ଭେଙ୍କଟେଶଙ୍କ ଲଢୁଆ ଇନିଂସ, ମୁମ୍ୱାଇକୁ ୧୭୦ ରନ୍ର ଟାର୍ଗେଟ୍ ଦେଲା କେକେଆର୍
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ରେ ଶୁକ୍ରବାର ୫୧ତମ ଲିଗ୍ ମୁକାବିଲା ଖେଳାଯାଉଛି । ଓ୍ବାଙ୍ଖଡେରେ ଘରୋଇ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଲଢ଼େଇ ଚାଲିଛି । ମୁମ୍ୱାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭ୍ରମଣକାରୀ ଟିମ କୋ୍ଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ ୧୯.୫ ଓଭରରେ ସମସ୍ତ ୧୦ ୱିକେଟ୍ ହରାଇ ୧୬୯ ରନ୍ କରିଛି ।ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିବା କେକେଆର୍ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା । ଦଳ ପାୱର ପ୍ଲେ ଭିତରେ ହିଁ ୪ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହାଇଥିଲା । ୬.୧ ଓଭର ସୁଦ୍ଧା ଟିମ୍ ୫୭ ରନରେ ପାଞ୍ଚ ୱିକେଟ୍ ହରାଇଥିଲା । ଏହାପରେ ଭେଙ୍କଟେଶ ଆୟର ଏବଂ ମନୀଷ ପାଣ୍ଡେ ଟିମର ବ୍ୟାଟିଂ ଭାର ସମ୍ଭାଳିଥିଲେ । ଦୁହିଁଙ୍କ ମଧ୍ୟରେ ୮୩ ରନର ପାର୍ଟନରଶିପ ହୋଇଥିଲା । ଭେଙ୍କଟେଶ ୭୦ ରନ୍ କରି ବୁମରାଙ୍କ ଦ୍ୱାରା ବୋଲ୍ଡ ଆଉଟ୍ ହୋଇଥିଲେ । ସେହିପରି ମନୀଷ ପାଣ୍ଡେ ୪୨ ରନ୍ କରି କ୍ୟାଚ୍ ଆଉଟ୍ ହୋଇ ପାଭେଲିୟନ ଫେରିଥିଲେ ।ମୁମ୍ୱାଇ ପାଇଁ ଏନ୍.ତୁସାରା ଏବଂ ବୁରମା କମାଲ୍ ବୋଲିଂ କରିଥିଲେ । ତୁସାରା ୪ ଓଭରରେ ୪୨ ରନ୍ ଦେଇ ତିନି ୱିକେଟ୍ ନେଇଥିବା ବେଳେ ବୁମରା ୩.୫ ଓଭରରେ ୧୮ ରନ୍ ଦେଇ ୩ ୱିକେଟ୍ ନେଇଥିଲେ । କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ୱିକେ
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ରେ ଶୁକ୍ରବାର ୫୧ତମ ଲିଗ୍ ମୁକାବିଲା ଖେଳାଯାଉଛି । ଓ୍ବାଙ୍ଖଡେରେ ଘରୋଇ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଲଢ଼େଇ ଚାଲିଛି । ମୁମ୍ୱାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭ୍ରମଣକାରୀ ଟିମ କୋ୍ଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ ୧୯.୫ ଓଭରରେ ସମସ୍ତ ୧୦ ୱିକେଟ୍ ହରାଇ ୧୬୯ ରନ୍ କରିଛି ।
ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିବା କେକେଆର୍ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା । ଦଳ ପାୱର ପ୍ଲେ ଭିତରେ ହିଁ ୪ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହାଇଥିଲା । ୬.୧ ଓଭର ସୁଦ୍ଧା ଟିମ୍ ୫୭ ରନରେ ପାଞ୍ଚ ୱିକେଟ୍ ହରାଇଥିଲା । ଏହାପରେ ଭେଙ୍କଟେଶ ଆୟର ଏବଂ ମନୀଷ ପାଣ୍ଡେ ଟିମର ବ୍ୟାଟିଂ ଭାର ସମ୍ଭାଳିଥିଲେ । ଦୁହିଁଙ୍କ ମଧ୍ୟରେ ୮୩ ରନର ପାର୍ଟନରଶିପ ହୋଇଥିଲା । ଭେଙ୍କଟେଶ ୭୦ ରନ୍ କରି ବୁମରାଙ୍କ ଦ୍ୱାରା ବୋଲ୍ଡ ଆଉଟ୍ ହୋଇଥିଲେ । ସେହିପରି ମନୀଷ ପାଣ୍ଡେ ୪୨ ରନ୍ କରି କ୍ୟାଚ୍ ଆଉଟ୍ ହୋଇ ପାଭେଲିୟନ ଫେରିଥିଲେ ।
ମୁମ୍ୱାଇ ପାଇଁ ଏନ୍.ତୁସାରା ଏବଂ ବୁରମା କମାଲ୍ ବୋଲିଂ କରିଥିଲେ । ତୁସାରା ୪ ଓଭରରେ ୪୨ ରନ୍ ଦେଇ ତିନି ୱିକେଟ୍ ନେଇଥିବା ବେଳେ ବୁମରା ୩.୫ ଓଭରରେ ୧୮ ରନ୍ ଦେଇ ୩ ୱିକେଟ୍ ନେଇଥିଲେ । କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ୱିକେଟ୍ ନେଇଛନ୍ତି ।