ଭୂ-ପୃଷ୍ଠରେ ଲ୍ୟାଣ୍ଡିଂ କଲା ଷ୍ଟାରଲାଇନର; ସୁନୀତା ଓ ତାଙ୍କ ସାଥିଙ୍କ ବିନା ସୁରକ୍ଷିତ ଫେରିଛି
ନୂଆଦିଲ୍ଲୀ: ସ୍ପେଶ୍ କ୍ରାଷ୍ଟ ଷ୍ଟାରଲାଇନର ପୃଥିବୀ ପୃଷ୍ଠରେ ଅବତରଣ କରିଛି । ହେଲେ ଏଥିରେ କୌଣସି କ୍ରୁ ଫେରିନାହାନ୍ତି । ମହାକାଶଚାରୀଙ୍କ ବିନା ଫେରିଛି ସ୍ପେଶ୍ କ୍ରାଫ୍ଟ । ନ୍ୟୁ ମେକ୍ସିକୋର ଏକ ମରୁଭୂମିରେ ନିରାପଦ ଭାବେ ଲ୍ୟାଣ୍ଡିଂ କରିଛି ସ୍ପେଶ୍ କ୍ରାଫ୍ଟ ଷ୍ଟାରଲାଇନର ।ମହକାଶରେ ଦୀର୍ଘ ୩ ମାସରୁ ଅଧିକ ଦିନ ହେଲା ଫସି ରହିଛନ୍ତି ଦୁଇ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ । ତାଙ୍କୁ ଛାଡି ଏକାକି ପୃଥିବୀ ପୃଷ୍ଠକୁ ଫେରି ଆସିଛି ଷ୍ଟାରଲାଇନର । ପ୍ରାୟ ୬ ଘଣ୍ଟା ଯାତ୍ରା ପରେ ଷ୍ଟାରଲାଇନର୍ ଆମେରିକାର ନ୍ୟୁ ମେକ୍ସିକୋ ଅଞ୍ଚଳରେ ଲ୍ୟାଣ୍ଡିଂ କରିଛି । ୨୦୨୪ ଜୁନ ମାସରେ ଷ୍ଟାରଲାଇନର ମହାକାଶକୁ ଯାତ୍ରା କରୁଥିବା ବେଳେ ସେଥିରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା । ଷ୍ଟାରଲାଇନର ଥ୍ରଷ୍ଟର ସମସ୍ୟା ସହ ହିଲିୟମ ଗ୍ୟାସ ଲିକକୁ ଆଖି ଆଗରେ ରଖି ମହାକାଶଚାରୀଙ୍କ ବିନା କେବଳ ଏହି ଷ୍ଟାରଲାଇନର କ୍ୟାପସୁଲକୁ ପୃଥିବୀ ପୃଷ୍ଠକୁ ଫେରାଇ ଅଣାଯାଇଛି ।ସ୍ପେଶ୍ ଷ୍ଟେସନରେ ଫସି ରହିଛନ୍ତି ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସହଯୋଗୀ। ଆସନ୍ତାବର୍ଷ ଫେବ୍ରୁଆରୀରେ ନାସାର କ୍ରୁ-୯ ମିଶନରେ ଦୁଇ ମହାକାଶଚାରୀ ଫେରିବେ । ଏବେ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥି ବୁରି ୱିଲମୋରଙ୍କୁ ସ୍ପେଶ୍ ଷ୍ଟେସନରେ ପାଞ୍ଚରୁ ଛଅ ମାସ ବିତାଇବାକୁ ପଡିବ ।
ନୂଆଦିଲ୍ଲୀ: ସ୍ପେଶ୍ କ୍ରାଷ୍ଟ ଷ୍ଟାରଲାଇନର ପୃଥିବୀ ପୃଷ୍ଠରେ ଅବତରଣ କରିଛି । ହେଲେ ଏଥିରେ କୌଣସି କ୍ରୁ ଫେରିନାହାନ୍ତି । ମହାକାଶଚାରୀଙ୍କ ବିନା ଫେରିଛି ସ୍ପେଶ୍ କ୍ରାଫ୍ଟ । ନ୍ୟୁ ମେକ୍ସିକୋର ଏକ ମରୁଭୂମିରେ ନିରାପଦ ଭାବେ ଲ୍ୟାଣ୍ଡିଂ କରିଛି ସ୍ପେଶ୍ କ୍ରାଫ୍ଟ ଷ୍ଟାରଲାଇନର ।
ମହକାଶରେ ଦୀର୍ଘ ୩ ମାସରୁ ଅଧିକ ଦିନ ହେଲା ଫସି ରହିଛନ୍ତି ଦୁଇ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ । ତାଙ୍କୁ ଛାଡି ଏକାକି ପୃଥିବୀ ପୃଷ୍ଠକୁ ଫେରି ଆସିଛି ଷ୍ଟାରଲାଇନର । ପ୍ରାୟ ୬ ଘଣ୍ଟା ଯାତ୍ରା ପରେ ଷ୍ଟାରଲାଇନର୍ ଆମେରିକାର ନ୍ୟୁ ମେକ୍ସିକୋ ଅଞ୍ଚଳରେ ଲ୍ୟାଣ୍ଡିଂ କରିଛି ।
୨୦୨୪ ଜୁନ ମାସରେ ଷ୍ଟାରଲାଇନର ମହାକାଶକୁ ଯାତ୍ରା କରୁଥିବା ବେଳେ ସେଥିରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା । ଷ୍ଟାରଲାଇନର ଥ୍ରଷ୍ଟର ସମସ୍ୟା ସହ ହିଲିୟମ ଗ୍ୟାସ ଲିକକୁ ଆଖି ଆଗରେ ରଖି ମହାକାଶଚାରୀଙ୍କ ବିନା କେବଳ ଏହି ଷ୍ଟାରଲାଇନର କ୍ୟାପସୁଲକୁ ପୃଥିବୀ ପୃଷ୍ଠକୁ ଫେରାଇ ଅଣାଯାଇଛି ।
ସ୍ପେଶ୍ ଷ୍ଟେସନରେ ଫସି ରହିଛନ୍ତି ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସହଯୋଗୀ। ଆସନ୍ତାବର୍ଷ ଫେବ୍ରୁଆରୀରେ ନାସାର କ୍ରୁ-୯ ମିଶନରେ ଦୁଇ ମହାକାଶଚାରୀ ଫେରିବେ । ଏବେ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥି ବୁରି ୱିଲମୋରଙ୍କୁ ସ୍ପେଶ୍ ଷ୍ଟେସନରେ ପାଞ୍ଚରୁ ଛଅ ମାସ ବିତାଇବାକୁ ପଡିବ ।