ଭୁବନେଶ୍ୱରରେ ରୁପା କିଲୋ ୧.୧୦ ଲକ୍ଷ
ଭୁବନେଶ୍ୱର,୧୩।୪ (ଅଭୟ ଦାଶ): ଘରୋଇ ବଜାରରେ କ୍ରମାଗତ ଭାବେ ସୁନା ଓ ରୁପାର ମୂଲ୍ୟ ବୃଦ୍ଧି ପାଇଚାଲିଛି। ଏପରିକି ସୁନା ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ବେଳେ ରୁପା ଦର କିଲୋଗ୍ରାମ ପିଛା ୧.୧୦ ଲକ୍ଷ (୧,୧୦,୦୦୦ ଟଙ୍କା)ରେ କାରବାର ହେଉଛି। ଅପରପକ୍ଷରେ ବୈଶ୍ୱକ ସ୍ତରର ଯୁଦ୍ଧ ପରିସ୍ଥିତି ଏବଂ ଚାଇନା ଓ ଆମେରିକାର ତିକ୍ତତା ସାଙ୍ଗକୁ ନୂଆ ଟାରିଫ୍, ବାଣିଜ୍ୟ ନୀତି ସହ ଉତ୍ପାଦନରେ ହ୍ରାସର ପ୍ରଭାବ ଯୋଗୁ ସୁନା, ରୁପାର ଦର ବୃଦ୍ଧି ହେଉଛି। […] The post ଭୁବନେଶ୍ୱରରେ ରୁପା କିଲୋ ୧.୧୦ ଲକ୍ଷ appeared first on Dharitri Odia News.
ଭୁବନେଶ୍ୱର,୧୩।୪ (ଅଭୟ ଦାଶ): ଘରୋଇ ବଜାରରେ କ୍ରମାଗତ ଭାବେ ସୁନା ଓ ରୁପାର ମୂଲ୍ୟ ବୃଦ୍ଧି ପାଇଚାଲିଛି। ଏପରିକି ସୁନା ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ବେଳେ ରୁପା ଦର କିଲୋଗ୍ରାମ ପିଛା ୧.୧୦ ଲକ୍ଷ (୧,୧୦,୦୦୦ ଟଙ୍କା)ରେ କାରବାର ହେଉଛି।
ଅପରପକ୍ଷରେ ବୈଶ୍ୱକ ସ୍ତରର ଯୁଦ୍ଧ ପରିସ୍ଥିତି ଏବଂ ଚାଇନା ଓ ଆମେରିକାର ତିକ୍ତତା ସାଙ୍ଗକୁ ନୂଆ ଟାରିଫ୍, ବାଣିଜ୍ୟ ନୀତି ସହ ଉତ୍ପାଦନରେ ହ୍ରାସର ପ୍ରଭାବ ଯୋଗୁ ସୁନା, ରୁପାର ଦର ବୃଦ୍ଧି ହେଉଛି। ସେହିଭଳି ଫେଡେରାଲର ରିଜର୍ଭର ସୁଧହାର ବୃଦ୍ଧି ଏବଂ ଟ୍ରମ୍ପଙ୍କ ନୂଆ ବାଣିଜି୍ୟ ନୀତିର ପ୍ରଭାବ ଭାରତୀୟ ବଜାରରେ ସିଧାସଳଖ ପ୍ରଭାବ ପକାଉଛି।
ଉଲ୍ଲେଖଯୋଗ୍ୟ, ଶନିବାର ଭୁବନେଶ୍ୱରରେ ରୁପା ଦର କିଲୋପିଛା ୧.୧୦ ଲକ୍ଷ ଟଙ୍କା ଥିଲାବେଳେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୯୫,୫୮୦ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୮୭,୭୦୦ ଟଙ୍କାରେ କାରବାର ହେଉଛି। ଏପରିକି ରାଜ୍ୟର ପ୍ରମୁଖ ସହର କଟକ, ପୁରୀ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଝାରସୁଗୁଡା, ଅନୁଗୋଳ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ବରଗଡ଼, କୋରାପୁଟ, ମାଲକାନଗିରି ଏବଂ କଳାହାଣ୍ଡି ଭଳି ସହରର ରୁପା କିଲୋ ପିଛା ୧.୮ରୁ ୧.୧୦ ଲକ୍ଷ ମଧ୍ୟରେ କାରବାର ହେଉଛି ବୋଲି ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ସେହିପରି ନୂଆଦଲ୍ଲୀରେ ରୁପା କିଲୋଗ୍ରାମ ପିଛା ୯୪,୩୩୦ ଟଙ୍କା ରହିଥିଲାବେଳେ ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତା ଭଳି ପ୍ରମୁଖ ମହାନଗରରେ ରୁପା କିଲୋଗ୍ରାମ ପିଛା ୯୪,୪୯୦ ଟଙ୍କା, ୯୪,୭୬୦ ଟଙ୍କା ଏବଂ ୯୪,୩୬୦ ଟଙ୍କାରେ କାରବାର ହେଉଛି। ଉପରୋକ୍ତ ମହାନଗରଗୁଡ଼ିକରେ ସୁନା ଦର ୯୪,୦୦୦ ରୁ ୯୬,୦୦୦ ଟଙ୍କାରେ ପହଞ୍ଚିଛି।
The post ଭୁବନେଶ୍ୱରରେ ରୁପା କିଲୋ ୧.୧୦ ଲକ୍ଷ appeared first on Dharitri Odia News.