ଭୋଟ୍ ହାତେଇବାକୁ ଏୟାରଷ୍ଟ୍ରିପକୁ ଦିଆଯାଇଥିଲା ଏୟାରପୋର୍ଟର ରଙ୍ଗ

ଉଦଘାଟନ ଦିନ ମାଲକାନଗିରି ବିମାନବନ୍ଦରକୁ ନେଇ ଯାହା ଆଶଙ୍କା କରାଯାଉଥିଲା, ତାହା ସତ ପ୍ରମାଣିତ ହୋଇଛି । ମାଲକାନଗିରିରେ ବାସ୍ତବରେ କ’ଣ ଉଦଘାଟନ ହୋଇଥିଲା, ଏୟାରପୋର୍ଟ ନା ଏୟାରଷ୍ଟ୍ରିପ୍ ?

ଭୋଟ୍ ହାତେଇବାକୁ ଏୟାରଷ୍ଟ୍ରିପକୁ ଦିଆଯାଇଥିଲା ଏୟାରପୋର୍ଟର ରଙ୍ଗ

୯ଜାନୁଆରୀ ୨୦୨୪। ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ତତକାଳୀନ ବିଜେଡି ସରକାର ଦ୍ବାରା ମାଲକାନଗିରିରେ ଉଦଘାଟିତ ହୋଇଥିଲା ବିମାନ ବନ୍ଦର। ଖୋଦ୍ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଥିଲେ। ହେଲେ ଏବେ ସୂଚନା ଅଧିକାର ଆଇନ ବଳରେ DGCAଠାରୁ ମିଳିଥିବା ତଥ୍ୟ କହୁଛି, ମାଲକାନଗିରି ବିମାନବନ୍ଦର ପାଇଁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପାଖରେ କୌଣସି ଆବେଦନ ହିଁ ହୋଇନି ।