ଭୂମିକମ୍ପ ବିନାଶରେ ଅଟକିଲା ମିଆଁମାର ଗୃହଯୁଦ୍ଧ, ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ହତିଆର ଛାଡିଲେ ବିଦ୍ରୋହୀ
ନେପିଡ ୩୦।୩: ମିଆଁମାର ଗୃହଯୁଦ୍ଧକୁ ଭୀଷଣ ଭୂମିକମ୍ପ ରୋକି ଦେଇଛି। ୭.୭ ତୀବ୍ରତାରଏହି ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏପର୍ଯ୍ୟନ୍ତ ୧୬୪୪ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ଆସୁଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଗୃହ ଯୁଦ୍ଧ ଅଟକିଯାଇଥିବାର ଦେଖାଯାଉଛି। ଦେଶରେ ସେନାର କୋପ ଡି’ ଟେଟ୍ କୁ ବିରୋଧ କରୁଥିବା ବିଦ୍ରୋହୀମାନେ ରବିବାର ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଅସ୍ଥାୟୀ ଯୁଦ୍ଧବିରାମ ଘୋଷଣା କରିଛନ୍ତି। ଦେଶରେ ଉପୁଜିଥିବା ପରିସ୍ଥିତିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ପ୍ୟୁପିଲସ୍ ଡିଫେନ୍ସ ଫୋର୍ସ (ପିଡିଏଫ) ୩୦ ମାର୍ଚ୍ଚ ୨୦୨୫ରୁ ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଆକ୍ରମକ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଘୋଷଣା କରିଛି। ତେବେ ପିଡିଏଫ ସ୍ପଷ୍ଟ ଭାବେ କହିଛି ଯେ ଆକ୍ରମଣ ପରିସ୍ଥିତିରେ ରକ୍ଷାତ୍ମକ କାର୍ଯ୍ୟାନୁଷ୍ଠାନ କରାଯିବ। ଏହି ସୂଚନା ଦେଇଛି ସାଡୋ ନ୍ୟାସନାଲ ୟୁନିଟ ଗଭର୍ଣ୍ଣମେଣ୍ଟ (ଏନୟୁଜି)। ସୋସିଆଲ ମିଡିଆରେ ଏନୟୁଜି ଏକ ବୟାନ ପୋଷ୍ଟ କରିଛି। ଏହି ବୟାନରେ କୁହାଯାଇଛି ଯେ ଏନୟୁଜି ନିଜ ନିୟନ୍ତ୍ରଣରେ ଥିବା ଅଞ୍ଚଳର ସୁରକ୍ଷା, ପରିବହନ ଓ ଅସ୍ଥାୟୀ ଉଦ୍ଧାର କାର୍ଯ୍ୟ ସମେତ ଚିକିତ୍ସା ଶିବିର ସ୍ଥାପନା ସୁନିଶ୍ଚିତ କରିବା ପାଇଁ ସଂକଳ୍ପବଦ୍ଧ। ଏଣୁ ଏଥି ପାଇଁ ଆବଶ୍ୟକ ହେଲେ ଜାତିସଂଘ ଓ ଅନ୍ୟ ସ୍ୱେଛାସେବୀ ଅନୁଷ୍ଠାନଙ୍କୁ ସହ
ନେପିଡ ୩୦।୩: ମିଆଁମାର ଗୃହଯୁଦ୍ଧକୁ ଭୀଷଣ ଭୂମିକମ୍ପ ରୋକି ଦେଇଛି। ୭.୭ ତୀବ୍ରତାରଏହି ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏପର୍ଯ୍ୟନ୍ତ ୧୬୪୪ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ଆସୁଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଗୃହ ଯୁଦ୍ଧ ଅଟକିଯାଇଥିବାର ଦେଖାଯାଉଛି। ଦେଶରେ ସେନାର କୋପ ଡି’ ଟେଟ୍ କୁ ବିରୋଧ କରୁଥିବା ବିଦ୍ରୋହୀମାନେ ରବିବାର ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଅସ୍ଥାୟୀ ଯୁଦ୍ଧବିରାମ ଘୋଷଣା କରିଛନ୍ତି। ଦେଶରେ ଉପୁଜିଥିବା ପରିସ୍ଥିତିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ପ୍ୟୁପିଲସ୍ ଡିଫେନ୍ସ ଫୋର୍ସ (ପିଡିଏଫ) ୩୦ ମାର୍ଚ୍ଚ ୨୦୨୫ରୁ ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଆକ୍ରମକ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଘୋଷଣା କରିଛି। ତେବେ ପିଡିଏଫ ସ୍ପଷ୍ଟ ଭାବେ କହିଛି ଯେ ଆକ୍ରମଣ ପରିସ୍ଥିତିରେ ରକ୍ଷାତ୍ମକ କାର୍ଯ୍ୟାନୁଷ୍ଠାନ କରାଯିବ। ଏହି ସୂଚନା ଦେଇଛି ସାଡୋ ନ୍ୟାସନାଲ ୟୁନିଟ ଗଭର୍ଣ୍ଣମେଣ୍ଟ (ଏନୟୁଜି)। ସୋସିଆଲ ମିଡିଆରେ ଏନୟୁଜି ଏକ ବୟାନ ପୋଷ୍ଟ କରିଛି।
ଏହି ବୟାନରେ କୁହାଯାଇଛି ଯେ ଏନୟୁଜି ନିଜ ନିୟନ୍ତ୍ରଣରେ ଥିବା ଅଞ୍ଚଳର ସୁରକ୍ଷା, ପରିବହନ ଓ ଅସ୍ଥାୟୀ ଉଦ୍ଧାର କାର୍ଯ୍ୟ ସମେତ ଚିକିତ୍ସା ଶିବିର ସ୍ଥାପନା ସୁନିଶ୍ଚିତ କରିବା ପାଇଁ ସଂକଳ୍ପବଦ୍ଧ। ଏଣୁ ଏଥି ପାଇଁ ଆବଶ୍ୟକ ହେଲେ ଜାତିସଂଘ ଓ ଅନ୍ୟ ସ୍ୱେଛାସେବୀ ଅନୁଷ୍ଠାନଙ୍କୁ ସହଯୋଗ କରିବାକୁ ଯୋଜନା କରୁଛି। ମିଆଁମାର ଭୂମିକମ୍ପ ପରେ ଧ୍ୱଂସସ୍ତୁପ ତଳୁ ଲଗାତାର ଶବ ବାହାର କରାଯାଉଛି। ମୃତକଙ୍କ ସଂଖ୍ୟା ୧,୬୪୪କୁ ପହଞ୍ଚିଛି। ସେହିପରି ଭୂମିକମ୍ପରେ ଆହତଙ୍କ ସଂଖ୍ୟା ୩,୪୦୮ ଥିବା ବେଳେ ୧୩୯ ଜଣ ଏବେବି ନିଖୋଜ ଅଛନ୍ତି।
ବର୍ମା ନାମରେ ଲୋକପ୍ରିୟ ମିଆଁମାରରେ ଦୀର୍ଘ ସମୟ ହେଲା ଗୃହ ଯୁଦ୍ଧ ଲାଗି ରହିଛି। ପ୍ରଥମରୁ ଏଠାରେ ଗୃହଯୁଦ୍ଧ ମନବୀୟ ସଂକଟ ସୃଷ୍ଟି କରିଥିବା ବେଳେ ଭୂମିକମ୍ପ ପରିସ୍ଥିତିକୁ ଜଟିଳ କରିଛି। ଭୂମିକମ୍ପ ଯୋଗୁ ମିଆଁମାରରେ ରିଲିଫ ଓ ଉଦ୍ଧାର ପରିଚାଳନା କଷ୍ଟକର ହେଉଛି। ମିଆଁମାର ସେନା ଫେବୃଆରୀ ୨୦୨୧ରେ ଆଙ୍ଗ ସାନ ସୁ କିଙ୍କ ନିର୍ବାଚିତ ସରକାରକୁ କ୍ଷମତାଚ୍ୟୁତ କରି ଶାସନ ହାତେଇ ନେଇଛି। ଭୂମିକମ୍ପ ପରେ ମଧ୍ୟ ସରକାରୀ ସୈନ୍ୟ ବିଦ୍ରୋହୀ ସଙ୍ଗଠନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁଥିବା ଦେଖାଯାଇଛି।