ଭୁଶୁଡୁଛି ବିଜେଡିର ଗଞ୍ଜାମ ଗଡ଼!

ଭୁଶୁଡୁଛି ବିଜେଡିର ଗଞ୍ଜାମ ଗଡ଼! ପ୍ରଦୀପ ପାଣିଗ୍ରାହୀ ସାଜିଛନ୍ତି ପୁରୋଧା। ଦିଗପହଣ୍ଡିରୁ ବିପିନ ପ୍ରଧାନ ପରେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଛାଡିଛନ୍ତି ବିଜେଡି ହାତ।

ଭୁଶୁଡୁଛି ବିଜେଡିର ଗଞ୍ଜାମ ଗଡ଼!

ପ୍ରଦୀପ ପାଣିଗ୍ରାହୀଙ୍କ ପରେ ବିଜେଡି ଛାଡି ବିଜେପିରେ ମିଶୁଛନ୍ତି ଜଣଙ୍କ ପରେ ଜଣେ ଗଞ୍ଜାମ ନେତା। ବିଜେଡି ବିଦ୍ରୋହୀ ବିପିନ ପ୍ରଧାନଙ୍କ ପରେ ଟିକଟ୍ ଆଶାୟୀ ଥିବା ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଗତକାଲି ପଦ୍ମ ଧରିଛନ୍ତି। ଏବେ ବି ଆହୁରି ଅନେକ ବିଦ୍ରୋହୀ ଏବଂ ଆଶାୟୀ ନେତା ବିଜେପି ସହିତ ଯୋଗାଯୋଗରେ ଥିବା କୁହାଯାଉଛି। ପୁଣି ପ୍ରଦୀପ ପାଣିଗ୍ରାହୀ ବ୍ରହ୍ମପୁରରୁ ବିଜେପିର ଲୋକସଭା ପ୍ରାର୍ଥୀ ହେବା ପରେ କ'ଣ ହେବ ଗଞ୍ଜାମ ସମୀକରଣ।