ଭୋଟରଙ୍କୁ ମନାଇବା ପାଇଁ ଚାଲିଛି ଜୋର୍ଦାର ପ୍ରୟାସ
ଦାରିଙ୍ଗବାଡ଼ି,୧୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦଳ ପକ୍ଷରୁ ଜୋରଦାର ନିର୍ବାଚନ ପ୍ରଚାର ଚାଲିଛି। ଆସନ୍ତା ୨୦ରେ ସାଧାରଣ ନିର୍ବାଚନ ପାଇଁ ଭୋଟ ସଂଗ୍ରହ ହେବାକୁ ରହିଥିବା ବେଳେ ଉକ୍ତ ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ଲଢ଼େଇ ହେବାର ଦେଖିବାକୁ ମିଳିଛି। ଭାଜପା ସମେତ କଂଗ୍ରେସ ଓ ବିଜେଡି ପକ୍ଷରୁ ଜୋରଦାର ପ୍ରଚାର କରାଯାଉଥିବା ବେଳେ ଏଏପି ମଧ୍ୟ ପ୍ରଚାର ଦୌଡ଼ରେ ରହିଛି। ସେହିପରି ଅନ୍ୟ ଦଳର ପ୍ରାର୍ଥୀଙ୍କ ପକ୍ଷରୁ ମଧ୍ୟ ପ୍ରଚାରକୁ […] The post ଭୋଟରଙ୍କୁ ମନାଇବା ପାଇଁ ଚାଲିଛି ଜୋର୍ଦାର ପ୍ରୟାସ appeared first on Dharitri Odia News.
ଦାରିଙ୍ଗବାଡ଼ି,୧୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦଳ ପକ୍ଷରୁ ଜୋରଦାର ନିର୍ବାଚନ ପ୍ରଚାର ଚାଲିଛି। ଆସନ୍ତା ୨୦ରେ ସାଧାରଣ ନିର୍ବାଚନ ପାଇଁ ଭୋଟ ସଂଗ୍ରହ ହେବାକୁ ରହିଥିବା ବେଳେ ଉକ୍ତ ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ଲଢ଼େଇ ହେବାର ଦେଖିବାକୁ ମିଳିଛି। ଭାଜପା ସମେତ କଂଗ୍ରେସ ଓ ବିଜେଡି ପକ୍ଷରୁ ଜୋରଦାର ପ୍ରଚାର କରାଯାଉଥିବା ବେଳେ ଏଏପି ମଧ୍ୟ ପ୍ରଚାର ଦୌଡ଼ରେ ରହିଛି। ସେହିପରି ଅନ୍ୟ ଦଳର ପ୍ରାର୍ଥୀଙ୍କ ପକ୍ଷରୁ ମଧ୍ୟ ପ୍ରଚାରକୁ ଜୋରଦାର କରାଯାଇଛି। ଏହି କ୍ରମରେ ବୁଧବାର ଉକ୍ତ ନିର୍ବାଚନ ମଣ୍ଡଳୀର ବିଜେଡି ପକ୍ଷରୁ ବିରାଟ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଯୋଗ ଦେଇଥିଲେ। ଶୋଭାଯାତ୍ରା ଦାରିଙ୍ଗବାଡ଼ିରୁ ବାହାରି ତାଜୁଙ୍ଗିଆ ପଞ୍ଚାୟତ ଶିକରମାହା ଗ୍ରାମ ଦେଇ କଲିଙ୍ଗି, ସରାମୁଳି ପଞ୍ଚାୟତ ଦେଇ ଗଦାପୁର, ବ୍ରାହ୍ମଣୀଗାଁ, ଝିଞ୍ଜିରିଗୁଡ଼ା ପଞ୍ଚାୟତ ହୋଇ କାଟିଙ୍ଗିଆ ପଞ୍ଚାୟତର ଦୁର୍ଗମ ଗ୍ରାମ ମିଞ୍ଜାପାଙ୍କାରେ ଶୋଭାଯାତ୍ରା ଶେଷ ହୋଇଥିଲା। ସବୁ ଗ୍ରାମରେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଶଙ୍ଖଚି଼ହ୍ନରେ ଭୋଟ୍ ଦେବାକୁ ନିବେଦନ କରିଥିଲେ। ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ତାଙ୍କ ଦଳରେ ଭୋଟ ଦେବାକୁ ସେ ନିବେଦନ କରିବା ସହ ଗୋଟିଏ ଏମ୍ପି ପ୍ରାର୍ଥୀ ଓ ଅନ୍ୟଟି ବିଧାୟକ ପ୍ରାର୍ଥୀ ସାଲୁଗାଙ୍କୁ ଭୋଟ୍ ଦେଇ ଜିତାଇବାକୁ ସେ ନିବେଦନ କରିଛନ୍ତି। ଏହି ଶୋଭାଯାତ୍ରାରେ ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ୧୦ ନଂ ଜୋନର ଜିଲାପରିଷଦ ସଦସ୍ୟ ରଞ୍ଜନ କୁମାର ପ୍ରଧାନଙ୍କ ସମେତ ହଜାର ହଜାର ସଂଖ୍ୟାରେ ସମର୍ଥକ ବାଇକ୍ ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
The post ଭୋଟରଙ୍କୁ ମନାଇବା ପାଇଁ ଚାଲିଛି ଜୋର୍ଦାର ପ୍ରୟାସ appeared first on Dharitri Odia News.