ଭୟଙ୍କର ହେଲା ବାଂଲାଦେଶ କୋଟା ଆନ୍ଦୋଳନ: ମୃତ୍ୟ ସଂଖ୍ୟା ୭୨କୁ ବୃଦ୍ଧି, ତେଜିଲା ଶେଖ ହସିନାଙ୍କ ଇସ୍ତଫା ଦାବି

ଢାକା: ବାଂଲାଦେଶରେ କୋଟା ବିରୋଧୀ ଆନ୍ଦୋଳନ ଭୟଙ୍କର ରୂପ ନେଇଛି। ଦେଶର ଚାରିଆଡ଼େ ହିଂସା ସୃଷ୍ଟି ହୋଇଛି। ରବିବାର ଆରମ୍ଭ ହୋଇଥିବା ହିଂସା ଘଟଣାରେ ୭୨ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ଶାସକ ଦଳ କର୍ମୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଭୟଙ୍କର ଲଢ଼େଇ ହେଉଛି। ପରିସ୍ଥିତି ଖରାପ ହେବାରୁ ବାଂଲାଦେଶରେ ଥିବା ଭାରତୀୟ ନାଗରିକଙ୍କୁ ସତର୍କ କରିଛନ୍ତି ଭାରତ ସରକାର।ବାଂଲାଦେଶରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସମସ୍ତ ନାଗରିକଙ୍କୁ ଦୂତାବାସ କଣ୍ଟାକ୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀକାଳୀନ ସମସ୍ୟା ପାଇଁ ହେଲ୍‌ପ ଲାଇନ୍ ନମ୍ବର +88-01313076402,"  ଜାରି କରାଯାଇଛି। ଏନେଇ ଆସିଷ୍ଟାଣ୍ଟ ହାଇକମିଶନ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।  ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଦାବି କରି ରବିବାର ପୁଣିଥରେ କୋଟା ଆନ୍ଦୋଳନ ଉଗ୍ରରୂପ ନେଇଥିଲା। ହିଂସକ ବିକ୍ଷୋଭରେ ୧୪ ଜଣ ପୁଲିସ କର୍ମୀଙ୍କର ମୃତ୍ୟୁ ହୋଇଛି ବୋଲି ଏଏଫ୍‌ପି ରିପୋର୍ଟ ପ୍ରକାଶ କରିଛି। କିଛିଦିନ ପୂର୍ବରୁ ହିଂସାରେ ୨୦୦ ଜଣଙ୍କର ମୃତ୍ୟୁ ହୋଇଥିଲା। ରବିବାର ସକାଳେ ଆନ୍ଦୋଳନାକୀରମାନେ ସରକାରଙ୍କ ଇସ୍ତଫା ଦାବି କରି ଅସହଯୋଗ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିଲେ। ହେଲେ ଶାସକ ଦଳ ଆୱାମୀ ଲିଗ୍, ଛାତ୍ର ଲିଗ୍ ଏବଂ ଜୁବ ଲିଗ୍ କାର୍ଯ୍ୟକର୍ତ୍ତାମାନେ ସେମାନଙ୍କୁ ବିରୋଧ କରିଥିଲେ। ଯାହାକୁ ନେଇ ହିଂସାକ ଲଢ଼େଇ ଆରମ୍ଭ ହୋଇଯାଇଥିଲା। ଏହି ଆନ୍ଦୋଳନ

ଭୟଙ୍କର ହେଲା ବାଂଲାଦେଶ କୋଟା ଆନ୍ଦୋଳନ: ମୃତ୍ୟ ସଂଖ୍ୟା ୭୨କୁ ବୃଦ୍ଧି, ତେଜିଲା ଶେଖ ହସିନାଙ୍କ ଇସ୍ତଫା ଦାବି

ଢାକା: ବାଂଲାଦେଶରେ କୋଟା ବିରୋଧୀ ଆନ୍ଦୋଳନ ଭୟଙ୍କର ରୂପ ନେଇଛି। ଦେଶର ଚାରିଆଡ଼େ ହିଂସା ସୃଷ୍ଟି ହୋଇଛି। ରବିବାର ଆରମ୍ଭ ହୋଇଥିବା ହିଂସା ଘଟଣାରେ ୭୨ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ଶାସକ ଦଳ କର୍ମୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଭୟଙ୍କର ଲଢ଼େଇ ହେଉଛି। ପରିସ୍ଥିତି ଖରାପ ହେବାରୁ ବାଂଲାଦେଶରେ ଥିବା ଭାରତୀୟ ନାଗରିକଙ୍କୁ ସତର୍କ କରିଛନ୍ତି ଭାରତ ସରକାର।

ବାଂଲାଦେଶରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସମସ୍ତ ନାଗରିକଙ୍କୁ ଦୂତାବାସ କଣ୍ଟାକ୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀକାଳୀନ ସମସ୍ୟା ପାଇଁ ହେଲ୍‌ପ ଲାଇନ୍ ନମ୍ବର +88-01313076402,"  ଜାରି କରାଯାଇଛି। ଏନେଇ ଆସିଷ୍ଟାଣ୍ଟ ହାଇକମିଶନ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।  

ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଦାବି କରି ରବିବାର ପୁଣିଥରେ କୋଟା ଆନ୍ଦୋଳନ ଉଗ୍ରରୂପ ନେଇଥିଲା। ହିଂସକ ବିକ୍ଷୋଭରେ ୧୪ ଜଣ ପୁଲିସ କର୍ମୀଙ୍କର ମୃତ୍ୟୁ ହୋଇଛି ବୋଲି ଏଏଫ୍‌ପି ରିପୋର୍ଟ ପ୍ରକାଶ କରିଛି। କିଛିଦିନ ପୂର୍ବରୁ ହିଂସାରେ ୨୦୦ ଜଣଙ୍କର ମୃତ୍ୟୁ ହୋଇଥିଲା। ରବିବାର ସକାଳେ ଆନ୍ଦୋଳନାକୀରମାନେ ସରକାରଙ୍କ ଇସ୍ତଫା ଦାବି କରି ଅସହଯୋଗ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିଲେ। ହେଲେ ଶାସକ ଦଳ ଆୱାମୀ ଲିଗ୍, ଛାତ୍ର ଲିଗ୍ ଏବଂ ଜୁବ ଲିଗ୍ କାର୍ଯ୍ୟକର୍ତ୍ତାମାନେ ସେମାନଙ୍କୁ ବିରୋଧ କରିଥିଲେ। ଯାହାକୁ ନେଇ ହିଂସାକ ଲଢ଼େଇ ଆରମ୍ଭ ହୋଇଯାଇଥିଲା। 

ଏହି ଆନ୍ଦୋଳନକାରୀମାନେ ନୂଆ କରି ଆରମ୍ଭ ହୋଇଥିବା କୋଟା ସିଷ୍ଟମକୁ ଉଚ୍ଛଦେ କରିବାକୁ ଦାବି କରୁଛନ୍ତି। ନୂଆ କୋଟା ସିଷ୍ଟମରେ ବାଂଲାଦେଶର ସ୍ୱାଧୀନତା ପାଇଁ ୧୯୭୧ ଯୁଦ୍ଧ ଲଢିଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ରହିବ ବୋଲି ଶେଖ୍ ହସିନା ସରକାର ଘୋଷଣା କରିଥିଲେ। ଯାହାକୁ ନେଇ ଆନ୍ଦୋଳନ ଜାରି ରହିଛି।