିଂରେ ୫୫ଟି କୋର୍ଟ ରୁମ୍ ରହିଛି । ଭିଜିଲାନ୍ସ, ସିବିଆଇ, ସିଭିଲ, ଦୁଇଟି ଫ୍ୟାମିଲି କୋର୍ଟ, ଲେବର, ଶିଳ୍ପ କୋର୍ଟ, ଟ୍ରିବୁନାଲ କୋର୍ଟ, କନଫରେନ୍ସ, ପୋକ୍ସୋ କୋର୍ଟ, ସିଏସଆଇ ଅଫିସ, ଅଭ୍ୟର୍ଥନା କକ୍ଷ, ପ୍ରତୀକ୍ଷା କକ୍ଷ, ସିଭିଲ ଏଡିଜେ, କ୍ରିମିନାଲ ଏଡିଜେ ଭଳି ଅତ୍ୟାଧୁନିକ କୋର୍ଟ ରୁମ୍ ରହିଛି ।
ଏହା ସହିତ ଜଜ୍ ମାନଙ୍କ ପାଇଁ ୫୫ଟି ଚାମ୍ବର ରହିଛି । ପୂରା କୋଠାରେ ସେଣ୍ଟ୍ରାଲ ଏୟାର କଣ୍ଡିସନର ବ୍ୟବସ୍ଥା ହୋଇଛି । ହଜାରେ ଗାଡ଼ି ପାର୍କିଂ ପାଇଁ ସ୍ଥାନ ରହିଛି । ଏହା ସହିତ ଲାଇବ୍ରେରୀ, ବ୍ୟାଙ୍କ୍ ଓ ପୋଷ୍ଟ ଅଫିସ୍ ରହିଛି ।