ମଙ୍ଗଳବାର ଭୋଟ ଗଣତି ଏବଂ ରେଜଲ୍ଟ, କଡ଼ାସୁରକ୍ଷାରେ ଷ୍ଟ୍ରଙ୍ଗ ରୁମ୍
ଭୁବନେଶ୍ୱର ୦୩।୦୬ : ଆରମ୍ଭ ହୋଇଯାଇଛି କାଉଣ୍ଟିଂ କାଉଣ୍ଟଡାଉନ୍ । ମଙ୍ଗଳବାର ହେବ ଭୋଟ୍ ଗଣତି। ଆସିବ ରେଜଲ୍ଟ। ନେତାଙ୍କ ଛାତି ଧଡ଼ ଧଡ। କର୍ମୀ ବି ଟେନ୍ସନ୍ରେ। ସେପଟେ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗ ରୁମରେ ରହିଛି ଇଭିଏମ୍ ଏବଂ ଭିଭିପାଟ୍। ସୁରକ୍ଷା କର୍ମୀଙ୍କ ସହ ନେତା ବି ଷ୍ଟ୍ରଙ୍ଗ ରୁମ୍ ଉପରେ ରଖିଛନ୍ତି ତୀକ୍ଷ୍ନ ନଜର। ଏପଟେ କାଉଣ୍ଟିଂ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି। ମୋଟ ୧୬୮ଟି କେନ୍ଦ୍ରରେ ହେବ ଭୋଟ ଗଣତି ।ଭୁବନେଶ୍ୱର ବିଜେବି କଲେଜରେ ହେବ ଭୋଟ ଗଣତି । ଏଥି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ଖୋର୍ଦ୍ଧା ଜିଲ୍ଲାର ଜୟଦେବ, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଭୁବନେଶ୍ୱର- ଏକାମ୍ର ଓ ଜଟଣୀ ବିଧାନସଭା କ୍ଷେତ୍ର ନିମନ୍ତେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଭୋଟ ଗଣତି ହେବ । ପ୍ରତ୍ୟେକରେ ୧୨ଟି କାଉଣ୍ଟିଂ ଟେବୁଲ ଏବଂ ଜଟଣୀ ବିଧାନସଭା କ୍ଷେତ୍ର ନିମନ୍ତେ ୧୪ଟି କାଉଣ୍ଟିଂ ଟେବଲ ବ୍ୟବସ୍ଥା କରାଯାଇଛି।ସେହିପରି ଜୟପୁର ବିକ୍ରମ ଦେବ ୟୁନିଭରସିଟି କ୍ୟାମ୍ପସରେ ହେବ ଭୋଟ ଗଣତି। ଜୟପୁର ଓ କୋଟପାଡ଼ ବିଧାନସଭା ଆସନ ସହ କୋରାପୁଟ ଏବଂ ନବରଙ୍ଗପୁର ଲୋକସଭା କ୍ଷେତ୍ରର ମତ ଗଣନା ହେବ। ଜୟପୁର ବିଧାନସଭା ଓ ଲୋକସଭା କ୍ଷେତ୍ରର ଭୋଟ ଗଣତି ପାଇଁ ୧୦ଟି ଟେବୁଲ କରାଯାଇଛି। ୨୪ଟି ରାଉଣ୍ଡରେ ହେବ ଗଣତି । କୋଟପାଡ ଆସନ ପାଇଁ ୧୦ଟି ଟେବୁଲ କରାଯାଇଛି। ଏଠାରେ ୨୫ ରାଉଣ୍ଡ ଗଣତି ହେବ । ଜଗତସିଂହପୁରରେ
ଭୁବନେଶ୍ୱର ୦୩।୦୬ : ଆରମ୍ଭ ହୋଇଯାଇଛି କାଉଣ୍ଟିଂ କାଉଣ୍ଟଡାଉନ୍ । ମଙ୍ଗଳବାର ହେବ ଭୋଟ୍ ଗଣତି। ଆସିବ ରେଜଲ୍ଟ। ନେତାଙ୍କ ଛାତି ଧଡ଼ ଧଡ। କର୍ମୀ ବି ଟେନ୍ସନ୍ରେ। ସେପଟେ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗ ରୁମରେ ରହିଛି ଇଭିଏମ୍ ଏବଂ ଭିଭିପାଟ୍। ସୁରକ୍ଷା କର୍ମୀଙ୍କ ସହ ନେତା ବି ଷ୍ଟ୍ରଙ୍ଗ ରୁମ୍ ଉପରେ ରଖିଛନ୍ତି ତୀକ୍ଷ୍ନ ନଜର। ଏପଟେ କାଉଣ୍ଟିଂ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି। ମୋଟ ୧୬୮ଟି କେନ୍ଦ୍ରରେ ହେବ ଭୋଟ ଗଣତି ।
ଭୁବନେଶ୍ୱର ବିଜେବି କଲେଜରେ ହେବ ଭୋଟ ଗଣତି । ଏଥି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ଖୋର୍ଦ୍ଧା ଜିଲ୍ଲାର ଜୟଦେବ, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଭୁବନେଶ୍ୱର- ଏକାମ୍ର ଓ ଜଟଣୀ ବିଧାନସଭା କ୍ଷେତ୍ର ନିମନ୍ତେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଭୋଟ ଗଣତି ହେବ । ପ୍ରତ୍ୟେକରେ ୧୨ଟି କାଉଣ୍ଟିଂ ଟେବୁଲ ଏବଂ ଜଟଣୀ ବିଧାନସଭା କ୍ଷେତ୍ର ନିମନ୍ତେ ୧୪ଟି କାଉଣ୍ଟିଂ ଟେବଲ ବ୍ୟବସ୍ଥା କରାଯାଇଛି।
ସେହିପରି ଜୟପୁର ବିକ୍ରମ ଦେବ ୟୁନିଭରସିଟି କ୍ୟାମ୍ପସରେ ହେବ ଭୋଟ ଗଣତି। ଜୟପୁର ଓ କୋଟପାଡ଼ ବିଧାନସଭା ଆସନ ସହ କୋରାପୁଟ ଏବଂ ନବରଙ୍ଗପୁର ଲୋକସଭା କ୍ଷେତ୍ରର ମତ ଗଣନା ହେବ। ଜୟପୁର ବିଧାନସଭା ଓ ଲୋକସଭା କ୍ଷେତ୍ରର ଭୋଟ ଗଣତି ପାଇଁ ୧୦ଟି ଟେବୁଲ କରାଯାଇଛି। ୨୪ଟି ରାଉଣ୍ଡରେ ହେବ ଗଣତି । କୋଟପାଡ ଆସନ ପାଇଁ ୧୦ଟି ଟେବୁଲ କରାଯାଇଛି। ଏଠାରେ ୨୫ ରାଉଣ୍ଡ ଗଣତି ହେବ । ଜଗତସିଂହପୁରରେ ମଧ୍ୟ କଡା ସୁରକ୍ଷାରେ ଷ୍ଟ୍ରଙ୍ଗରୁମ୍ । ତ୍ରିସ୍ତରୀୟ ସୁରକ୍ଷାବ୍ୟବସ୍ଥା । ମୁତୟନ ହୋଇଛନ୍ତି ସିଆରପିଏଫ୍ର ବନ୍ଧୁକଧାରୀ ଯବାନ। ୪ ତାରିଖରେ ଏସଭିଏମ କଲେଜରେ ଭୋଟ୍ ଗଣତି କରାଯିବ। ଗଣତି ପାଇଁ ୧୯ଟି ରୁମରେ ୧୦୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି ।
ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଷ୍ଟ୍ରଙ୍ଗ ରୁମରେ ଧାମନଗର ନିର୍ବାଚନ ମଣ୍ଡଳୀର ୨୫୭ଟି ଇଭିଏମ ରଖାଯାଇଛି। ଅନ୍ୟ ୪ଟି ନିର୍ବାଚନ ମଣ୍ଡଳୀର ଇଭିଏମ ଗୁଡିକୁ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ୨୪ ଘଣ୍ଟିଆ ସିସିଟିଭି ସହ କେନ୍ଦ୍ରୀୟ ସୁରକ୍ଷା ବଳ ଏଠି ଜଗି ରହିଛନ୍ତି । ଷ୍ଟ୍ରଙ୍ଗ ରୁମ ବାହାରେ ବିଭିନ୍ନ ଦଳର ନେତା ବି ଡେରା ପକାଇଛନ୍ତି । ସେହିପରି କନ୍ଧମାଳରେ ଭୋଟ ଗଣତି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। କନ୍ଧମାଳ ଲୋକସଭା ଆସନ ଓ ଫୁଲବାଣୀ ବିଧାନସଭା ଆସନ ପାଇଁ ସ୍ଥାନୀୟ ପଲିଟେକନିକ ଠାରେ ଭୋଟ ଗଣତି କରାଯିବ। ବାଲିଗୁଡା ବିଧାନସଭା ଆସନ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଓ ଜି ଉଦୟଗିରି ପାଇଁ ଆଦିବାସୀ ମହାବିଦ୍ୟାଳୟରେ ଗଣତି କରାଯିବ।