ମଙ୍କିପକ୍ସ ଡର: ବନ୍ଦର ଓ ବିମାନ ବନ୍ଦରଙ୍କୁ କେନ୍ଦ୍ରର ସତର୍କତା, ୩ ହସ୍ପିଟାଲକୁ କରାଗଲା ନୋଡାଲ ସେଣ୍ଟର
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସୋମବାର ପାକିସ୍ତାନ ଓ ବାଂଲାଦେଶ ସୀମାରେ ଥିବା ସବୁ ବିମାନ ବନ୍ଦର ଓ ବନ୍ଦର ଅଧିକାରୀମାନଙ୍କୁ ଆସୁଥିବା ଯାତ୍ରାଙ୍କ ମଙ୍କିପକ୍ସ ଲକ୍ଷଣ ଦେଖାଯାଉଥିଲେ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି। ରିପୋର୍ଟ ଅନୁସାରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦିଲ୍ଲୀର ରାମ ମନୋହର ଲୋହିୟା ହସ୍ପିଟାଲ, ସଫଦରଜଙ୍ଗ ହସ୍ପିଟାଲ ଓ ଲେଡି ହାର୍ଡିଂ ହସ୍ପିଟାଲକୁ ମଙ୍କିପକ୍ସର ଯେ କୌଣସି ରୋଗୀଙ୍କ ପୃଥକବାସ ପ୍ରବନ୍ଧନ ଓ ଚିକିତ୍ସା ନିମନ୍ତେ ଜାତୀୟ ରାଜଧାନୀରେ ନୋଡାଲ ସେଣ୍ଟର ଭାବେ ଚିହ୍ନଟ କରିଛନ୍ତି। ସେହିପରି କେନ୍ଦ୍ର ସରକାର ରାଜ୍ୟସରକାରମାନଙ୍କୁ ସେମାନଙ୍କ ଅଧିକାର କ୍ଷେତ୍ରରେ ଏପରି ନାମି ହସ୍ପିଟାଲଙ୍କୁ ଚିହ୍ନଟ କରିବାକୁ କହିଛନ୍ତି। ଗତ ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ମଙ୍କି ପକ୍ସକୁ ବୈଶ୍ୱିକ ସାର୍ବଜନିକ ସ୍ୱାସ୍ଥ୍ୟ ଏମର୍ଜେନ୍ସୀ ଘୋଷଣା କରିଛନ୍ତି। ୨୦୨୩ ଜାନୁୟାରୀରେ ଆରମ୍ଭ ହୋଇଥିବା ମଙ୍କିପକ୍ସ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋରେ ଏ ପର୍ଯ୍ୟନ୍ତ ୨୭ ହଜାର ଲୋକେ ସଂକ୍ରମିତ ହୋଇଥିବା ବେଳେ ୧,୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଏହି ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି। ରବିବାର ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପି.କେ.ମିଶ୍ର ମଙ୍କି ପକ୍ସ ଲାଗି ଭାରତର ପ୍ରସ୍ତୁତି ସମୀକ୍ଷା ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ଏହି ବୈଠକରେ ଯୋଗ ଦେଇଥିବା ଅଧ
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସୋମବାର ପାକିସ୍ତାନ ଓ ବାଂଲାଦେଶ ସୀମାରେ ଥିବା ସବୁ ବିମାନ ବନ୍ଦର ଓ ବନ୍ଦର ଅଧିକାରୀମାନଙ୍କୁ ଆସୁଥିବା ଯାତ୍ରାଙ୍କ ମଙ୍କିପକ୍ସ ଲକ୍ଷଣ ଦେଖାଯାଉଥିଲେ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି। ରିପୋର୍ଟ ଅନୁସାରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦିଲ୍ଲୀର ରାମ ମନୋହର ଲୋହିୟା ହସ୍ପିଟାଲ, ସଫଦରଜଙ୍ଗ ହସ୍ପିଟାଲ ଓ ଲେଡି ହାର୍ଡିଂ ହସ୍ପିଟାଲକୁ ମଙ୍କିପକ୍ସର ଯେ କୌଣସି ରୋଗୀଙ୍କ ପୃଥକବାସ ପ୍ରବନ୍ଧନ ଓ ଚିକିତ୍ସା ନିମନ୍ତେ ଜାତୀୟ ରାଜଧାନୀରେ ନୋଡାଲ ସେଣ୍ଟର ଭାବେ ଚିହ୍ନଟ କରିଛନ୍ତି।
ସେହିପରି କେନ୍ଦ୍ର ସରକାର ରାଜ୍ୟସରକାରମାନଙ୍କୁ ସେମାନଙ୍କ ଅଧିକାର କ୍ଷେତ୍ରରେ ଏପରି ନାମି ହସ୍ପିଟାଲଙ୍କୁ ଚିହ୍ନଟ କରିବାକୁ କହିଛନ୍ତି। ଗତ ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ମଙ୍କି ପକ୍ସକୁ ବୈଶ୍ୱିକ ସାର୍ବଜନିକ ସ୍ୱାସ୍ଥ୍ୟ ଏମର୍ଜେନ୍ସୀ ଘୋଷଣା କରିଛନ୍ତି। ୨୦୨୩ ଜାନୁୟାରୀରେ ଆରମ୍ଭ ହୋଇଥିବା ମଙ୍କିପକ୍ସ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋରେ ଏ ପର୍ଯ୍ୟନ୍ତ ୨୭ ହଜାର ଲୋକେ ସଂକ୍ରମିତ ହୋଇଥିବା ବେଳେ ୧,୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଏହି ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି।
ରବିବାର ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପି.କେ.ମିଶ୍ର ମଙ୍କି ପକ୍ସ ଲାଗି ଭାରତର ପ୍ରସ୍ତୁତି ସମୀକ୍ଷା ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ଏହି ବୈଠକରେ ଯୋଗ ଦେଇଥିବା ଅଧିକାରୀମାନେ ଦେଶରେ ଏପର୍ଯ୍ୟନ୍ତ ମଙ୍କିପକ୍ସର ଗୋଟିଏ ବି ମାମଲା ସାମ୍ନାକୁ ଆସି ନଥିବାର କହିଛନ୍ତି। ତେବେ ବର୍ତ୍ତମାନର ଆକଳନ ଯାହା କହୁଛି ଭାରତରେ ବଡ଼ ଧରଣର ସଂକ୍ରମଣ ରିସ୍କ କମ ରହିଛି। ଏଥର ସଂକ୍ରମିତ ହେଉଥିବା ଭୂତାଣୁର ପ୍ରକାର ଅଲଗା ଓ ଅଧିକ ବିଷାକ୍ତ ତଥା ସଂକ୍ରାମକ।
ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧିକାରୀଙ୍କୁ ମଙ୍କିପକ୍ସ ମାମଲାର ଶୀଘ୍ର ସନ୍ଧାନ ନେବାକୁ ଓ ସର୍ଭିଲାନ୍ସ ବଢେଇବାକୁ ପ୍ରଭାବୀ ଉପାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ରୋଗର ଶୀଘ୍ର ନିଦାନ ନିମନ୍ତେ ପରୀକ୍ଷଣ ଓ ଲାବୋରେଟରୀ ନେଟୱାର୍କ ପ୍ରସ୍ତୁତି ଉପରେ ଜୋର ଦିଆଯାଇଛି। ବର୍ତ୍ତମାନ ଦେଶର ୩୨ଟି ଲାବୋରେଟରୀ ମଙ୍କିପକ୍ସ ଯାଞ୍ଚ ନିମନ୍ତେ ଉପଯୁକ୍ତ ଅଛନ୍ତି। ତେବେ ପି.କେ. ମିଶ୍ର ଅଧିକାରୀଙ୍କୁ କହିଛନ୍ତି ଯେ ରୋଗର ନିୟନ୍ତ୍ରଣ ଓ ଉପଚାର ନିମନ୍ତେ ବଡ଼ଧରଣର ପ୍ରୋଟକଲର ବ୍ୟବସ୍ଥା କରନ୍ତୁ।