ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା : ବୁଲାଇଲେ କଳାକନା ,ଲୁଟିନେଲେ ୪୦ ଲକ୍ଷଟଙ୍କାର ସୁନାଗହଣା

କନକ ବ୍ୟୁରୋ: କଳାକନା ବୁଲାଇଲେ ଦୁର୍ବୃତ୍ତ। ଭୁବନେଶ୍ବର ଉପକଣ୍ଠ ପାହାଳରେ ମାତିଲେ ଲୁଟେରା  । ସିଟି ହୋମ ଡୁପ୍ଲେକ୍ସରେ ପଶି ଝିଅ ବାହାଘର ପାଇଁ ରଖାଯାଇଥିବା ୪୦ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଇଛନ୍ତି ଲୁଟେରା  ।  ଝିଅ ବାହାଘର ପାଇଁ ଥିବା ସୁନା, ହୀରା, ରୁପା ଗହଣା ସମେତ ଟଙ୍କା ଲୁଟି ନେଇଛନ୍ତି ଲୁଟେରା  । ଘର ମାଲିକଙ୍କ ଅଭିଯୋଗ ଅନୁସାରେ ୪୦ ଲକ୍ଷ ଟଙ୍କାର ଜିନିଷ ଲୁଟ ହୋଇଛି  । ୬ ଜଣିଆ ଲୁଟେରା ଗ୍ୟାଙ୍ଗ ଗଲା ବେଳେ, ସିସିଟିଭି ଭାଙ୍ଗି ନେଇ ଯାଇଛନ୍ତି ଓ ତେବେ ଡିଭିଆରରୁ ଭିଡ଼ିଓ ସଂଗ୍ରହ କରି, ତଦନ୍ତ ଆରମ୍ଭ କରିଛି ପାହାଳ ପୁଲିସ  ।  ବେଶ କିଛିଦିନ ହେବ ଲୁଟେରା ମାନେ ପାହାଳ ଥାନା ଅଞ୍ଚଳରେ ଆତଙ୍କ ଖେଳାଇ ପୁଲିସକୁ ଖୋଲା ଚ୍ୟାଲେଞ ଦେଇଛନ୍ତି ।    

ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା : ବୁଲାଇଲେ କଳାକନା ,ଲୁଟିନେଲେ ୪୦ ଲକ୍ଷଟଙ୍କାର ସୁନାଗହଣା

କନକ ବ୍ୟୁରୋ: କଳାକନା ବୁଲାଇଲେ ଦୁର୍ବୃତ୍ତ। ଭୁବନେଶ୍ବର ଉପକଣ୍ଠ ପାହାଳରେ ମାତିଲେ ଲୁଟେରା  । ସିଟି ହୋମ ଡୁପ୍ଲେକ୍ସରେ ପଶି ଝିଅ ବାହାଘର ପାଇଁ ରଖାଯାଇଥିବା ୪୦ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଇଛନ୍ତି ଲୁଟେରା  ।  ଝିଅ ବାହାଘର ପାଇଁ ଥିବା ସୁନା, ହୀରା, ରୁପା ଗହଣା ସମେତ ଟଙ୍କା ଲୁଟି ନେଇଛନ୍ତି ଲୁଟେରା  ।

ଘର ମାଲିକଙ୍କ ଅଭିଯୋଗ ଅନୁସାରେ ୪୦ ଲକ୍ଷ ଟଙ୍କାର ଜିନିଷ ଲୁଟ ହୋଇଛି  । ୬ ଜଣିଆ ଲୁଟେରା ଗ୍ୟାଙ୍ଗ ଗଲା ବେଳେ, ସିସିଟିଭି ଭାଙ୍ଗି ନେଇ ଯାଇଛନ୍ତି ଓ ତେବେ ଡିଭିଆରରୁ ଭିଡ଼ିଓ ସଂଗ୍ରହ କରି, ତଦନ୍ତ ଆରମ୍ଭ କରିଛି ପାହାଳ ପୁଲିସ  ।  ବେଶ କିଛିଦିନ ହେବ ଲୁଟେରା ମାନେ ପାହାଳ ଥାନା ଅଞ୍ଚଳରେ ଆତଙ୍କ ଖେଳାଇ ପୁଲିସକୁ ଖୋଲା ଚ୍ୟାଲେଞ ଦେଇଛନ୍ତି ।