ଭୂମିକମ୍ପରେ ପୁଣି ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୬.୩
ଟୋକିଓ ୨୭।୪: ଜାପାନର ବୋନିନ ଦ୍ୱୀପ ସମୂହରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଛି। ଭାରତୀୟ ସମୟ ମଧ୍ୟାହ୍ନ ୨ଟା ୫ମିନିଟ୍ ୩୫ ସେକେଣ୍ଡରେ ଅନୁଭୂତ ଭୂକମ୍ପର ତୀବର୍ତା ରିକ୍ଟର ସ୍କେଲରେ ୬.୩ ଥିବା କୁହାଯାଇଛି। ଭୂମିକମ୍ପର କେନ୍ଦ୍ର ସ୍ଥଳର ଭୂ-ଗର୍ଭର ୫୦୬ କିଲୋମିଟର ଗଭୀରତାରେ ଥିଲା। ୬.୩ ତୀବ୍ରତାର ଭୂମିକମ୍ପ ବେଶ୍ ଶକ୍ତିଶାଳୀ ଓ ଏଥିଯୋଗୁ ବହୁତ କ୍ଷୟକ୍ଷତି ମଧ୍ୟ ହୋଇଥାଏ। ତେବେ ଏହି ଭୂମିକମ୍ପର କେନ୍ଦ୍ର ସମୁଦ୍ର ପତନରୁ ବହୁତ ତଳେ ଥିଲା। ଏଣୁ ଭୂ-ଭାଗରେ ଏହାର ସ୍ୱଳ୍ପ ପ୍ରଭାବ ପଡିଥିଲା। ଭୂମିକମ୍ପର ଝଟକା ବୋନିନ ଦ୍ୱୀପସମୂହ ଆଖପାଖରେ ଅନୁଭୂତ ହୋଇଛି। ତେବେ ଭୂମିକମ୍ପ ଯୋଗୁ ସେପରି କୌଣସି କ୍ଷୟକ୍ଷତି ଅଥବା ଧନଜୀବନ ହାନୀର ସୂଚନା ମିଳି ନାହିଁ। ଏହି ଭୂମିକମ୍ପ ସମୁଦ୍ର ତଳେ ଅନୁଭୂତ ହୋଇଥିଲା। ହେଲେ ସୁନାମୀ ନେଇ କୌଣସି ସତର୍କତା ଜାରି ହୋଇ ନାହିଁ। ସମୁଦ୍ର ପତନରୁ ଭୂମିକମ୍ପ କେନ୍ଦ୍ରର ଗଭୀର ଅଧିକ ହେବା କାରଣରୁ ସୁନାମୀର ବିପଦ ନଥାଏ। Earthquake of Magnitude:6.3, Occurred on 27-04-2024, 14:05:35 IST, Lat: 27.82 & Long: 139.65, Depth: 506 Km ,Location: Bonin Islands, Japan for more information Download the BhooKamp App https://t.co/MhdlCTtru2 @ndmaindia @Indiametdept @Dr_Mishra1966 @KirenRijiju @Ravi_MoES— National Center for Seismology (
ଟୋକିଓ ୨୭।୪: ଜାପାନର ବୋନିନ ଦ୍ୱୀପ ସମୂହରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଛି। ଭାରତୀୟ ସମୟ ମଧ୍ୟାହ୍ନ ୨ଟା ୫ମିନିଟ୍ ୩୫ ସେକେଣ୍ଡରେ ଅନୁଭୂତ ଭୂକମ୍ପର ତୀବର୍ତା ରିକ୍ଟର ସ୍କେଲରେ ୬.୩ ଥିବା କୁହାଯାଇଛି। ଭୂମିକମ୍ପର କେନ୍ଦ୍ର ସ୍ଥଳର ଭୂ-ଗର୍ଭର ୫୦୬ କିଲୋମିଟର ଗଭୀରତାରେ ଥିଲା। ୬.୩ ତୀବ୍ରତାର ଭୂମିକମ୍ପ ବେଶ୍ ଶକ୍ତିଶାଳୀ ଓ ଏଥିଯୋଗୁ ବହୁତ କ୍ଷୟକ୍ଷତି ମଧ୍ୟ ହୋଇଥାଏ। ତେବେ ଏହି ଭୂମିକମ୍ପର କେନ୍ଦ୍ର ସମୁଦ୍ର ପତନରୁ ବହୁତ ତଳେ ଥିଲା।

ଏଣୁ ଭୂ-ଭାଗରେ ଏହାର ସ୍ୱଳ୍ପ ପ୍ରଭାବ ପଡିଥିଲା। ଭୂମିକମ୍ପର ଝଟକା ବୋନିନ ଦ୍ୱୀପସମୂହ ଆଖପାଖରେ ଅନୁଭୂତ ହୋଇଛି। ତେବେ ଭୂମିକମ୍ପ ଯୋଗୁ ସେପରି କୌଣସି କ୍ଷୟକ୍ଷତି ଅଥବା ଧନଜୀବନ ହାନୀର ସୂଚନା ମିଳି ନାହିଁ। ଏହି ଭୂମିକମ୍ପ ସମୁଦ୍ର ତଳେ ଅନୁଭୂତ ହୋଇଥିଲା। ହେଲେ ସୁନାମୀ ନେଇ କୌଣସି ସତର୍କତା ଜାରି ହୋଇ ନାହିଁ। ସମୁଦ୍ର ପତନରୁ ଭୂମିକମ୍ପ କେନ୍ଦ୍ରର ଗଭୀର ଅଧିକ ହେବା କାରଣରୁ ସୁନାମୀର ବିପଦ ନଥାଏ।
Earthquake of Magnitude:6.3, Occurred on 27-04-2024, 14:05:35 IST, Lat: 27.82 & Long: 139.65, Depth: 506 Km ,Location: Bonin Islands, Japan for more information Download the BhooKamp App https://t.co/MhdlCTtru2 @ndmaindia @Indiametdept @Dr_Mishra1966 @KirenRijiju @Ravi_MoES— National Center for Seismology (@NCS_Earthquake) April 27, 2024
ଜାପାନ ଭୂମିକମ୍ପର ସକ୍ରିୟ କ୍ଷେତ୍ରରେ ଅବସ୍ଥିତ ଏଣୁ ଏଠାରେ ପ୍ରାୟତଃ ଭୂମିକମ୍ପ ଅନୁଭୂତ ହୋଇଥାଏ। ଏଣୁ ଜାପାନ ସରକାର ଓ ସ୍ଥାନୀୟ ଲୋକେ ଭୂମିକମ୍ପ ମୁକାବିଲା ନିମନ୍ତେ ସର୍ବଦା ସତର୍କ ଥାଆନ୍ତି। ଜାପାନାରେ ଘର ଭୂମିକମ୍ପ ରୋଧି ବୈଷିୟକ ଜ୍ଞାନକୌଶଳରେ ତିଆରି ହୋଇଥାଏ। ତେବେ ଲୋକଙ୍କୁ ଭୂମିକମ୍ପ କାଳରେ କଣ କରିବା ଦରକାର ସେଥି ପାଇଁ ସରକାରଙ୍କ ପକ୍ଷରୁ ସତର୍କ କରାଇ ଦିଆଯାଇଥାଏ।