ନୀଳଗିରି ବଢୁଛି ବିଜେଡିରେ ଶକ୍ତି, ଅନ୍ୟ ଦଳଛାଡି ଶଙ୍ଖ ଧରିଲେ ୨୬ ସରପଞ୍ଚ ଓ ସମିତିସଭ୍ୟ

ନୀଳଗିରି ୦୯।୦୪ : ବାଲେଶ୍ଵର ଜିଲ୍ଲା ନୀଳଗିରି ବଢୁଛି ବିଜେଡିରେ ଶକ୍ତି । ଅନ୍ୟ ଦଳଛାଡି ୨୬ ଜଣ ସରପଞ୍ଚ ଓ ସମିତିସଭ୍ୟ ବିଜେଡିରେ ହୋଇଛନ୍ତି ସାମିଲ । ବିଧାୟକ ଇଂ ସୁକାନ୍ତ କୁମାର ନାୟକ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି। ଖବର ଅନୁଯାୟୀ, ବିଧାୟକ ଇଂ ସୁକାନ୍ତ କୁମାର ନାୟକ ବିଜେପି ଛାଡି ବିଜେଡିରେ ମିଶିବା ପରେ ଦଳୀୟ କର୍ମୀ ଶଙ୍ଖ ଧରିବେ ନା ନାହିଁ ତାହା ନେଇ ଆଶଙ୍କା ଘାରିଥିଲା। ପୂର୍ବରୁ କିଛି ସରପଞ୍ଚ ଓ ସମିତି ସଭ୍ୟ ଅନ୍ୟ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ। ତାଙ୍କୁ ଶ୍ରୀ ନାୟକ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଆଜି ପୁଣି ଔପଦା ବ୍ଳକର ସରପଞ୍ଚ ଅଶୋକ ଜେନା ଓ ତାଙ୍କ ସମର୍ଥକ ବିଜେଡିରେ ଯୋଗ ଦେଇଛନ୍ତି। ନୀଳଗିରି ନିର୍ବାଚନ ମଣ୍ଡଳୀରେ ୨୬ ଜଣ ସରପଞ୍ଚ ଓ ସମିତି ସଭ୍ୟ ଅନ୍ୟ ଦଳ ଛାଡି ବିଜେଡିରେ ମିଶି ଶ୍ରୀ ନାୟକଙ୍କ ନେତୃତ୍ୱ ଉପରେ ଆସ୍ଥା ରଖିଥିବା କହିଛନ୍ତି। ସେପଟେ ଦଳର ଶକ୍ତିବୃଦ୍ଧି ପାଉଥିବାରୁ ବିଧାୟକ କର୍ମୀମାନଙ୍କୁ ସାଧୁବାଦ ଜଣାଇଛନ୍ତି।

ନୀଳଗିରି ବଢୁଛି ବିଜେଡିରେ ଶକ୍ତି, ଅନ୍ୟ ଦଳଛାଡି ଶଙ୍ଖ ଧରିଲେ ୨୬ ସରପଞ୍ଚ ଓ ସମିତିସଭ୍ୟ

ନୀଳଗିରି ୦୯।୦୪ : ବାଲେଶ୍ଵର ଜିଲ୍ଲା ନୀଳଗିରି ବଢୁଛି ବିଜେଡିରେ ଶକ୍ତି । ଅନ୍ୟ ଦଳଛାଡି ୨୬ ଜଣ ସରପଞ୍ଚ ଓ ସମିତିସଭ୍ୟ ବିଜେଡିରେ ହୋଇଛନ୍ତି ସାମିଲ । ବିଧାୟକ ଇଂ ସୁକାନ୍ତ କୁମାର ନାୟକ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି। 

ଖବର ଅନୁଯାୟୀ, ବିଧାୟକ ଇଂ ସୁକାନ୍ତ କୁମାର ନାୟକ ବିଜେପି ଛାଡି ବିଜେଡିରେ ମିଶିବା ପରେ ଦଳୀୟ କର୍ମୀ ଶଙ୍ଖ ଧରିବେ ନା ନାହିଁ ତାହା ନେଇ ଆଶଙ୍କା ଘାରିଥିଲା। ପୂର୍ବରୁ କିଛି ସରପଞ୍ଚ ଓ ସମିତି ସଭ୍ୟ ଅନ୍ୟ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ। ତାଙ୍କୁ ଶ୍ରୀ ନାୟକ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଆଜି ପୁଣି ଔପଦା ବ୍ଳକର ସରପଞ୍ଚ ଅଶୋକ ଜେନା ଓ ତାଙ୍କ ସମର୍ଥକ ବିଜେଡିରେ ଯୋଗ ଦେଇଛନ୍ତି। ନୀଳଗିରି ନିର୍ବାଚନ ମଣ୍ଡଳୀରେ ୨୬ ଜଣ ସରପଞ୍ଚ ଓ ସମିତି ସଭ୍ୟ ଅନ୍ୟ ଦଳ ଛାଡି ବିଜେଡିରେ ମିଶି ଶ୍ରୀ ନାୟକଙ୍କ ନେତୃତ୍ୱ ଉପରେ ଆସ୍ଥା ରଖିଥିବା କହିଛନ୍ତି। ସେପଟେ ଦଳର ଶକ୍ତିବୃଦ୍ଧି ପାଉଥିବାରୁ ବିଧାୟକ କର୍ମୀମାନଙ୍କୁ ସାଧୁବାଦ ଜଣାଇଛନ୍ତି।