ଭୋଟ ମହାପର୍ବ:୨୦୧୯ ତୁଳନାରେ ଦୁଇଗୁଣା ହେବ ଖର୍ଚ୍ଚ, ଦୌଡିବ ବଜାର ଅର୍ଥନୀତି

ଭୁବନେଶ୍ୱର,୧୧/୦୪: ହଜାର  ହଜାର କର୍ମୀଙ୍କ ଦୈନିକ ଖର୍ଚ୍ଚ, ମଟନ୍‌ ଭୋଜି, ମଦ, ଗାଁ ଗାଁରେ ବିଭିନ୍ନ ଗୋଷ୍ଠୀକୁ ଚାନ୍ଦା, ବୁଥ  ଖର୍ଚ୍ଚ, ଟେଣ୍ଟ ହାଉସ, ଗଣମାଧ୍ୟମ ଓ ସାମାଜିକ  ଗଣମାଧ୍ୟମରେ ପ୍ରଚାର, ଆହୁରି ଅନେକ  ଅଦୃଶ୍ୟ ଖର୍ଚ୍ଚ........ ଉଡ଼ିଲାଣି ନିର୍ବାଚନୀ ଟଙ୍କା । ଭୋଟ ଦିନ ଯେତିକି ପାଖେଇବ ସେତିକି ଆଖିବୁଜା ଖର୍ଚ୍ଚ ଚାଲିବ । ଦଳୀୟ ପାଣ୍ଠି, ପ୍ରାର୍ଥୀ ଓ ସେମାନଙ୍କ  ଶୁଭେଚ୍ଛୁଙ୍କ ଟଙ୍କା ଚଳଚଞ୍ଚଳ କରିଦେବ  ଅର୍ଥନୀତିର ଅନେକ କ୍ଷେତ୍ରକୁ । କଳା ଟଙ୍କା  ଧଳା ହୋଇଯିବ । ଭୋଟ ଚବିଶ ପାଇଁ ଦଳୀୟ ଟ୍ରେଜେରୀ  ଚାବି ଖୋଲିଲାଣି । ଏଥର ଭୋଟ୍‌ ବଜେଟ୍‌ ଧରିଛି  ଆକାଶଛୁଆଁ । ସହରରୁ ଗାଁ ସବୁଠି ଚାହିଦାରେ  ରହିବ ‘ଗାନ୍ଧି ମୁଣ୍ଡ’ ।  ଆକଳନ କହୁଛି, ଏଥର ଓଡ଼ିଶା ଭୋଟ  ବଜାରରେ ୨ ହଜାର କୋଟିରୁ ଅଧିକ ଟଙ୍କା  ଉଡ଼ିବ । ସିଂହ ଭାଗ ଖର୍ଚ୍ଚ କରିବେ ବିଜେଡି  ଓ ବିଜେପି । ଦୁଇ ଦଳ କର ବା ମର ଯୁଦ୍ଧରେ  ଓହ୍ଲାଇଛନ୍ତି । ଅଧିକାଂଶ ନିର୍ବାଚନ କ୍ଷେତ୍ରରେ  ଚାଲିଛି ସମ୍ମାନର ଲଢ଼େଇ । ଏଣୁ କେହି କାହାଠୁ  ପଛରେ ପଡ଼ିବେନି ଖର୍ଚ୍ଚରେ ।  ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ  କରିବାକୁ ନିର୍ବାଚନ କମିଶନ ପ୍ରାର୍ଥୀଙ୍କ ଖର୍ଚ୍ଚର  ସୀମାରେ ଲକ୍ଷ୍ମଣରେଖା ଟାଣିଛନ୍ତି । କମିଶନଙ୍କ  ଧାର୍ଯ୍ୟ ସିଲିଂ ଅନୁସାରେ ଜଣେ ସାଂସଦ ପ୍ରାର୍ଥୀ  ସର୍ବାଧିକ ୯୫ ଲକ୍ଷ ଏବଂ ବିଧାୟକ ପ୍ରାର୍ଥୀ ୪୦  ଲକ୍ଷ ଖର୍ଚ୍ଚ କରିପାରିବେ ।  କମିଶନଙ

ଭୋଟ ମହାପର୍ବ:୨୦୧୯ ତୁଳନାରେ ଦୁଇଗୁଣା ହେବ ଖର୍ଚ୍ଚ, ଦୌଡିବ ବଜାର ଅର୍ଥନୀତି

ଭୁବନେଶ୍ୱର,୧୧/୦୪: ହଜାର  ହଜାର କର୍ମୀଙ୍କ ଦୈନିକ ଖର୍ଚ୍ଚ, ମଟନ୍‌ ଭୋଜି, ମଦ, ଗାଁ ଗାଁରେ ବିଭିନ୍ନ ଗୋଷ୍ଠୀକୁ ଚାନ୍ଦା, ବୁଥ  ଖର୍ଚ୍ଚ, ଟେଣ୍ଟ ହାଉସ, ଗଣମାଧ୍ୟମ ଓ ସାମାଜିକ  ଗଣମାଧ୍ୟମରେ ପ୍ରଚାର, ଆହୁରି ଅନେକ  ଅଦୃଶ୍ୟ ଖର୍ଚ୍ଚ........ ଉଡ଼ିଲାଣି ନିର୍ବାଚନୀ ଟଙ୍କା । ଭୋଟ ଦିନ ଯେତିକି ପାଖେଇବ ସେତିକି ଆଖିବୁଜା ଖର୍ଚ୍ଚ ଚାଲିବ । 

ଦଳୀୟ ପାଣ୍ଠି, ପ୍ରାର୍ଥୀ ଓ ସେମାନଙ୍କ  ଶୁଭେଚ୍ଛୁଙ୍କ ଟଙ୍କା ଚଳଚଞ୍ଚଳ କରିଦେବ  ଅର୍ଥନୀତିର ଅନେକ କ୍ଷେତ୍ରକୁ । କଳା ଟଙ୍କା  ଧଳା ହୋଇଯିବ । ଭୋଟ ଚବିଶ ପାଇଁ ଦଳୀୟ ଟ୍ରେଜେରୀ  ଚାବି ଖୋଲିଲାଣି । ଏଥର ଭୋଟ୍‌ ବଜେଟ୍‌ ଧରିଛି  ଆକାଶଛୁଆଁ । ସହରରୁ ଗାଁ ସବୁଠି ଚାହିଦାରେ  ରହିବ ‘ଗାନ୍ଧି ମୁଣ୍ଡ’ ।  

ଆକଳନ କହୁଛି, ଏଥର ଓଡ଼ିଶା ଭୋଟ  ବଜାରରେ ୨ ହଜାର କୋଟିରୁ ଅଧିକ ଟଙ୍କା  ଉଡ଼ିବ । ସିଂହ ଭାଗ ଖର୍ଚ୍ଚ କରିବେ ବିଜେଡି  ଓ ବିଜେପି । ଦୁଇ ଦଳ କର ବା ମର ଯୁଦ୍ଧରେ  ଓହ୍ଲାଇଛନ୍ତି । ଅଧିକାଂଶ ନିର୍ବାଚନ କ୍ଷେତ୍ରରେ  ଚାଲିଛି ସମ୍ମାନର ଲଢ଼େଇ । ଏଣୁ କେହି କାହାଠୁ  ପଛରେ ପଡ଼ିବେନି ଖର୍ଚ୍ଚରେ ।  

ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ  କରିବାକୁ ନିର୍ବାଚନ କମିଶନ ପ୍ରାର୍ଥୀଙ୍କ ଖର୍ଚ୍ଚର  ସୀମାରେ ଲକ୍ଷ୍ମଣରେଖା ଟାଣିଛନ୍ତି । କମିଶନଙ୍କ  ଧାର୍ଯ୍ୟ ସିଲିଂ ଅନୁସାରେ ଜଣେ ସାଂସଦ ପ୍ରାର୍ଥୀ  ସର୍ବାଧିକ ୯୫ ଲକ୍ଷ ଏବଂ ବିଧାୟକ ପ୍ରାର୍ଥୀ ୪୦  ଲକ୍ଷ ଖର୍ଚ୍ଚ କରିପାରିବେ ।  କମିଶନଙ୍କ ଏ ଲଗାମର ବେକମୋଡ଼ି  ପ୍ରାର୍ଥୀମାନେ ୫ରୁ ୧୦ ଗୁଣ ଅଧିକ ଟଙ୍କା  ନିର୍ବାଚନରେ ନିବେଶ କରିବେ । 

ସିଲିଂକୁ  ହିସାବକୁ ନେଲେ ରାଜ୍ୟର ୧୪୭ ବିଧାନସଭା  ଓ ୨୧ ଲୋକସଭା ସିଟରେ ବିଜେଡି, ବିଜେପି  ଓ କଂଗ୍ରେସର ସବୁ ପ୍ରାର୍ଥୀଙ୍କ ଖର୍ଚ୍ଚ ୨୩୬.୨୫  କୋଟି ଭିତରେ ରହିବା କଥା । ମାତ୍ର ଅଦୃଶ୍ୟ  ଓ ଗଳାବାଟରେ ରାଜନୈତିକ ଦଳର ଖର୍ଚ୍ଚ ୮ରୁ  ୧୦ ଗୁଣା ବଢ଼ିବ ବୋଲି ଅନୁମାନ ।ଦଳୀୟ ସୂତ୍ର କହୁଛି, ବିଜେଡି ଏଥର ନିର୍ବାଚନରେ ସର୍ବାଧିକ  ଟଙ୍କା ଖର୍ଚ୍ଚ କରିବାକୁ ଅଣ୍ଟା ଭିଡ଼ିଛି । 

କ୍ରମାଗତ ନବୀନଙ୍କୁ  ୬ଷ୍ଠ ପାଳି ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଦଳ ଖର୍ଚ୍ଚକୁ  ପୂରା ସାହାଣମେଲା କରିବ । ଦଳ ନିର୍ବାଚନ ବଣ୍ଡ୍‌ ଜରିଆରେ  ଆଖିଦୃଶିଆ ୯୦୦ କୋଟି ଟଙ୍କାର ଚାନ୍ଦା ଉଠାଇଛି ।  ଚଳିତ ନିର୍ବାଚନ ପାଇଁ ଦଳ ପ୍ରାୟ ଅତି କମ୍‌ରେ ୧ ହଜାର  କୋଟି ଟଙ୍କାର ବଜେଟ୍‌ କରିଥିବା କୁହାଯାଉଛି । 

ସମସ୍ତ ବିଧାୟକ  ପ୍ରାର୍ଥୀଙ୍କୁ ଦଳ ପକ୍ଷରୁ ଜଣପିଛା ୫ କୋଟିର ଭୋଟ ଖର୍ଚ୍ଚ  ମିଳିବ । ସାଂସଦ ପ୍ରାର୍ଥୀ ପାଇବେ ୭ କୋଟି । ଯେଉଁଠି ଦରକାର  ପଡ଼ିବ ଦଳ ‘ପାୱାର ପ୍ଳସ’ ଦେବ । ଡିଜିଟାଲ କ୍ୟାମ୍ପେନ,  ନବୀନଙ୍କ ସମାବେଶ, ରୋଡ୍‌ ସୋ, ବାଇକ ରାଲିରୁ ବୁଥ୍‌ ଖର୍ଚ୍ଚ  ଯାଏ କୌଣସିଥରେ ଦଳ କଞ୍ଜୁସ୍‌ ହେବନି । 

ଏଥର ବିଜେପି  ସହ ଦମଦାର ଲଢ଼େଇ ଲଢ଼ିବାକୁ ଶଙ୍ଖ ଦଳ ଆଖିବୁଜା ଖର୍ଚ୍ଚ  କରିବ । ବିଜେପି ବି ମଇଦାନରେ ଭୋଟ ଭିଡ଼ିବାକୁ ସିନ୍ଦୁକ  ଖୋଲା ରଖିବ । ଜାତୀୟ ଦଳ ଭାବେ ନିର୍ବାଚନୀ ବଣ୍ଡ୍‌ରୁ ଦଳ  ଆକାଉଣ୍ଟକୁ ଆସିଛି ୮ ହଜାର ୭୦୦ କୋଟି । ଦଳ ଏହି  ଚାନ୍ଦାର ପୂର୍ଣ୍ଣ ବିନିଯୋଗ କରିବ । 

ଅବିଶ୍ୱସନୀୟ ଭାବେ ଦଳ ପ୍ରତି ଏମପି  ପ୍ରାର୍ଥୀଙ୍କୁ ୧୫ କୋଟି ଦେବ । ଏହି ବିଗ୍‌ ବଜେଟ୍‌ ବିନିଯୋଗରେ  ଦଳ ରାଜ୍ୟରୁ ଅଧିକାଂଶ ଲୋକସଭା ଆସନ ପୋଛିନେବାକୁ  ପ୍ଲାନ କରିଛି । ମୋଦି, ଶାହଙ୍କ ଜନ ସମାବେଶ ସହ ଡିଜିଟାଲ  କ୍ୟାମ୍ପେନିଂ, ବ୍ୟାନର, ପୋଷ୍ଟର, ରୋଡ ସୋ ଓ ବୁଥ୍‌ ଖର୍ଚ୍ଚରେ  ଦଳ ସାମାନ୍ୟତମ ବୁଝାମଣା କରିବ ନାହିଁ । ପାଣ୍ଠି ଅଭାବ ସତ୍ତ୍ୱେ କଂଗ୍ରେସ ପ୍ରାୟ ୧୫୦ କୋଟିର  ଭୋଟ ବଜେଟ କରିଥିବା ଆଲୋଚନା ହେଉଛି । 

ବିଧାୟକ  ପ୍ରାର୍ଥୀମାନଙ୍କୁ ୫୦ ଲକ୍ଷ ଏବଂ ସାଂସଦ ପ୍ରାର୍ଥୀଙ୍କୁ ୧ କୋଟିରୁ  ୧. ୨୦ ଲକ୍ଷର ପାଣ୍ଠି ଯୋଗାଇଦେବାକୁ ଦଳ ନିଷ୍ପତ୍ତି ନେଇଛି । ଦଳ ପକ୍ଷରୁ ଇତିମଧ୍ୟରେ ଭୋଟ ବିଜ୍ଞାପନ ଜାରି ହେଲାଣି ।  ଆଗକୁ ଦଳ ଷ୍ଟାର ପ୍ରଚାରକ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧିଙ୍କୁ  ଆଣି ବଡ଼ ସମାବେଶ କରିବାର ବ୍ଳୁପ୍ରିଣ୍ଟ ପ୍ରସ୍ତୁତ କରିଛି । ଦଳ ଏ ବାବଦକୁ ମଧ୍ୟ ବିଗ୍‌ ବଜେଟ ରଖିଛି । ବଜାରକୁ ଧସେଇ ପଶିଲାଣି କିଛି ନିର୍ବାଚନ ପାଣ୍ଠି।  

ଅର୍ଥନୀତିର ଗ୍ରାଫ୍‌ ଏବେ ଉପରମୁହାଁ । ପେସାଦାରମାନେ  ଅର୍ଡର ଧରିଲେଣି । ନିର୍ବାଚନ ପାଇଁ ଆରମ୍ଭ କଲେଣି କାମ । ଅର୍ଥନୀତି ବିଶାରଦଙ୍କ ଆକଳନ, ଓଡ଼ିଶା ଭୋଟ ବଜାରରେ  ଉଡ଼ିବ ପ୍ରାୟ ୨ ହଜାର କୋଟି ଟଙ୍କା । ବଜାର ଅର୍ଥନୀତିକୁ  ଏହା ଆଗକୁ ଠେଲିବ । ବିଭିନ୍ନ ବର୍ଗର ପେସାଦାର ଓ ସ୍ଥଳ  ବିଶେଷରେ ଭୋଟରଙ୍କ ପକେଟକୁ ପଶିବ ଭୋଟ ଟଙ୍କା ।  ଭୋଟ ବଜାରରୁ ବେଶ୍‌ ଫାଇଦା ଉଠାଇବେ ପରିବହନ  ସଂସ୍ଥା, ଗଣମାଧ୍ୟମ, ଆଡ୍‌ ଏଜେନ୍ସି, ଫ୍ଲେକ୍ସ ଓ ପ୍ରିଣ୍ଟିଂ ୟୁନିଟ୍‌ ।  ଇଭେଣ୍ଟ ସଂସ୍ଥା ମଧ୍ୟ ଭରପୁର କାମର ଅର୍ଡର ଧରିଛନ୍ତି ।