ଭୋଟ୍ ପୂର୍ବରୁ ବିଜେପି ବିଜୟୀ; ୧୦ ବିଧାନସଭା ଆସନରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ନୂଆଦିଲ୍ଲୀ: ଦେଶରେ ୭ଟି ପର୍ଯ୍ୟାୟରେ ସମସ୍ତ ଲୋକସଭା ଏବଂ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ । ଏପ୍ରିଲ୍ ୧୯ ତାରିଖରୁ ଜୁନ୍ ୧ ତାରିଖ ଯାଏଁ ଭୋଟ୍ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟ ଭୋଟିଂ ଆସନ୍ତା ଏପ୍ରିଲ୍ ୧୯ତାରଖରୁ ଆରମ୍ଭ ହେଉଛି । ପ୍ରଥମ ପର୍ଯ୍ୟାୟ ଲାଗି ନାମାଙ୍କନ ଶେଷ ହେବା ସହିତ ପ୍ରାର୍ଥିପତ୍ର ଯାଞ୍ଚ ମଧ୍ୟ ସରିଛି । ତେବେ ଭୋଟିଂ ପୂର୍ବରୁ ଅରୁଣାଚଳ ପ୍ରଦେଶର ୧୦ ଆସନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଏହି ପ୍ରାର୍ଥୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ, ଉପ-ମୁଖ୍ୟମନ୍ତ୍ରୀ ଚାଉନା ମେନ୍ ସାମିଲ୍ ଅଛନ୍ତି । ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ମୁଫ୍‌ତୋ ବିଧାନସଭା ଆସନରୁ ନାମାଙ୍କନ ଦାଖଲ କରିଥିଲେ । ଏହି ସିଟରେ ଅନ୍ୟ କୌଣସି ଦଳର ପ୍ରାର୍ଥୀ ନାମାଙ୍କନ ଭରି ନଥିବାରୁ ସେ ବିଜୟୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ବାକି ୯ଟି ବିଧାନସଭା ଆସନରେ  ବିଜେପି  ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।   ମୁଖ୍ୟ ନିର୍ବାଚନ ଅଧିକାରୀ ପଓ୍ବାନ କୁମାର ସେନ୍ କହିଛନ୍ତି, ପ୍ରାର୍ଥିପତ୍ର ଯାଞ୍ଚ ଓ ପ୍ରତ୍ୟାହାର ତାରିଖ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଅନ୍ୟ ପ୍ରାର୍ଥୀମାନେ ଚଳିତ ନିର୍ବାଚନରେ ବିଜୟୀ ହୋଇଛନ୍ତି । ସେ କହିଛନ୍ତି, ଅରୁଣାଚଳ ପ୍ରଦେଶର ୬ଟି ବିଧାନସଭା କ୍ଷେତ୍ରରେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ସେହିପରି ଅନ୍ୟ ୪ଟି ଆସନରେ ବିରୋ

ଭୋଟ୍ ପୂର୍ବରୁ ବିଜେପି ବିଜୟୀ; ୧୦ ବିଧାନସଭା ଆସନରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ନୂଆଦିଲ୍ଲୀ: ଦେଶରେ ୭ଟି ପର୍ଯ୍ୟାୟରେ ସମସ୍ତ ଲୋକସଭା ଏବଂ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ । ଏପ୍ରିଲ୍ ୧୯ ତାରିଖରୁ ଜୁନ୍ ୧ ତାରିଖ ଯାଏଁ ଭୋଟ୍ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟ ଭୋଟିଂ ଆସନ୍ତା ଏପ୍ରିଲ୍ ୧୯ତାରଖରୁ ଆରମ୍ଭ ହେଉଛି । ପ୍ରଥମ ପର୍ଯ୍ୟାୟ ଲାଗି ନାମାଙ୍କନ ଶେଷ ହେବା ସହିତ ପ୍ରାର୍ଥିପତ୍ର ଯାଞ୍ଚ ମଧ୍ୟ ସରିଛି । ତେବେ ଭୋଟିଂ ପୂର୍ବରୁ ଅରୁଣାଚଳ ପ୍ରଦେଶର ୧୦ ଆସନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଏହି ପ୍ରାର୍ଥୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ, ଉପ-ମୁଖ୍ୟମନ୍ତ୍ରୀ ଚାଉନା ମେନ୍ ସାମିଲ୍ ଅଛନ୍ତି । 

ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ମୁଫ୍‌ତୋ ବିଧାନସଭା ଆସନରୁ ନାମାଙ୍କନ ଦାଖଲ କରିଥିଲେ । ଏହି ସିଟରେ ଅନ୍ୟ କୌଣସି ଦଳର ପ୍ରାର୍ଥୀ ନାମାଙ୍କନ ଭରି ନଥିବାରୁ ସେ ବିଜୟୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ବାକି ୯ଟି ବିଧାନସଭା ଆସନରେ  ବିଜେପି  ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।   

ମୁଖ୍ୟ ନିର୍ବାଚନ ଅଧିକାରୀ ପଓ୍ବାନ କୁମାର ସେନ୍ କହିଛନ୍ତି, ପ୍ରାର୍ଥିପତ୍ର ଯାଞ୍ଚ ଓ ପ୍ରତ୍ୟାହାର ତାରିଖ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଅନ୍ୟ ପ୍ରାର୍ଥୀମାନେ ଚଳିତ ନିର୍ବାଚନରେ ବିଜୟୀ ହୋଇଛନ୍ତି । ସେ କହିଛନ୍ତି, ଅରୁଣାଚଳ ପ୍ରଦେଶର ୬ଟି ବିଧାନସଭା କ୍ଷେତ୍ରରେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ସେହିପରି ଅନ୍ୟ ୪ଟି ଆସନରେ ବିରୋଧୀ ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ ବିଜେପି ପ୍ରାର୍ଥୀ ଜିତିଛନ୍ତି ।   

ଭାରତ-ଚୀନ ସୀମାରେ ଥିବା ମୁଫ୍‌ତୋ ବିଧାନସଭା କ୍ଷେତ୍ରରେ ବିଧାୟକ ଭାବେ ପେମା ଖାଣ୍ଡୁଙ୍କ ଏହା ଚତୁର୍ଥ ଇନିଂସ । ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦୋରଜି ଖାଣ୍ଡୁଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ୨୦୧୦ରୁ ପ୍ରେମା ଖଣ୍ଡୁ ଲଗାତାର ଭାବେ ଏହି ଆସନରୁ ଜିତି ଆସୁଛନ୍ତି । ପ୍ରଥମେ ଉପ ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ ।