ମଙ୍କିପକ୍ସ ବିରୋଧରେ ଲଢ଼ିବାକୁ ପ୍ରସ୍ତୁତ ଭାରତ, AIIMS ପକ୍ଷରୁ ଜାରି ହେଲା ପ୍ରୋଟୋକଲ୍
ନୂଆଦିଲ୍ଲୀ: Mpox ବା ମଙ୍କିପକ୍ସ ଏକ ଗୁରୁତର ସଂକ୍ରାମକ ରୋଗ। ଏହାର ମାମଲା ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ସାମ୍ନାକୁ ଆସୁଛି। ବର୍ତ୍ତମାନ ଏହି ରୋଗ ସହ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତ। ନୂଆଦିଲ୍ଲୀ ସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) Mpox ଲକ୍ଷଣ ଥିବା ରୋଗୀଙ୍କୁ ପରିଚାଳନା କରିବା ପାଇଁ ଜାରି କରିଛି ପ୍ରୋଟୋକଲ୍।ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ, ମେଡିକାଲ୍ ଇନଷ୍ଟିଚ୍ୟୁଟ୍ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜ୍ୟୁୟର (SOP) ଜାରି କରିଛି। ଯେଉଁଥିରେ AIIMSର ଜରୁରୀକାଳୀନ ବିଭାଗରେ ମଙ୍କିପକ୍ସର ମାମଲା ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ଦିଆଯାଇଛି। ପ୍ରକାଶଥାଉକି ଏହି ଭାଇରସ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗତ ସପ୍ତାହରେ ଏକ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା। AIIMS ଦିଲ୍ଲୀ ପକ୍ଷରୁ ଜାରି ହୋଇଥିବା ପ୍ରୋଟୋକଲ1. ସନ୍ଦିଗ୍ଧ Mpox ରୋଗୀଙ୍କ ପାଇଁ ପାଞ୍ଚଟି ବେଡ୍ ରିଜର୍ଭ କରାଯାଇଛି।2. ଯଦି କୌଣସି ରୋଗୀଙ୍କ ଠାରେ Mpoxର ଲକ୍ଷଣ ଦେଖାଏ, ତେବେ ତାଙ୍କୁ କେବଳ ଏହି ବେଡ୍କୁ ପଠାଯିବ।3. ଏହା ବ୍ୟତୀତ, Mpoxକୁ ନିଶ୍ଚିତ କରିବା ପାଇଁ ଆବଶ୍ୟକ ପରୀକ୍ଷା କରାଯିବ, ଯେଉଁଥିରେ ଲ୍ୟାବ ପରୀକ୍ଷା ଅନ୍ତର୍ଭୁକ୍ତ ହେବ।4. Mpox ଥିବା ସନ୍ଦେହ କରାଯାଉଥିବା ରୋଗୀଙ୍କ ଚିକିତ୍ସା କରୁଥିବାବେଳେ ଡାକ୍ତରମାନଙ୍କୁ PPE କିଟ୍ ପିନ୍ଧିବାକୁ ପଡିବ।5. ସନ୍ଦି
ନୂଆଦିଲ୍ଲୀ: Mpox ବା ମଙ୍କିପକ୍ସ ଏକ ଗୁରୁତର ସଂକ୍ରାମକ ରୋଗ। ଏହାର ମାମଲା ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ସାମ୍ନାକୁ ଆସୁଛି। ବର୍ତ୍ତମାନ ଏହି ରୋଗ ସହ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତ। ନୂଆଦିଲ୍ଲୀ ସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) Mpox ଲକ୍ଷଣ ଥିବା ରୋଗୀଙ୍କୁ ପରିଚାଳନା କରିବା ପାଇଁ ଜାରି କରିଛି ପ୍ରୋଟୋକଲ୍।
ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ, ମେଡିକାଲ୍ ଇନଷ୍ଟିଚ୍ୟୁଟ୍ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜ୍ୟୁୟର (SOP) ଜାରି କରିଛି। ଯେଉଁଥିରେ AIIMSର ଜରୁରୀକାଳୀନ ବିଭାଗରେ ମଙ୍କିପକ୍ସର ମାମଲା ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ଦିଆଯାଇଛି। ପ୍ରକାଶଥାଉକି ଏହି ଭାଇରସ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗତ ସପ୍ତାହରେ ଏକ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା।
AIIMS ଦିଲ୍ଲୀ ପକ୍ଷରୁ ଜାରି ହୋଇଥିବା ପ୍ରୋଟୋକଲ
1. ସନ୍ଦିଗ୍ଧ Mpox ରୋଗୀଙ୍କ ପାଇଁ ପାଞ୍ଚଟି ବେଡ୍ ରିଜର୍ଭ କରାଯାଇଛି।
2. ଯଦି କୌଣସି ରୋଗୀଙ୍କ ଠାରେ Mpoxର ଲକ୍ଷଣ ଦେଖାଏ, ତେବେ ତାଙ୍କୁ କେବଳ ଏହି ବେଡ୍କୁ ପଠାଯିବ।
3. ଏହା ବ୍ୟତୀତ, Mpoxକୁ ନିଶ୍ଚିତ କରିବା ପାଇଁ ଆବଶ୍ୟକ ପରୀକ୍ଷା କରାଯିବ, ଯେଉଁଥିରେ ଲ୍ୟାବ ପରୀକ୍ଷା ଅନ୍ତର୍ଭୁକ୍ତ ହେବ।
4. Mpox ଥିବା ସନ୍ଦେହ କରାଯାଉଥିବା ରୋଗୀଙ୍କ ଚିକିତ୍ସା କରୁଥିବାବେଳେ ଡାକ୍ତରମାନଙ୍କୁ PPE କିଟ୍ ପିନ୍ଧିବାକୁ ପଡିବ।
5. ସନ୍ଦିଗ୍ଧ ରୋଗୀର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଘର ଠିକଣା, ହେଲ୍ଥ ହିଷ୍ଟ୍ରି ଏବଂ ଲକ୍ଷଣଗୁଡିକର ବିବରଣୀ ରହିବ।
6. AIIMS ବ୍ୟତୀତ Mpoxରୁ ସୁରକ୍ଷା ପାଇଁ, ସଫଦରଜଙ୍ଗ ହସ୍ପିଟାଲରେ Mpox ରୋଗୀଙ୍କ ପାଇଁ ଏକ ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ କରାଯାଇଛି।