ଭୁବନେଶ୍ୱରରେ ଲଭ୍ ଜିହାଦ୍ ! ଖେଳରୁ ଭାବଦୋସ୍ତି ତାପରେ ପ୍ରେମ, ପରେ ଧର୍ମ ବଦଳାଇବାକୁ ବ୍ଲାକ୍ ମେଲିଂ

ଭୁବନେଶ୍ୱର 08/11:  ବନ୍ଧୁତା, ତାପରେ  ପ୍ରେମ। ଦୁଇ ବର୍ଷରୁ ଅଧିକ ବର୍ଷ ହେବ ରିଲେସନସିପରେ ଥିଲେ। କିନ୍ତୁ ବିଶ୍ୱାସରେ ଛଳନା, ହେଲା କାଳ।  ଝିଅଟିର ଅଭିଯୋଗ ସାଙ୍ଘାତିକ। ସେ କହିବା ଅନୁଯାୟୀ ତାଙ୍କ ପୁରୁଷ ବନ୍ଧୁ  ତଥା ପ୍ରେମିକ ପ୍ରଥମେ ହିନ୍ଦୁ ବୋଲି ପରିଚୟ ଦେଇଥିଲେ। ପରେ କିନ୍ତୁ ସେ ମୁସଲିମ୍ ବୋଲି ଜଣା ପଡ଼ିଗଲା। ତାପରେ ବଦଳିଗଲା ଚରିତ୍ର ଓ ପ୍ରେମ।  ପୁରୁଷ ବନ୍ଧୁ ବ୍ଲାକ ମେଲିଂ କରିବା ସହ  ଧର୍ମ ବଦଳାଇବାକୁ ପ୍ରେମିକାଙ୍କୁ  ବାଧ୍ୟ କଲେ। କଥା ନ ମାନିବାରୁ ଏବେ ବ୍ଲାକମେଲିଂର ଯନ୍ତ୍ରଣା ଅସହ୍ୟ। ଏମିତି କହି ନ୍ୟାୟ ମାଗୁଛନ୍ତି ଯୁବତୀ ଜଣଙ୍କ। ରାଜଧାନୀରେ ହୁଲୁସ୍ତୁଲ୍ ଲଭ୍ ଜିହାଦର ଏହି ଘଟଣା। ଲଭ୍‌ ଜିହାଦର ସୁଚିନ୍ତିତ ଷଡ଼ଯନ୍ତ୍ର। ବିହାରର ସମୀର ରହୁଥିଲା କାଶ୍ମୀରରେ। ଏପଟେ ଜଗତ୍‌ସିଂହପୁରର ଝିଅଟି ଭୁବନେଶ୍ବରରେ ରହୁଥିଲେ।  ଇନଷ୍ଟାଗ୍ରାମରେ ଦୁହିଁଙ୍କ ମଧ୍ୟରେ ହେଲା ଲିଙ୍କ୍। ବଢିଥିଲା ଭାବଦୋସ୍ତି । ଫ୍ରି ଫେୟାର ଗେମ ଖେଳୁଥିଲେ ଦୁହେଁ। ଯୁବକଙ୍କ ମିଠା ମିଠା କଥାରେ ଢ଼ଳି ଯାଇଥିଲେ ଯୁବତୀ । ପରିଚୟ ଲୁଚାଇ ସଂପର୍କ ବଢ଼ାଇଥିଲା ସମୀର।  ଓଡ଼ିଶା ଆସି ଯୋଡ଼ିଥିଲା ସଂପର୍କ। ଦୁହିଁଙ୍କ ମଧ୍ୟରେ ସେ  ସଂପର୍କ ଅତି ନିବିଡ଼ ହୋଇଥିଲା।   ଆଉ ତାପରେ ଜଣାପଡ଼ିଥିଲା ସମୀର ହିନ୍ଦୁ ନୁହେଁ ସମୀର ମନସୁର । ଅର୍ଥାତ୍ ସେ ମୁସଲିମ୍ ।  ଖାଲି ସେତିକି ନୁହେଁ। ଅନ୍ତରଙ୍ଗ ଭିଡିଓ ବନାଇ ଗେମ୍‌ ଖେଳିଥିଲା ମନସୁର। ପୀଡ

ଭୁବନେଶ୍ୱରରେ ଲଭ୍ ଜିହାଦ୍ ! ଖେଳରୁ ଭାବଦୋସ୍ତି ତାପରେ ପ୍ରେମ, ପରେ ଧର୍ମ ବଦଳାଇବାକୁ ବ୍ଲାକ୍ ମେଲିଂ

ଭୁବନେଶ୍ୱର 08/11:  ବନ୍ଧୁତା, ତାପରେ  ପ୍ରେମ। ଦୁଇ ବର୍ଷରୁ ଅଧିକ ବର୍ଷ ହେବ ରିଲେସନସିପରେ ଥିଲେ। କିନ୍ତୁ ବିଶ୍ୱାସରେ ଛଳନା, ହେଲା କାଳ।  ଝିଅଟିର ଅଭିଯୋଗ ସାଙ୍ଘାତିକ। ସେ କହିବା ଅନୁଯାୟୀ ତାଙ୍କ ପୁରୁଷ ବନ୍ଧୁ  ତଥା ପ୍ରେମିକ ପ୍ରଥମେ ହିନ୍ଦୁ ବୋଲି ପରିଚୟ ଦେଇଥିଲେ। ପରେ କିନ୍ତୁ ସେ ମୁସଲିମ୍ ବୋଲି ଜଣା ପଡ଼ିଗଲା। ତାପରେ ବଦଳିଗଲା ଚରିତ୍ର ଓ ପ୍ରେମ।  ପୁରୁଷ ବନ୍ଧୁ ବ୍ଲାକ ମେଲିଂ କରିବା ସହ  ଧର୍ମ ବଦଳାଇବାକୁ ପ୍ରେମିକାଙ୍କୁ  ବାଧ୍ୟ କଲେ। କଥା ନ ମାନିବାରୁ ଏବେ ବ୍ଲାକମେଲିଂର ଯନ୍ତ୍ରଣା ଅସହ୍ୟ। ଏମିତି କହି ନ୍ୟାୟ ମାଗୁଛନ୍ତି ଯୁବତୀ ଜଣଙ୍କ। ରାଜଧାନୀରେ ହୁଲୁସ୍ତୁଲ୍ ଲଭ୍ ଜିହାଦର ଏହି ଘଟଣା। 

ଲଭ୍‌ ଜିହାଦର ସୁଚିନ୍ତିତ ଷଡ଼ଯନ୍ତ୍ର। ବିହାରର ସମୀର ରହୁଥିଲା କାଶ୍ମୀରରେ। ଏପଟେ ଜଗତ୍‌ସିଂହପୁରର ଝିଅଟି ଭୁବନେଶ୍ବରରେ ରହୁଥିଲେ।  ଇନଷ୍ଟାଗ୍ରାମରେ ଦୁହିଁଙ୍କ ମଧ୍ୟରେ ହେଲା ଲିଙ୍କ୍। ବଢିଥିଲା ଭାବଦୋସ୍ତି । ଫ୍ରି ଫେୟାର ଗେମ ଖେଳୁଥିଲେ ଦୁହେଁ। ଯୁବକଙ୍କ ମିଠା ମିଠା କଥାରେ ଢ଼ଳି ଯାଇଥିଲେ ଯୁବତୀ । ପରିଚୟ ଲୁଚାଇ ସଂପର୍କ ବଢ଼ାଇଥିଲା ସମୀର।  ଓଡ଼ିଶା ଆସି ଯୋଡ଼ିଥିଲା ସଂପର୍କ। ଦୁହିଁଙ୍କ ମଧ୍ୟରେ ସେ  ସଂପର୍କ ଅତି ନିବିଡ଼ ହୋଇଥିଲା।   ଆଉ ତାପରେ ଜଣାପଡ଼ିଥିଲା ସମୀର ହିନ୍ଦୁ ନୁହେଁ ସମୀର ମନସୁର । ଅର୍ଥାତ୍ ସେ ମୁସଲିମ୍ ।  ଖାଲି ସେତିକି ନୁହେଁ। ଅନ୍ତରଙ୍ଗ ଭିଡିଓ ବନାଇ ଗେମ୍‌ ଖେଳିଥିଲା ମନସୁର। ପୀଡ଼ିତାଙ୍କୁ ଧର୍ମ ବଦଳାଇବାକୁ ବାଧ୍ୟ କରିଥିଲା। ଆଉ ଏଥିରେ ପୀଡ଼ିତା ରାଜି ନହେବାରୁ ଆରମ୍ଭ କରିଥିଲା ବ୍ଲାକ୍‌ ମେଲିଂ । ଏମିତିକି ସମୀର ମନସୁରର ବ୍ଲାକମେଲିଂରେ ପୀଡ଼ିତାଙ୍କ ପରିବାର ତାକୁ ୫ ଲକ୍ଷ ବି ଦେଇଥିଲେ। ତଥାପି ବି ମନସୁରର ମନ ଭରି ନଥିଲା। ପୁଣି ଆସିଥିଲା ଓଡ଼ିଶା, ଆହୁରି କିଛି ଝଡ଼ାଇବା ଲକ୍ଷ୍ୟରେ। ଏପଟେ ଅସହ୍ୟ ହେବାରୁ ଯୁବତୀ ଜଣଙ୍କ ପୋଲିସରେ ଅଭିଯୋଗ କରିଥିଲେ।  ମନସୁରକୁ କଟକରୁ ଗିରଫ କରିଛି ମହିଳା ଥାନା ପୋଲିସ୍ ।   

 ଅଭିଯୁକ୍ତ ମନସୁର୍ ନାଁରେ ପୋଲିସ IPC ର ବିଭିନ୍ନ ଦଫାରେ  ଦୁଷ୍କର୍ମ, ବ୍ଲାକମେଲିଂ କରି ଟଙ୍କା ନେବା, ଗାଳି ଗୁଲଜ,  ହତ୍ୟା ଉଦ୍ୟମ ନେଇ ମାମଲା ରୁଜୁ କରିଛି। ତାସହ IT ଆକ୍ଟ ରେ ବିଭିନ୍ନ ଦଫା ମଧ୍ୟ ଯୋଡ଼ିଛି। ଜୋନ-1 ଏସିପି  କହିଛନ୍ତି, ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି।  ପୀଡ଼ିତାଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ପରୀକ୍ଷା କରାଯାଇଛି। 

 ପ୍ରଶ୍ନ ଉଠୁଛି ସମୀର ମନସୁର ଜଣେ ଅଭ୍ୟାସଗତ ପ୍ରବଞ୍ଛକ ନୁହେଁ ତ? ସେ ଆଉ କିଛି ଯୁବତୀଙ୍କୁ ଏପରି ଠକି ନାହିଁ ତ।  ଆଉ ଏକ ଚିନ୍ତାର କଥା ହେଲା ଇଜ୍ଜତ ସହ ଖେଳି ଧର୍ମ ପରିବର୍ତ୍ତନର ଧମକ, ବ୍ଲାକମେଲିଂ ଏବଂ ଟଙ୍କା ଲୁଟିବାର ଏ ଘଟଣା ବି ଏବେ ଓଡ଼ିଶାରେ। କାହିଁକି ସୋସିଆଲ ମିଡିଆ ଆଡିକ୍ଟେସନରୁ ଏପରି ଘଟୁଛି। କିପରି ଯୁବକ ଯୁବତୀମାନେ ଏଥିରୁ ବର୍ତ୍ତିବେ ଏସବୁ ଅନେକ ପ୍ରଶ୍ନ। 

Also Read- 

ସରକାର ଜାରି କଲେ ୨୦୨୫ର ଛୁଟି ତାଲିକା, ଜାଣନ୍ତୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିବ କେତେଦିନ?