ଭୋଲେ ବାବାଙ୍କ ନାଁରେ ରହିଛି ଯୌନ ନିର୍ଯାତନା ମାମଲା
ହାଥରସ୍,୩ା୭: ଉତ୍ତରପ୍ରଦେଶର ହାଥରସ୍ ଜିଲାର ପୁଲରାଇ ଗ୍ରାମରେ ହୋଇଥିବା ଏକ ସତ୍ସଙ୍ଗରେ ଦଳାଚକଟା ହୋଇ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିବା ଯେତିକି ଦୁଃଖଦାୟକ ନୁହେଁ, ତା’ଠୁ ଅଧିକ ଚିନ୍ତାଦାୟକ ଆତ୍ମଘୋଷିତ ଭୋଲେ ବାବାଙ୍କ ଯୌନ କେଳେଙ୍କାରୀ। ଉକ୍ତ ବାବାଙ୍କ ନାଁରେ ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ସହ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଜଣାପଡ଼ିଛି। ସୂଚନାନୁସାରେ, ସୁରଜ ପାଲ୍ ଓରଫ ଭୋଲେ ବାବାଙ୍କ ନାଁରେ ଅନେକ ମାମଲା ରହିଛି। ଏଥିସହ ଆଗ୍ରା, ଅଟାଓ୍ବା, କସଗଞ୍ଜ, […] The post ଭୋଲେ ବାବାଙ୍କ ନାଁରେ ରହିଛି ଯୌନ ନିର୍ଯାତନା ମାମଲା appeared first on Dharitri Odia News.
ହାଥରସ୍,୩ା୭: ଉତ୍ତରପ୍ରଦେଶର ହାଥରସ୍ ଜିଲାର ପୁଲରାଇ ଗ୍ରାମରେ ହୋଇଥିବା ଏକ ସତ୍ସଙ୍ଗରେ ଦଳାଚକଟା ହୋଇ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିବା ଯେତିକି ଦୁଃଖଦାୟକ ନୁହେଁ, ତା’ଠୁ ଅଧିକ ଚିନ୍ତାଦାୟକ ଆତ୍ମଘୋଷିତ ଭୋଲେ ବାବାଙ୍କ ଯୌନ କେଳେଙ୍କାରୀ। ଉକ୍ତ ବାବାଙ୍କ ନାଁରେ ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ସହ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଜଣାପଡ଼ିଛି।
ସୂଚନାନୁସାରେ, ସୁରଜ ପାଲ୍ ଓରଫ ଭୋଲେ ବାବାଙ୍କ ନାଁରେ ଅନେକ ମାମଲା ରହିଛି। ଏଥିସହ ଆଗ୍ରା, ଅଟାଓ୍ବା, କସଗଞ୍ଜ, ଫାରୁଖବାଦ ଏବଂ ରାଜସ୍ଥାନ ସମେତ ବିଭିନ୍ନ ପ୍ରାଧିକରଣରେ ତାଙ୍କ ବିରୋଧରେ ଏକାଧିକ ମାମଲା ଦାଖଲ ହୋଇଛି। ୧୯୯୭ରେ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଥିଲା। ଏହା ପୂର୍ବରୁ ସେ ପୋଲିସ ବିଭାଗରେ ମଧ୍ୟ କାମ କରିଥିଲେ। ବଳାତ୍କାର ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଥିଲା। କିଛି ଦିନ ଜେଲ୍ରେ ରହିବା ପରେ ବେଲ୍ରେ ଆସି ନିଜକୁ ବାବା ରୂପ ଦେଇଥିଲେ।
The post ଭୋଲେ ବାବାଙ୍କ ନାଁରେ ରହିଛି ଯୌନ ନିର୍ଯାତନା ମାମଲା appeared first on Dharitri Odia News.