ଭୁଶୁଡ଼ିଲା ନିର୍ମାଣାଧୀନ ଛାତ, ଫସିଛନ୍ତି ଶ୍ରମିକ
ଢେଙ୍କାନାଳ,୯ା୧୦: ଏନ୍ଏଚ୍-୫୫ ମହିଷାପାଟ ନିକଟରେ ନିର୍ମାଣାଧୀନ କୋଠାର ଛାତ ପଡ଼ିବା ବେଳେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଛାତ ପଡୁଥିବା ସମୟରେ ଭୁଶୁଡ଼ି ପଡ଼ିବାରୁ ଏହା ତଳେ ୩ରୁ ୪ ଜଣ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି। ଭଗ୍ନାବଶେଷ ତଳୁ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଶ୍ରମିକମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରିରହିଛି। ଛାତ ପଡୁଥିବାବେଳେ ପ୍ରାୟ ୧୦ ଶ୍ରମିକ ଥିଲେ ବୋଲି କୁହାଯାଉଛି। ପୋଟିକ୍ର ପଡୁଥିବା […] The post ଭୁଶୁଡ଼ିଲା ନିର୍ମାଣାଧୀନ ଛାତ, ଫସିଛନ୍ତି ଶ୍ରମିକ appeared first on Dharitri Odia News.
ଢେଙ୍କାନାଳ,୯ା୧୦: ଏନ୍ଏଚ୍-୫୫ ମହିଷାପାଟ ନିକଟରେ ନିର୍ମାଣାଧୀନ କୋଠାର ଛାତ ପଡ଼ିବା ବେଳେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଛାତ ପଡୁଥିବା ସମୟରେ ଭୁଶୁଡ଼ି ପଡ଼ିବାରୁ ଏହା ତଳେ ୩ରୁ ୪ ଜଣ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି। ଭଗ୍ନାବଶେଷ ତଳୁ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଶ୍ରମିକମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରିରହିଛି।
ଛାତ ପଡୁଥିବାବେଳେ ପ୍ରାୟ ୧୦ ଶ୍ରମିକ ଥିଲେ ବୋଲି କୁହାଯାଉଛି। ପୋଟିକ୍ର ପଡୁଥିବା ଛାତ ସହିତ ୪ଟି ବଡ଼ ପିଲାର ମଧ୍ୟ ଭୁଶୁଡ଼ି ପଡ଼ିଛି। ଏହି ପିଲାରର ଉଚ୍ଚତା ପ୍ରାୟ ୪୦/୫୦ ଫୁଟ ହେବ। ସ୍ଥାନୀୟ ପ୍ରଶାସନ, ପୋଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
The post ଭୁଶୁଡ଼ିଲା ନିର୍ମାଣାଧୀନ ଛାତ, ଫସିଛନ୍ତି ଶ୍ରମିକ appeared first on Dharitri Odia News.