ଭୋଟରଙ୍କୁ ଧନ୍ୟବାଦ ଦେଇ ଗଣତନ୍ତ୍ର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲେ ଦୂର୍ଗା ପାଢୀ
ସମ୍ବଲପୁର:ସବୁ ଭୋଟରଙ୍କୁ କୃତଜ୍ଞତା ଓ ଧନ୍ୟବାଦ୍ ଜଣାଇଲେ ସମ୍ବଲପୁର ବିଧାନସଭାର କଂଗ୍ରେସ ପ୍ରାର୍ଥୀ ଦୂର୍ଗା ପାଢୀ।ବିଜେପି ଓ ବିଜେଡ଼ି ବିଧାୟକ ପ୍ରାର୍ଥୀ ନୋଟ ବାଣ୍ଟି ଭୋଟ ପାଇବା ପ୍ରୟାସକୁ ଘୋର ନିନ୍ଦା କଲେ।ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଅନେକ ପ୍ରମାଣ ସହିତ ଭିଡ଼ିଓ ବି ସେୟାର କରି ଗଣତନ୍ତ୍ର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲେ। ନିଜ କାମ ବଦଳରେ ଭୋଟ ନ ମାଗି ନୋଟ ଫର ଭୋଟ ମାଗିବା ଅତ୍ୟନ୍ତ ନିନ୍ଦନୀୟ କାମ ବୋଲି ଶ୍ରୀ ପାଢୀ […] The post ଭୋଟରଙ୍କୁ ଧନ୍ୟବାଦ ଦେଇ ଗଣତନ୍ତ୍ର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲେ ଦୂର୍ଗା ପାଢୀ appeared first on Odisha.News.

ସମ୍ବଲପୁର:ସବୁ ଭୋଟରଙ୍କୁ କୃତଜ୍ଞତା ଓ ଧନ୍ୟବାଦ୍ ଜଣାଇଲେ ସମ୍ବଲପୁର ବିଧାନସଭାର କଂଗ୍ରେସ ପ୍ରାର୍ଥୀ ଦୂର୍ଗା ପାଢୀ।ବିଜେପି ଓ ବିଜେଡ଼ି ବିଧାୟକ ପ୍ରାର୍ଥୀ ନୋଟ ବାଣ୍ଟି ଭୋଟ ପାଇବା ପ୍ରୟାସକୁ ଘୋର ନିନ୍ଦା କଲେ।ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଅନେକ ପ୍ରମାଣ ସହିତ ଭିଡ଼ିଓ ବି ସେୟାର କରି ଗଣତନ୍ତ୍ର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲେ। ନିଜ କାମ ବଦଳରେ ଭୋଟ ନ ମାଗି ନୋଟ ଫର ଭୋଟ ମାଗିବା ଅତ୍ୟନ୍ତ ନିନ୍ଦନୀୟ କାମ ବୋଲି ଶ୍ରୀ ପାଢୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।ସମ୍ବଲପୁର ନିର୍ବାଚନ ମଣ୍ଡଳୀକୁ କୋଟି କୋଟି ଟଙ୍କା ଲୁକାଇତ ରୂପେ କେମିତି ଆସିଲା ତାହା ତଦନ୍ତ ପାଇଁ ସେ ଦାବି କରିଥିଲେ। ନିରପେକ୍ଷ ନିର୍ବାଚନ ହେଲା ନାହିଁ।ନାନା ଅବ୍ୟବସ୍ଥାରେ ଭୋଟର ଭୋଟ ଦେଇଥିଲେ।ନିର୍ବାଚନ ଅଧିକାରୀ ଠିକ୍ ରୂପେ ନିର୍ବାଚନ ପରିଚାଳନା କରିପାରିଲେ ନାହିଁ। ଉଭୟ ଶାସକ ଦଳର ପ୍ରାର୍ଥୀଙ୍କୁ ସୁହାଇଲା ଭଳି କାମ କରିଛନ୍ତି ବୋଲି ଦୂର୍ଗା ପାଢୀ ଅଭିଯୋଗ କରିଛନ୍ତି।
The post ଭୋଟରଙ୍କୁ ଧନ୍ୟବାଦ ଦେଇ ଗଣତନ୍ତ୍ର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲେ ଦୂର୍ଗା ପାଢୀ appeared first on Odisha.News.