ଭୂକମ୍ପ ଝଟକାରେ ଲୋକେ ଭୟଭୀତ, ଜଣେ ମୃତ ଅନେକେ ଆହତ
ପେରୁ,୧୬।୬: ରବିବାର ପେରୁରେ ଭୂମିକମ୍ପ ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ପେରୁର ରାଜଧାନୀ ଲିମାରେ ଭୂମିକମ୍ପ ପରେ ଭୂସ୍ଖଳନ ମଧ୍ୟ ହୋଇଛି। ପେରୁ ସହିତ ପାକିସ୍ତାନରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ପାକିସ୍ତାନରେ ଲଗାତାର ଦୁଇ ଦିନ ଧରି ଭୂମିକମ୍ପ ହୋଇଛି। ରବିବାର ଏଠାରେ ୪.୪ ତୀବ୍ରତାର ଭୂମିକମ୍ପ ହୋଇଛି। ଏପି ନ୍ୟୁଜର ଏକ ରିପୋର୍ଟ ଅନୁଯାୟୀ, ପେରୁର ରାଜଧାନୀ ଲିମାରେ ଭୂମିକମ୍ପ ଯୋଗୁ […] The post ଭୂକମ୍ପ ଝଟକାରେ ଲୋକେ ଭୟଭୀତ, ଜଣେ ମୃତ ଅନେକେ ଆହତ appeared first on Dharitri Odia News.
ପେରୁ,୧୬।୬: ରବିବାର ପେରୁରେ ଭୂମିକମ୍ପ ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ପେରୁର ରାଜଧାନୀ ଲିମାରେ ଭୂମିକମ୍ପ ପରେ ଭୂସ୍ଖଳନ ମଧ୍ୟ ହୋଇଛି। ପେରୁ ସହିତ ପାକିସ୍ତାନରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ପାକିସ୍ତାନରେ ଲଗାତାର ଦୁଇ ଦିନ ଧରି ଭୂମିକମ୍ପ ହୋଇଛି। ରବିବାର ଏଠାରେ ୪.୪ ତୀବ୍ରତାର ଭୂମିକମ୍ପ ହୋଇଛି।
ଏପି ନ୍ୟୁଜର ଏକ ରିପୋର୍ଟ ଅନୁଯାୟୀ, ପେରୁର ରାଜଧାନୀ ଲିମାରେ ଭୂମିକମ୍ପ ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି। ରବିବାର ସକାଳ ପ୍ରାୟ ୧୧ଟା ୩୫ ସମୟରେ ଲିମାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ୫.୬ ମାପ କରାଯାଇଥିଲା। ଭୂସ୍ଖଳନର ଖବର ମଧ୍ୟ ଅଛି। ଏହି କାରଣରୁ ଲୋକମାନେ ଆତଙ୍କିତ ଅଛନ୍ତି। ଭୂମିକମ୍ପ ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।
ସୂଚନାଯୋଗ, ରବିବାର ରାତି ୧୧ଟା ୪୨ ସମୟରେ ପାକିସ୍ତାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ୪.୭ ତୀବ୍ରତାର ଭୂମିକମ୍ପ ହୋଇଥିଲା। ପୂର୍ବରୁ ଶନିବାର କରାଚୀରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ସହରର ଅନେକ ଅଞ୍ଚଳରୁ ଲୋକମାନେ ଘରୁ ବାହାରକୁ ଆସିଥିଲେ। ଶନିବାର ଭୂମିକମ୍ପର ତୀବ୍ରତା ୩.୨ ମାପ କରାଯାଇଥିଲା।
କରାଚି ପାଣିପାଗ କେନ୍ଦ୍ରର ମୁଖ୍ୟ ପାଣିପାଗ ବିଶେଷଜ୍ଞ ଆମିର ହାଇଦରଙ୍କ ଅନୁଯାୟୀ, ‘ଶନିବାର ଦିନ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୨ ମାପ କରାଯାଇଥିଲା। ଭୂମିକମ୍ପ ଭୂମି ଭିତରେ ୩୮କିଲୋମିଟର ଗଭୀରତାରେ କେନ୍ଦ୍ରିତ ଥିଲା। ହାଇଦର କହିଛନ୍ତି ଯେ ଏହି ଭୂମିକମ୍ପ ସହରର ଅତି କମରେ ପାଞ୍ଚଟି ଅଞ୍ଚଳରେ ରେକର୍ଡ କରାଯାଇଛି। ସେ କହିଛନ୍ତି ଯେ ଲାଣ୍ଡି ଅଞ୍ଚଳରେ ଏକ ଐତିହାସିକ ଭୂକମ୍ପୀୟ ‘ଫଲ୍ଟ ରେଖା’ରୁ ଭୂକମ୍ପୀୟ ଶକ୍ତି ନିର୍ଗତ ହେବା ଯୋଗୁ ଏହି ଭୂମିକମ୍ପ ଅନୁଭୂତ ହେଉଛି।’ ହାଇଦର କହିଛନ୍ତି, ‘ଯଦି ଏହି ଶକ୍ତି ଏକକାଳୀନ ମୁକ୍ତ ହୁଏ, ତେବେ ଏକ ବଡ଼ ଭୂମିକମ୍ପ ହେବାର ସମ୍ଭାବନା ଅଛି, କିନ୍ତୁ ଶନିବାର ଏପରି କିଛି ହୋଇନାହିଁ।’ ସେ କହିଛନ୍ତି ଯେ ଜୁନ ୧ ପରଠାରୁ କରାଚିରେ ଅତି କମରେ ୨୧ ଟି କମ-ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଛି, ଯାହାର ତୀବ୍ରତା ୨.୧ ରୁ ୩.୬ ମଧ୍ୟରେ ରହିଛି।
The post ଭୂକମ୍ପ ଝଟକାରେ ଲୋକେ ଭୟଭୀତ, ଜଣେ ମୃତ ଅନେକେ ଆହତ appeared first on Dharitri Odia News.