ଭୂସ୍ଖଳନ ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଅଲ୍ଲୁ ଅର୍ଜୁନ୍, ଦାନ କଲେ ୨୫ ଲକ୍ଷ ଟଙ୍କା

ମୁମ୍ଵାଇ ୦୫।୦୮; କେରଳର ୱାୟନାଡରେ ଭୂସ୍ଖଳନ ଘଟିଛି। ପ୍ରକୃତିର ବିପର୍ଯ୍ୟୟ ନଷ୍ଟ ହେତୁ ଏପର୍ଯ୍ୟନ୍ତ ୩୦୮ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଶହ ଶହ ଲୋକ ନିଖୋଜ ଅଛନ୍ତି। ଏହାରି ମଧ୍ୟରେ ଦକ୍ଷିଣ ତାରକା ନୟନ୍ତରା, ତାଙ୍କ ସ୍ୱାମୀ ବିଗ୍ନେଶ ଶିବନ, ମୋହନଲାଲ ରିଲିଫ ପାଣ୍ଠିକୁ ଲକ୍ଷ ଲକ୍ଷ ଟଙ୍କା ଦାନ କରିଥିଲେ। ବର୍ତ୍ତମାନ 'ପୁଷ୍ପା ୨' ଅଭିନେତା ଅଲୁ ଅର୍ଜୁନ ମଧ୍ୟ ଏକ ସାହାଯ୍ୟ ହାତ ବଢାଇଛନ୍ତି। ସେ ୨୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଜୁଲାଇ ୩୦ ରେ ଚୁରାଲମାଲା ଏବଂ ମୁନ୍ଦକ୍କାଇରେ ଭୂସ୍ଖଳନ ଘଟିଥିଲା। ପୀଡିତାଙ୍କ ପାଇଁ ଅଭିନେତା ମଧ୍ୟ ପ୍ରାର୍ଥନା କରିଛନ୍ତି।ଅଲୁ ଅର୍ଜୁନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଭୂସ୍ଖଳନ ଘଟଣାରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, 'ୱାୟନାଡରେ ହୋଇଥିବା ଭୂସ୍ଖଳନ ଯୋଗୁଁ ମୁଁ ଗଭୀର ଦୁଃଖିତ। କେରଳ ମୋତେ ସବୁବେଳେ ବହୁତ ଭଲପାଇବା ଦେଇଛି ଏବଂ ପୁନଃ ନିର୍ମାଣ ପାଇଁ କେରଳ CM ରିଲିଫ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରି ମୁଁ ପୁଣିଥରେ ସହଯୋଗ କରିବାକୁ ଚାହୁଁଛି । ତୁମର ସୁରକ୍ଷା ଏବଂ ଶକ୍ତି ପାଇଁ ପ୍ରାର୍ଥନା କରୁଛି । ଏହା ପୂର୍ବରୁ ସାଉଥ ଷ୍ଟାର ମୋହନଲାଲ ମଧ୍ୟ ୩ କୋଟି ଟଙ୍କା ସାହାଯ୍ୟ କରିଥିଲେ। ସେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସୋସିଆଲ ମିଡିଆରେ ଏହାର ଝଲକ ଦେଖାଇଥିଲେ। 'ଜବାନ୍' ଅଭିନେତ୍ରୀ ନୟନ୍ତରା ଏବଂ ତାଙ୍କ ସ୍ୱାମୀ ବିଗ୍ନେଶ ଶିବନ ରିଲିଫ ପା

ଭୂସ୍ଖଳନ ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଅଲ୍ଲୁ ଅର୍ଜୁନ୍, ଦାନ କଲେ ୨୫ ଲକ୍ଷ ଟଙ୍କା

ମୁମ୍ଵାଇ ୦୫।୦୮; କେରଳର ୱାୟନାଡରେ ଭୂସ୍ଖଳନ ଘଟିଛି। ପ୍ରକୃତିର ବିପର୍ଯ୍ୟୟ ନଷ୍ଟ ହେତୁ ଏପର୍ଯ୍ୟନ୍ତ ୩୦୮ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଶହ ଶହ ଲୋକ ନିଖୋଜ ଅଛନ୍ତି। ଏହାରି ମଧ୍ୟରେ ଦକ୍ଷିଣ ତାରକା ନୟନ୍ତରା, ତାଙ୍କ ସ୍ୱାମୀ ବିଗ୍ନେଶ ଶିବନ, ମୋହନଲାଲ ରିଲିଫ ପାଣ୍ଠିକୁ ଲକ୍ଷ ଲକ୍ଷ ଟଙ୍କା ଦାନ କରିଥିଲେ। ବର୍ତ୍ତମାନ 'ପୁଷ୍ପା ୨' ଅଭିନେତା ଅଲୁ ଅର୍ଜୁନ ମଧ୍ୟ ଏକ ସାହାଯ୍ୟ ହାତ ବଢାଇଛନ୍ତି। ସେ ୨୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଜୁଲାଇ ୩୦ ରେ ଚୁରାଲମାଲା ଏବଂ ମୁନ୍ଦକ୍କାଇରେ ଭୂସ୍ଖଳନ ଘଟିଥିଲା। ପୀଡିତାଙ୍କ ପାଇଁ ଅଭିନେତା ମଧ୍ୟ ପ୍ରାର୍ଥନା କରିଛନ୍ତି।

ଅଲୁ ଅର୍ଜୁନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଭୂସ୍ଖଳନ ଘଟଣାରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, 'ୱାୟନାଡରେ ହୋଇଥିବା ଭୂସ୍ଖଳନ ଯୋଗୁଁ ମୁଁ ଗଭୀର ଦୁଃଖିତ। କେରଳ ମୋତେ ସବୁବେଳେ ବହୁତ ଭଲପାଇବା ଦେଇଛି ଏବଂ ପୁନଃ ନିର୍ମାଣ ପାଇଁ କେରଳ CM ରିଲିଫ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରି ମୁଁ ପୁଣିଥରେ ସହଯୋଗ କରିବାକୁ ଚାହୁଁଛି । ତୁମର ସୁରକ୍ଷା ଏବଂ ଶକ୍ତି ପାଇଁ ପ୍ରାର୍ଥନା କରୁଛି । 

ଏହା ପୂର୍ବରୁ ସାଉଥ ଷ୍ଟାର ମୋହନଲାଲ ମଧ୍ୟ ୩ କୋଟି ଟଙ୍କା ସାହାଯ୍ୟ କରିଥିଲେ। ସେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସୋସିଆଲ ମିଡିଆରେ ଏହାର ଝଲକ ଦେଖାଇଥିଲେ। 'ଜବାନ୍' ଅଭିନେତ୍ରୀ ନୟନ୍ତରା ଏବଂ ତାଙ୍କ ସ୍ୱାମୀ ବିଗ୍ନେଶ ଶିବନ ରିଲିଫ ପାଣ୍ଠିକୁ ୨୦ଲକ୍ଷ ଟଙ୍କା ଦାନ କରିଥିଲେ। ୱାୟନାଡରେ ବର୍ତ୍ତମାନ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। । ଅନେକ ଲୋକ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି।