ରାହୁଲ ଗାନ୍ଧିଙ୍କ ଘୋଷଣା, କହିଲେ- ଭୂ-ସ୍ଖଳନ ପ୍ରଭାବିତ ୱାୟନାଡରେ କଂଗ୍ରେସ ନିର୍ମାଣ କରିବ ୧୦୦ରୁ ଅଧିକ ଘର

ୱାୟନାଡ : କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କେରଳର ୱାୟନାଡରେ ହୋଇଥିବା ଭୂ-ସ୍ଖଳନକୁ ଭୟାନକ ବିପର୍ଯ୍ୟୟ କହିବା ସହିତ ରାଜ୍ୟର କୌଣସି ଠାରେ ଏତେବଡ଼ ଘଟଣା ଏପର୍ଯ୍ୟନ୍ତ ଦେଖି ନାହିଁ ବୋଲି କହିଛନ୍ତି।  ଏଣୁ ଏହି ଘଟଣାର ଅଲଗା ପ୍ରକାର ସମାଧାନ ବାହାର କରିବା ପାଇଁ ସେ ଦାବି କରିଛନ୍ତି। କଂଗ୍ରେସ ସାଂସଦ କହିଛନ୍ତି ଯେ ସେ ଏହି ଘଟଣାକୁ ଦିଲ୍ଲୀରେ ଓ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନଙ୍କ ସାମ୍ନାରେ ବି ଉଠାଇବେ, କାରଣ ଏହା ବିପର୍ଯ୍ୟୟର ଏକ ଅଲଗା ସ୍ତର ଓ ଏହାର ଅଲଗା ସମାଧାନ ବାହାର କରାଯିବା ଦରକାର। ସେ କହିଛନ୍ତି ଯେ ବର୍ତ୍ତମାନ ଶବ ଓ ଜୀବିତ ବଞ୍ଚିଥିବା ଲୋକଙ୍କୁ ଖୋଜିବା ଉପରେ ଧ୍ୟାନ ଦିଆଯାଉଛି ଏହା ସହିତ ଏ କଥା ମଧ୍ୟ ସୁନିଶ୍ଚିତ କରାଯାଉଛି ଯେ ଯେଉଁମାନେ ଶିବିରମାନଙ୍କରେ ରହୁଛନ୍ତି ସେମାନେ ଯେପରି ଆରାମରେ ରହନ୍ତି। କଂଗ୍ରେସ ସାଂସଦ କହିଛନ୍ତି ଯେ ଥଇଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ବଞ୍ଚିଥିବା ଅନେକ ଲୋକେ କହିଛନ୍ତି ଯେ ସେମାନେ ଆଉ ଥରେ ପ୍ରଭାବିତ କ୍ଷେତ୍ରକୁ ଯିବେ ନାହିଁ। ଏଣୁ ରାହୁଲ କହିଛନ୍ତି ଯେ ମୋତେ ଲାଗୁଛି ସେମାନଙ୍କ ପୁନର୍ବାସ ଏପରି ସ୍ଥାନରେ ହେବା ଦରକାର ଯେଉଁଠି ସେମାନେ ସୁରକ୍ଷିତ ରହିପାରିବେ। ସେମାନଙ୍କୁ ପୁଣି ଥରେ ସେହି ସ୍ଥାନକୁ ଜୋର ଜବରଦସ୍ତ ପଠା ଯାଇପାରିବନି। ରାହୁଲ କହିଛନ୍ତି ଯେ ଏହି ପ୍ରସଙ୍ଗ ଆମେ କେରଳ ସରକାରଙ୍କ ନିକଟରେ ମଧ୍ୟ ଉଠାଇଛୁ। ସେ ଏହା

ରାହୁଲ ଗାନ୍ଧିଙ୍କ ଘୋଷଣା, କହିଲେ- ଭୂ-ସ୍ଖଳନ ପ୍ରଭାବିତ ୱାୟନାଡରେ କଂଗ୍ରେସ ନିର୍ମାଣ କରିବ ୧୦୦ରୁ ଅଧିକ ଘର

ୱାୟନାଡ : କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କେରଳର ୱାୟନାଡରେ ହୋଇଥିବା ଭୂ-ସ୍ଖଳନକୁ ଭୟାନକ ବିପର୍ଯ୍ୟୟ କହିବା ସହିତ ରାଜ୍ୟର କୌଣସି ଠାରେ ଏତେବଡ଼ ଘଟଣା ଏପର୍ଯ୍ୟନ୍ତ ଦେଖି ନାହିଁ ବୋଲି କହିଛନ୍ତି।  ଏଣୁ ଏହି ଘଟଣାର ଅଲଗା ପ୍ରକାର ସମାଧାନ ବାହାର କରିବା ପାଇଁ ସେ ଦାବି କରିଛନ୍ତି। କଂଗ୍ରେସ ସାଂସଦ କହିଛନ୍ତି ଯେ ସେ ଏହି ଘଟଣାକୁ ଦିଲ୍ଲୀରେ ଓ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନଙ୍କ ସାମ୍ନାରେ ବି ଉଠାଇବେ, କାରଣ ଏହା ବିପର୍ଯ୍ୟୟର ଏକ ଅଲଗା ସ୍ତର ଓ ଏହାର ଅଲଗା ସମାଧାନ ବାହାର କରାଯିବା ଦରକାର। 

ସେ କହିଛନ୍ତି ଯେ ବର୍ତ୍ତମାନ ଶବ ଓ ଜୀବିତ ବଞ୍ଚିଥିବା ଲୋକଙ୍କୁ ଖୋଜିବା ଉପରେ ଧ୍ୟାନ ଦିଆଯାଉଛି ଏହା ସହିତ ଏ କଥା ମଧ୍ୟ ସୁନିଶ୍ଚିତ କରାଯାଉଛି ଯେ ଯେଉଁମାନେ ଶିବିରମାନଙ୍କରେ ରହୁଛନ୍ତି ସେମାନେ ଯେପରି ଆରାମରେ ରହନ୍ତି। କଂଗ୍ରେସ ସାଂସଦ କହିଛନ୍ତି ଯେ ଥଇଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ବଞ୍ଚିଥିବା ଅନେକ ଲୋକେ କହିଛନ୍ତି ଯେ ସେମାନେ ଆଉ ଥରେ ପ୍ରଭାବିତ କ୍ଷେତ୍ରକୁ ଯିବେ ନାହିଁ। ଏଣୁ ରାହୁଲ କହିଛନ୍ତି ଯେ ମୋତେ ଲାଗୁଛି ସେମାନଙ୍କ ପୁନର୍ବାସ ଏପରି ସ୍ଥାନରେ ହେବା ଦରକାର ଯେଉଁଠି ସେମାନେ ସୁରକ୍ଷିତ ରହିପାରିବେ। ସେମାନଙ୍କୁ ପୁଣି ଥରେ ସେହି ସ୍ଥାନକୁ ଜୋର ଜବରଦସ୍ତ ପଠା ଯାଇପାରିବନି। 

ରାହୁଲ କହିଛନ୍ତି ଯେ ଏହି ପ୍ରସଙ୍ଗ ଆମେ କେରଳ ସରକାରଙ୍କ ନିକଟରେ ମଧ୍ୟ ଉଠାଇଛୁ। ସେ ଏହା ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ କଂଗ୍ରେସ ପାର୍ଟି ୱାୟନାଡରେ ୧୦୦ରୁ ଅଧିକ ଘର ନିର୍ମାଣ କରିବ। ରାହୁଲ ଗାନ୍ଧି ୱାୟନାଡ ଗସ୍ତ କାଳରେ ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତ ଅଧିକାରୀମାନଙ୍କ ସହିତ ବୈଠକ ପରେ ଗଣମାଧ୍ୟମକୁ ଏହା କହିଛନ୍ତି। ଗଣମାଧ୍ୟମ ସହ ରାହୁଲଙ୍କ ଏହି ସାକ୍ଷାତ ଆଲୋଚନା କାଳରେ ସେଠାରେ ଏଆଇସିସି ସଧାରଣ ସମ୍ପାଦିକା ପ୍ରିୟଙ୍କା ଭଦ୍ରା ଗାନ୍ଧିଙ୍କ ସମେତ ଅନ୍ୟ କଂଗ୍ରେସ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ।