ଭୋଟର ତାଲିକାରେ ନାଁ ନାହିଁ, ବୁଥ୍‌ରେ ଶୋଇ ପ୍ରତିବାଦ କଲେ ରାମଚନ୍ଦ୍ର

ପୁରୀ, ୨୫।୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ଭୋଟ ଗ୍ରହଣ କରାଯାଉଛି। ହେଲେ କିଛି ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଏବଂ ଭୋଟର ତାଲିକାରେ ନାଁ ନ ଥିବା ଭଳି ସ୍ଥିତି ଦେଖିବାକୁ ମିଳୁଛି। ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହି କ୍ରମରେ ପୁରୀ ଜିଲା ଭୋଳାନାଥ ବିଦ୍ୟାପୀଠ ୫୬ନଂ ପୋଲିଂ ବୁଥ୍‌ରେ ଜଣେ ବ୍ୟକ୍ତି ମତଦାନ ଅଧିକାରରୁ ବଞ୍ଚିତ ହେବାରୁ ନିଆରା ପ୍ରତିବାଦ କରିଛନ୍ତି। ସେ ହେଲେ ରାମଚନ୍ଦ୍ର ଦାଶ। […] The post ଭୋଟର ତାଲିକାରେ ନାଁ ନାହିଁ, ବୁଥ୍‌ରେ ଶୋଇ ପ୍ରତିବାଦ କଲେ ରାମଚନ୍ଦ୍ର appeared first on Dharitri Odia News.

ଭୋଟର ତାଲିକାରେ ନାଁ ନାହିଁ, ବୁଥ୍‌ରେ ଶୋଇ ପ୍ରତିବାଦ କଲେ ରାମଚନ୍ଦ୍ର

ପୁରୀ, ୨୫।୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ଭୋଟ ଗ୍ରହଣ କରାଯାଉଛି। ହେଲେ କିଛି ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଏବଂ ଭୋଟର ତାଲିକାରେ ନାଁ ନ ଥିବା ଭଳି ସ୍ଥିତି ଦେଖିବାକୁ ମିଳୁଛି। ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହି କ୍ରମରେ ପୁରୀ ଜିଲା ଭୋଳାନାଥ ବିଦ୍ୟାପୀଠ ୫୬ନଂ ପୋଲିଂ ବୁଥ୍‌ରେ ଜଣେ ବ୍ୟକ୍ତି ମତଦାନ ଅଧିକାରରୁ ବଞ୍ଚିତ ହେବାରୁ ନିଆରା ପ୍ରତିବାଦ କରିଛନ୍ତି। ସେ ହେଲେ ରାମଚନ୍ଦ୍ର ଦାଶ।

ବର୍ଷ ବର୍ଷ ଧରି ରାମଚନ୍ଦ୍ର ଭୋଟ୍‌ ଦେଇ ଆସୁଥିଲେ ହେଁ ଏଥର ତାହା କରିପାରିନାହାନ୍ତି। କାରଣ ଭୋଟର ତାଲିକାରେ ତାଙ୍କ ନାଁ ନାହିଁ। ଏଭଳି ସ୍ଥିତିରେ ସେ ବୁଥ୍‌ ଭିତରେ ଶୋଇ ନିଆରା ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି। ଏଭଳି କରି ସେ ନ୍ୟାୟ ପାଇଁ ଦାବି କରିଛନ୍ତି। ଏହାଦେଖି ପୋଲିଂ କେନ୍ଦ୍ରରେ ଥିବା ଅଧିକାରୀମାନେ ତାଙ୍କୁ ବୁଝାସୁଝା କରିଥିଲେ ହେଁ ସେ ନିଜ ଜିଦ୍‌ରେ ଅଟଳ ରହିଥିଲେ, ଭୋଟ ନଦେବା ଯାଏ ସେଠାରୁ ଯିବେ ନାହିଁ ବୋଲି କହିଥିବା ସୂଚନା ମିଳିଛି।

The post ଭୋଟର ତାଲିକାରେ ନାଁ ନାହିଁ, ବୁଥ୍‌ରେ ଶୋଇ ପ୍ରତିବାଦ କଲେ ରାମଚନ୍ଦ୍ର appeared first on Dharitri Odia News.