ଭୁବନେଶ୍ୱରରେ ହରିୟାଣା ପୁଲିସ୍‌, ଘରକୁ ଘର ବୁଲି ଖୋଜୁଛି

ଇନ୍‌ଫୋସିଟି ଥାନା ପୁଲିସ୍‌ ସହାୟତାରେ ହରିୟାଣା ପୁଲିସ୍‌ ପ୍ରଶାନ୍ତି ବିହାରକୁ ଯାଇଥିଲେ। ଘରକୁ ଘର ବୁଲି ଲୋକଙ୍କୁ ପଚାରିଥିଲେ। ଏପରିକି ମୋବାଇଲ ଲୋକେସନ୍‌ ମିଳିଥିବା ଘରେ ସର୍ଚ୍ଚ କରିଥିଲେ।

ଭୁବନେଶ୍ୱରରେ ହରିୟାଣା ପୁଲିସ୍‌, ଘରକୁ ଘର ବୁଲି ଖୋଜୁଛି

ରାଜଧାନୀ ଭୁବନେଶ୍ୱରରେ ହରିୟାଣା ପୁଲିସ୍‌। ଇନ୍‌ଫୋସିଟି ଥାନା ପୁଲିସ୍‌ ସହାୟତାରେ ହରିୟାଣା ପୁଲିସ୍‌ ପ୍ରଶାନ୍ତି ବିହାରରେ ଘରକୁ ଘର ବୁଲି ସର୍ଚ୍ଚ କରୁଛି। ହେଲେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନି ପୁଲିସ୍‌।

ଆଜକୁ ୧୦ ଦିନ ତଳେ ହରିୟାଣାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିଲା। ଏହି ମାମଲାରେ ତଦନ୍ତ ବେଳେ ହରିୟାଣା ପୁଲିସ୍‌କୁ ଓଡ଼ିଶା ଲିଙ୍କ ମିଳିଥିଲା। ଅପହରଣର ମାଷ୍ଟରମାଇଣ୍ଡଙ୍କ ମୋବାଇଲ ଲୋକେସନ୍‌ ଇନ୍‌ଫୋସିଟି ଥାନା ପ୍ରଶାନ୍ତି ବିହାରରୁ ମିଳିଥିଲା। ଏହା ପରେ ହରିୟାଣା ପୁଲିସ୍‌ର ୪ ଜଣିଆ ଟିମ୍‌ ଓଡ଼ିଶା ଅଭିମୁଖେ ଆସିଥିଲା। ପୁଲିସ୍‌ ଟିମ୍‌ ଆଜି ମଧ୍ୟାହ୍ନରେ ଇନ୍‌ଫୋସିଟି ଥାନାରେ ପହଞ୍ଚି ଥିଲେ।

ଇନ୍‌ଫୋସିଟି ଥାନା ପୁଲିସ୍‌ ସହାୟତାରେ ହରିୟାଣା ପୁଲିସ୍‌ ପ୍ରଶାନ୍ତି ବିହାରକୁ ଯାଇଥିଲେ। ଘରକୁ ଘର ବୁଲି ଲୋକଙ୍କୁ ପଚାରିଥିଲେ। ଏପରିକି ମୋବାଇଲ ଲୋକେସନ୍‌ ମିଳିଥିବା ଘରେ ସର୍ଚ୍ଚ କରିଥିଲେ। ହେଲେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନି ପୁଲିସ୍‌। ଅପରାହ୍ନ ୧ଟାରୁ ୫ ପର୍ଯ୍ୟନ୍ତ ପ୍ରଶାନ୍ତି ବିହାରରେ ଘୁରିକୁ ଘର ବୁଲି ପଚାରିଥିଲେ ହରିୟାଣା ପୁଲିସ୍‌। ଚଢ଼ଉ ପୂର୍ବରୁ ଅଭିଯୁକ୍ତ ଫେରାର ହୋଇଥିବା ଅଭିଯୋଗ ହେଉଛି।

ତେବେ ଏନେଇ ଇନ୍‌ଫୋସିଟି ଥାନା ପୁଲିସ ବା ହରିୟାଣା ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।